Advertisment

ବାଣ ପଡ଼ି ଜଳିଲା ଘର; ୩ ଶିଶୁ ଜୀବନ୍ତ ଦଗ୍ଧ

ପଶ୍ଚିମବଙ୍ଗର ହାଓଡାରେ ଗତକାଲି ଦୀପାବଳି ପାଳନ ବେଳେ ଘଟିଛି ଅଘଟଣ । ବାଣ ନିଆଁରେ ଏକ ଘର ଜଳିଯାଇଥିବା ବେଳେ ତା’ ଭିତରେ ଥିବା ୩ ଛୁଆ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।

Firing

Firing

Advertisment

ପଶ୍ଚିମବଙ୍ଗର ହାଓଡାରେ ଗତକାଲି ଦୀପାବଳି ପାଳନ ବେଳେ ଘଟିଛି ଅଘଟଣ । ବାଣ ନିଆଁରେ ଏକ ଘର ଜଳିଯାଇଥିବା ବେଳେ ତା’ ଭିତରେ ଥିବା ୩ ଛୁଆ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଏହି ଅଘଟଣରେ ଜଣେ ମହିଳା ଓ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଛନ୍ତି। ଏହି ଅଘଟଣ ହାଓଡ଼ାର ଓଲବେରିୟା ଅଞ୍ଚଳରେ ହୋଇଥିଲା।

Advertisment

ଜଣେ ପୁଲିସ୍‌ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତରାତିରେ ଓଲବେରିୟା ଅଞ୍ଚଳରେ ଦୀପବଳି ପାଳନ ହେଉଥିବା ବେଳେ ପିଲାମାନେ ବାଣ ଫୁଟାଉଥିଲେ। ଏହି ସମୟରେ କିଛି ନିଆଁ ଝାସ ପାଖରେ ଥିବା କିଛି ବାଣ ଉପରେ ପଡ଼ିଯାଇଥିଲା। ଫଳରେ ସେଠାରେ ହୁତୁହୁତୁ ହୋଇ ନିଆଁ ଜଳିବାକୁ ଲାଗିଲା। ପାଖରେ ଥିବା ଏକ ଘର ନିଆଁ କବଳକୁ ଆସି ଯାଇଥିବା ବେଳେ ତା’ ଭିତରେ ଥିବା ୩ ପିଲା ଘରୁ ବାହାରି ପାରି ନ ଥିଲେ।

ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁ ଲିଭାଇବା ସହ ଘରୁ ୩ ପିଲାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣରେ ଗୁରୁତର ଜଣେ ମହିଳା ଓ ଶିଶୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment
West Bengal Crackers Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe