Advertisment

ବିବିସିର ଡକ୍ୟୁମେଣ୍ଟାରୀକୁ ନେଇ ଜେଏନ୍‌ୟୁରେ ବିବାଦ, ୩ଟି ମାମଲା ରୁଜୁ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ବିବିସିର ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିବାକୁ ଘୋଷଣା କରିଥିଲେ। ଏହି ସମୟରେ ବିଦ୍ୟୁତ ସଂଯୋଗ କଟାଯିବା ସହ ଛାତ୍ରଙ୍କ ଉପରେ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
JNU Protest

JNU Protest

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ତିଆରି ହୋଇଥିବା ବିବିସିର ଡକ୍ୟୁମେଣ୍ଟାରୀ। ଏହାକୁ ନେଇ ଦିଲ୍ଲୀ ଜବାହରଲାଲ ବିଶ୍ୱବିଦ୍ୟାଳୟ ତଥା ଜେଏନ୍‌ୟୁରେ ଦେଖାଦେଇଛି ବିବାଦ। ଏନେଇ ପୁଲିସ ତିନୋଟି ମାମଲା ରୁଜୁ କରିଛି। ଦୁଇଟି ଅଭିଯୋଗ ଅଖିଲ ଭାରତ ବିଦ୍ୟା ପରିଷଦ ଏବଂ ଗୋଟିଏ ଜେଏନୟୁ ଛାତ୍ର ସଂଘର ସଭାପତି ଆଇସି ଘୋଷଙ୍କ ଦ୍ୱାରା କରାଯାଇଛି। ଏହି ମାମଲାରେ ଜଣେ ଛାତ୍ରଙ୍କ MLC ପ୍ରସ୍ତୁତ କରାଯାଇଛି, ଯାହା ପୁଲିସ ହାତରେ ଲାଗିଛି। ଏମଏଲସିରେ ଛାତ୍ରଙ୍କ ଉପରେ କୌଣସି ଆଭ୍ୟନ୍ତରୀଣ ଆଘାତ ଲାଗିନଥିବା କୁହାଯାଇଛି। ପୁଲିସ ଅଭିଯୋଗ ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଜେଏନ୍‌ୟୁ ଛାତ୍ର ସଂଘର ସଭାପତିଙ୍କ କହିବା ମୁତାବକ, ବର୍ତ୍ତମାନ ପ୍ରାରମ୍ଭିକ ଅଭିଯୋଗ ଦାଖଲ କରାଯାଇଛି। ଆଜି ମଧ୍ୟାହ୍ନରେ ସେ ଲିଖିତ ଅଭିଯୋଗ କରିବେ। ସେପଟେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଜେଏନ୍‌ୟୁରେ କୌଣସି ପଥରମାଡ଼ ହୋଇନାହିଁ କି ଏଥିରେ କୌଣସି ଛାତ୍ର ଆହତ ହୋଇନାହାନ୍ତି। ସୁରକ୍ଷା ଦୃଷ୍ଟିରୁ ଜେଏନ୍‌ୟୁ ବାହାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ତିଆରି ବିବିସିର ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିବାକୁ ଘୋଷଣା କରିଥିଲେ। ଏହି ସମୟରେ ଛାତ୍ରସଂଘ କାର୍ଯ୍ୟାଳୟର ବିଦ୍ୟୁତ ସଂଯୋଗ କଟାଯିବା ସହ ଛାତ୍ରଙ୍କ ଉପରେ ପଥରମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ମାମଲା ରୁଜୁ କରିବାକୁ ପୁଲିସ ଥାନା ଯାଏଁ ଛାତ୍ରମାନେ ରାଲି କରିଥିଲେ।

Advertisment

କିଛି ଦିନ ପୂର୍ବେ ହିଁ ବିବିସିର ଡକ୍ୟୁମେଣ୍ଟାରୀ ଦେଖିବେ ନାହିଁ ବୋଲି ଜେଏନ୍‌ୟୁ ତରଫରୁ ଘୋଷଣା କରାଯାଇଥିଲା। କିନ୍ତୁ ପରେ JNUSU ନିଜ ତରଫରୁ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିବା ପାଇଁ ଘୋଷଣା କରିଥିଲା। ଏହାକୁ ନେଇ ଏବେ ବିବାଦ ଉପୁଜିଛି।

JNU BBC