Advertisment

ଇୟରଫୋନ୍‌ ଦେଇ ଟ୍ରାକ୍‌ରେ ପବଜୀ ଖେଳୁଥିଲେ ୩ ସାଙ୍ଗ, ମାଡ଼ି ଆସିଲା ଟ୍ରେନ୍‌

ପବଜୀ ଖେଳିବା ନିଶା ଘାରିବାରୁ ୩ ନାବାଳକ ସାଙ୍ଗ ଘର ପାଖ ଟ୍ରେନ୍‌ ଲାଇନ୍‌କୁ ଚାଲିଗଲେ। ସେଠାରେ ସେମାନେ ଇୟରଫୋନ୍‌ ଦେଇ ଟ୍ରେନ୍‌ ଲାଇନ୍‌ରେ ବସି ଖେଳୁଥିଲେ ପବଜୀ।

Railway Track

Railway Track

Advertisment

ପବଜୀ ନିଶା କଲା ବାଇଆ । ଉଜୁଡ଼ିଗଲା ସଂସାର। ଅକାଳରେ ଟ୍ରେନ୍‌ରେ କଟି ଚାଲିଗଲା ୩ ନାବାଳକଙ୍କ ଜୀବନ । ଏପରି ଏକ ହୃଦୟ ବିଦାରକ ଘଟଣା ବିହାରର ବୈତିୟା ଜିଲ୍ଲାର ମୁଫାସିଲ ଥାନା ଅଞ୍ଚଳରେ ଘଟିଛି। ମୁଫାସିଲ ପୁଲିସ ଷ୍ଟେସନ ଅନ୍ତର୍ଗତ ନରକାଟିଆଗଞ୍ଜ-ମୁଜାଫରପୁର ରେଳ ବିଭାଗର ମନସା ଟୋଲାରେ ଥିବା ରୟାଲ ସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି ।

Advertisment

ପବଜୀ ଖେଳିବା ନିଶା ଘାରିବାରୁ ୩ ନାବାଳକ ସାଙ୍ଗ ଘର ପାଖ ଟ୍ରେନ୍‌ ଲାଇନ୍‌କୁ ଚାଲିଗଲେ। ସେଠାରେ ସେମାନେ ଇୟରଫୋନ୍‌ ଦେଇ ଟ୍ରେନ୍‌ ଲାଇନ୍‌ରେ ବସି ଖେଳୁଥିଲେ ପବଜୀ। ମାତ୍ର ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ଶବ୍ଦ ସେମାନେ ଶୁଣି ପାରି ନ ଥିଲେ। ଫଳରେ ସେମାନଙ୍କ ଉପରେ ଟ୍ରେନ୍‌ ଚଢ଼ି ଯାଇଥିଲା ଓ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ ବରିଷ୍ଠ ପୁଲିସ୍ ଓ ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକଙ୍କ ପରିବାର ଲୋକେ ପହଞ୍ଚି ନିଜ ନିଜ ପିଲାମାନଙ୍କୁ ଚିହ୍ନଟ କରିଛନ୍ତି । ସେମାନଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଅଞ୍ଚଳ।

Advertisment
Bihar Train Speed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe