Advertisment

ଖାଇକୁ ଖସିଲା ବସ୍‌: ୪ ବିଏସ୍‌ଏଫ ଯବାନ ମୃତ, ୩୨ ଆହତ

ଏହି ବିଏସ୍‌ଏଫ୍ ଯବାନମାନେ ଜମ୍ମୁ ଓ କଶ୍ମୀରର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ପାଇଁ ନିୟୋଜିତ ହୋଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bus

Bus

ଜମ୍ମୁ ଓ କଶ୍ମୀରର ବୁଡ଼ଗାଁଓ ଜିଲ୍ଲାରେ ଆଜି ବିଏସ୍‌ଏଫ୍ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ୩୨ ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ବୁଡଗାଁଓର ବ୍ରେଲ ୱାଟରହେଲ ଅଞ୍ଚଳରେ ଏହି ଘଟଣା ଘଟିଛି। ନିର୍ବାଚନ ଡ୍ୟୁଟିରେ ନିୟୋଜିତ ହୋଇଥିବା ୩୬ ଜଣ ବିଏସ୍‌ଏଫ୍ ଯବାନଙ୍କୁ ନେଇ ବସ୍‌ଟି ଯାଉଥିଲା। ଏହା ଏକ ଘରୋଇ ବସ୍ ଥିଲା। ବିଏସ୍‌ଏଫ୍ ଯବାନଙ୍କୁ ସ୍ଥାନାନ୍ତର କରିବାକୁ ଏହାକୁ ଭଡ଼ା ସୂତ୍ରରେ ନିଆଯାଇଥିଲା।

ବସ୍‌ଟି ଘାଟି ରାସ୍ତା ଦେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ଖାଇକୁ ଖସି ପଡ଼ିଥିଲା। ଆହତମାନଙ୍କୁ ବୁଡ଼ଗାଁ ଓ ଶ୍ରୀନଗରର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବସ୍‌ ଚାଳକ ମଧ୍ୟ ଆହତ ହୋଇଛନ୍ତି।

Advertisment

ଜମ୍ମୁ ଓ କଶ୍ମୀରରେ ବିଧାନସଭା ନିର୍ବାଚନ ପାଇଁ ତିନିଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେଉଥିବା ବେଳେ ପ୍ରଥମ ଚରଣ ଗତ ୧୮ ତାରିଖରେ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସେପ୍ଟେମ୍ବର ୨୫ ତାରିଖରେ ଅନୁଷ୍ଠିତ ହେବ।

BSF