Death threat to PM Modi and Cm Yogi aditya nath
ଅଣ୍ଡରଓ୍ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ନାଁରେ ମୋଦି ଓ ଯୋଗୀଙ୍କୁ ହତ୍ୟା ଧମକ। ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି। ଏହି ମାମଲାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ନାଁ କାମରାନ ଖାନ୍ ବୋଲି ଜଣାପଡିଛି।
ସୂଚନା ମୁତାବକ, ଗତକାଲି ସନ୍ଧ୍ୟାରେ ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ଅଣ୍ଡରଓ୍ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ଗୋଷ୍ଠୀର ସଦସ୍ୟ ପରିଚୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଥିଲା। କେବଳ ସେତିକି ନୁହେଁ ମୁମ୍ବାଇର ଜେଜେ ହସ୍ପିଟାଲକୁ ମଧ୍ୟ ବୋମା ଲଗାଇ ଉଡାଇଦେବାକୁ ଧମକ ମିଳିଥିଲା।
ଏହି ଧମକପୂର୍ଣ୍ଣ ଫୋନ୍ କଲ୍ ଆସିବା ପରେ ପୁଲିସ ଆଲର୍ଟ ମୁଡ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍। ତେବେ ଆଜି ପୁଲିସ ଏହି ମାମଲାରେ ମୁମ୍ବାଇର ଚୁନଭଟ୍ଟି ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ମୁମ୍ବାଇର ଆଜାଦ ମୈଦାନ ପୁଲିସ ଆଇପିସିର ଧାରା ୫୦୫ (୨) ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଛି। ଧରାପଡିଥିବା ବ୍ୟକ୍ତି ଜଣକର ଅଣ୍ଡରଓ୍ୱାର୍ଲ୍ଡ ଡନ୍ ସହ କିଛି ସମ୍ପର୍କ ରହିଛି ନା ନାହିଁ ସେ ନେଇ ମଧ୍ୟ ତଦନ୍ତ ଜାରି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1700552261.jpg)