Advertisment

ଚିନ୍ତା ବଢ଼ାଇଲା ନୂଆ ଭାଇରସ, ନେଲାଣି ୩ ଜୀବନ

ଏହି ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ବିଶେଷ ରୂପେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Adenovirus

Adenovirus

ମାରାତ୍ମକ କରୋନା ଭାଇରସ ପୂରା ବିଶ୍ୱରୁ ସମୂଳେ ନ ଯାଉଣୁ ଏବେ ଆଉ ଏକ ନୂଆ ଭାଇରସକୁ ନେଇ ବଢ଼ିଛି ଚିନ୍ତା। ପଶ୍ଚିମବଙ୍ଗରେ ବ୍ୟାପିବାରେ ଲାଗିଛି ଏଡେନୋଭାଇରସ୍। ଏହି ଭାଇରସ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୩ଜଣ ଛୋଟ ଛୁଆଙ୍କ ମୃତ୍ୟୁ ହୋଇସାରିଲାଣି। 

Advertisment

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଶନିବାରରୁ ଏବେ ଯାଏଁ ପଶ୍ଚିମବଙ୍ଗର ଭିନ୍ନ ଭିନ୍ନ ଅଞ୍ଚଳରେ ୩ଟି ଛୋଟ ଛୁଆ ଏହି ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି। ହାୱଡାର ଉଦୟନାରାୟଣପୁରରେ ଏକ ୯ ମାସର ଶିଶୁକୁ ଶ୍ୱାସ ଜନିତ ସମସ୍ୟା ଦେଖା ଦେଇଥିଲା। ଏହାପରେ ତାକୁ ବିସି ରୟ ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପେଡିଆଟ୍ରିକ୍ ସାଇନ୍ସେଜ୍ ହସ୍ପଇଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁର ମୃତ୍ୟୁ ହୋଇଛି।

ସେହିପରି ଅନ୍ୟ ଦୁଇ ୮ ମାସର ଓ ଦେଢ଼ ବର୍ଷର ଛୁଆର ବି ମୃତ୍ୟୁ ହୋଇଛି। ଏହାପୂର୍ବରୁ ୨୨ ଫେବ୍ରୁଆରୀରେ ଏଡେନୋଭାଇରସ ଯୋଗୁ ଜଣେ ୧୩ ବର୍ଷୀୟ ଛୁଆର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା।   

Advertisment

ଏଡେନୋଭାଇରସ କ’ଣ?
ଆଡେନୋଭାଇରସ୍ ଏକ ସାଧାରଣ ଭାଇରସ୍। ଯାହା ମଣିଷ ଦେହରେ ନିମୋନିଆ, ଚର୍ମ ଜନିତ ରୋଗ, ରକ୍ତ ସଂକ୍ରମଣ ରୋଗ ସୃଷ୍ଟି କରିପାରେ। ଆଡେନୋଭାଇରସ୍ ବିଶେଷ ରୂପେ ଶ୍ୱାସକ୍ରିୟା ଉପରେ ପ୍ରଭାବ ପକାଇଥାଏ। ଏହି ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି। ଯେକୌଣସି ବୟସର ଲୋକେ ମଧ୍ୟ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇପାରନ୍ତି। ବିଶେଷ କରି ଛୋଟ ପିଲାଙ୍କ ପାଇଁ ଏହା ଅଧିକ ଗୁରୁତର। 

ଏଡେନୋଭାଇରସ ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣଙ୍କୁ ଖୁବ ସହଜରେ ବ୍ୟାପିପାରେ। ଏହା ବସ୍ତୁ ଉପରେ ଦୀର୍ଘ ସମୟ ଯାଏଁ ଜୀବିତ ରୁହେ। ତେଣୁ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଉଚିତ । କିଛି ଏଡେନୋଭାଇରସ ପାଣି ମାଧ୍ୟରେ ବି ବ୍ୟାପିଥାଏ।

କ’ଣ ରହିଛି ଏଡେନୋଭାଇରସର ଲକ୍ଷଣ?
ଥଣ୍ଡା, ଜ୍ୱର, ନିମୋନିଆ, ଗଳା ଯନ୍ତ୍ରଣା, ଆଖି ନାଲି ପଡିବା, ହଜମ ସହ ଜଡିତ ସମସ୍ୟା, ବାନ୍ତି, ପେଟ ଯନ୍ତ୍ରଣା ଓ ବ୍ରୋଙ୍କାଇଟିସ୍ ଭଳି ଲକ୍ଷଣ ଦେଖାଦେଇପାରେ। ବିଶେଷ କରି ଛୋଟ ପିଲାଙ୍କ ଠାରେ ଏହି ସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। 

West Bengal Adenovirus