Advertisment

ଗଛରେ ପିଟି ହେବା ପରେ ଜଳିଗଲା କାର୍‌, ୩ ଜୀବନ୍ତ ଦଗ୍ଧ

ଗୋଟିଏ ଦ୍ରୁତଗାମୀ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ଏଥିରେ ନିଆଁ ଲାଗି ଯାଇଛି।

Accident

Accident

Advertisment

ଛତିଶଗଡ଼ର ବିଳାସପୁରରେ ଘଟିଛି ଭୟଙ୍କର ଦୁର୍ଘଟଣା। ଗୋଟିଏ ଦ୍ରୁତଗାମୀ କାର୍‌ ଭାରସାମ୍ୟ ହରାଇ ଗଛରେ ପିଟି ହେବା ପରେ ଏଥିରେ ନିଆଁ ଲାଗି ଯାଇଛି। ଫଳରେ କାର୍‌ରେ ଥିବା ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ି ମଧ୍ୟରୁ ବାହାରିବାକୁ ମଧ୍ୟ ୩ ଜଣ ସମୟ ପାଇ ନଥିଲେ। ସିଟ୍‌ରେ ବସିଥିବା ଅବସ୍ଥାରେ ହିଁ ସେମାନେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାଟି ଶନିବାର ରାତି ୧.୩୦ରୁ ୨ଟା ଭିତରେ ଘଟିଛି। ତେବେ ଆଜି ଭୋର ସମୟରେ ହିଁ ଘଟଣା ସାମ୍ନାକୁ ଆସିଥିଲା।

Advertisment

ପୁଲିସ୍‌ କହିଛି ଯେ ରତ୍ନପୁର-କୋଟା ରାସ୍ତାରେ ଥିବା ଛାପୋରା ସ୍ଥିତି ପେଟ୍ରୋଲ ପମ୍ପ ଠାରୁ ୧୦୦ ମିଟର ଦୂରରେ ଘଟଣା ଘଟିଛି। ଗାଡ଼ିଟି ଗଛରେ ପିଟି ହେବାରୁ ଏଥିରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ଗାଡ଼ିଟି ପୂରା ପାଉଁଶ ହୋଇଯାଇଛି। ଗାଡ଼ି ଭିତରୁ ସଂପୂର୍ଣ୍ଣ ପୋଡ଼ି ଯାଇଥିବା ୩ ଜଣଙ୍କ ମୃତଦେହ ମିଳିଛି। ମୃତକମାନେ ହେଲେ ସମୀର ଓରଫ ଶହନୱାଜ, ଅଶିକା ମନହର ଓ ଅଭିଷେକ। କୁହାଯାଉଛି ଯେ ଘଟଣା ବେଳେ ଅଶିକା ଗାଡ଼ି ଚଳାଉଥିଲେ।

ରତ୍ନପୁର-କୋଟା ସବ ଡିଭିଜନାଲ ଅଫିସର(ଏସଡିପିଓ) ଆଶିଷ ଅରୋରା କହିଛନ୍ତି, “କାର୍‌ଟି ରାସ୍ତା କଡ଼ରେ ଥିବା ଗଛରେ ପିଟି ହେବାରୁ ଏତେ ବଡ଼ ଦୁର୍ଘଟଣା ଘଟିଛି। ସମ୍ଭବତଃ କାର୍‌ର ବେଗ ଅତ୍ୟଧିକ ଥିଲା। ଦୁର୍ଘଟଣା ପରେ କାର୍‌ ଡୋର୍‌ ଲକ୍‌ ହୋଇଯାଇଥିବା ଭଳି ମନେ ହେଉଛି। ତେଣୁ ୩ ଜଣ ଗାଡ଼ିରୁ ବାହାରିବାକୁ ସମୟ ପାଇ ନଥିଲେ।”

Advertisment

ଦୁର୍ଘଟଣାଗ୍ରସ୍ତ କାର୍‌ଟି ସମୀରଙ୍କ ନାଁରେ ରହିଥିଲା। ତାଙ୍କ ଘର ବିଳାସପୁରର ଟୋରଭା ଅଞ୍ଚଳରେ। ପୁଲିସ ଏବେ ଘଟଣାରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe