Advertisment

'ମୁଣ୍ଡରୁ ଗଣ୍ଡି ଅଲଗା କରିଦେବୁ': ବାଗେଶ୍ୱର ବାବାଙ୍କୁ ଧମକ

ଏହି ଖବର ସାମ୍ନାକୁ ଆସିବା ପରେ ହିନ୍ଦୁ ସଂଗଠନର କର୍ମୀମାନେ ରାଗି ଯାଇଛନ୍ତି। ଏହାକୁ ବିରୋଧ କରି ସେମାନେ ବରେଲିର ଥାନାରେ ଅଭିଯୋଗ କରିଛନ୍ତି।

dhirendra-krishna-shastri-of-bageshwar-dham

dhirendra-krishna-shastri-of-bageshwar-dham

Advertisment

ଅଲଗା କରିଦେବୁ ମୁଣ୍ଡ ଗଣ୍ଡି। ଉତ୍ତରପ୍ରଦେଶର ବରେଲିରେ ଥିବା ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଏଭଳି କିଛି ହତ୍ୟା ଧମକ ମିଳିଛି। ଫେସବୁକ୍ ମାଧ୍ୟମରେ ଜଣେ ଦୁର୍ବୃତ୍ତ ତାଙ୍କୁ ଏହି ଧମକ ଦେଇଛି। ଏହି ଖବର ସାମ୍ନାକୁ ଆସିବା ପରେ ହିନ୍ଦୁ ସଂଗଠନର କର୍ମୀମାନେ ରାଗି ଯାଇଛନ୍ତି। ଏହାକୁ ବିରୋଧ କରି ସେମାନେ ବରେଲିର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗରେ କୁହାଯାଇଛି ଯେ, ସନାତନ ଧର୍ମ ଗୁରୁ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଫଟୋକୁ ଅଶ୍ଳୀଳ କରାଯାଇ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରାଯିବ ବୋଲି ଏକ ଅଡିଓ ମଧ୍ୟ ସେଥିରେ ରହିଛି। ଏହି ଭିଡିଓ ହିନ୍ଦୁମାନଙ୍କୁ ଆଘାତ ଦେଇଛି। ଏହାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି। ତେଣୁ ତୁରନ୍ତ ଏଭଳି ପାପ କରିଥିବା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସେପଟେ ଏହି ଅଭିଯୋଗକୁ ଆଧାର କରି ପୁଲିସ ଆକ୍ସନ ମୁଡ୍‌ କହିଛି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ପୁଲିସ ଫୈଜ ରାଜା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଧାରା ୫୦୫(୨) ଅନୁଯାୟୀ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି। ଅଭିଯୁକ୍ତ ଗିରଫ ହେଲେ ଆବଶ୍ୟକ ଅନୁଯାୟୀ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ପୁଲିସ ଅନୁରୋଧ କରିଛି। 

Advertisment
Uttar Pradesh Threat To Kill Baba Bageswhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe