Advertisment

ବିଲକିସ ବାନୋ ମାମଲା: ସୁପ୍ରିମକୋର୍ଟ ଗଲେ ୩ ଅଭିଯୁକ୍ତ, ମାଗିଲେ ସମୟ

୧୧ ଦୋଷୀମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Bilkis Bano

Bilkis Bano

Advertisment

ବହୁ ଚର୍ଚ୍ଚିତ ବିଲକିସ ବାନୋ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତିନି ଦୋଷୀ। ଆତ୍ମସମର୍ପଣର ଅବଧି ବଢାଇବାକୁ ଏହି ତିନି ଅଭିଯୁକ୍ତ କୋର୍ଟରେ ଆବେଦନ କରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଅଭିଯୁକ୍ତମାନେ କିଛି ସମୟ ଛୁଟି ମାଗିଛନ୍ତି।

Advertisment

ଗୁଜରାଟର ପ୍ରସିଦ୍ଧ ବିଲକିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟ ୮ଜାନୁଆରୀ ୨୦୨୪ରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଜଷ୍ଟିସ ବି.ଭି ନାଗରାଥନାଙ୍କ ବେଞ୍ଚ ଗୁଜରାଟ ସରକାର ଦେଇଥିବା ବିଲକିସ୍ ବାନୋ ମାମଲାରେ ୧୧ ଦୋଷୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ। କେବଳ ଏତିକି ନୁହେଁ ଦୋଷୀମାନଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟ କହିଥିଲେ।

ଏବେ ଏହି ୧୧ ଜଣ ଦୋଷୀଙ୍କ ମଧ୍ୟରୁ ତିନି ଜଣ ଦୋଷୀ ସୁପ୍ରିମକୋର୍ଟ ଯାଇଛନ୍ତି। ଆତ୍ମସପର୍ମଣ ସମୟ ଅବଧି ବଢ଼ାଇବାକୁ ସେମାନେ ନିବେଦନ କରିଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଅଭିଯୁକ୍ତ ଗୋବିନ୍ଦ ନାଇ କୋର୍ଟଙ୍କୁ ୪ ସପ୍ତାହ ପାଇଁ ସମୟ ମାଗିଥିବା ବେଳେ ମିହେଶ ଭଟ୍ଟ ଏବଂ ରମେଶ ଚାନ୍ଦନା ୬ ସପ୍ତାହ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି।

Advertisment

୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା। ସେହି ସମୟରେ ବିଲକିସ ବାନୋଙ୍କ ବୟସ ୨୧ ବର୍ଷ ଥିଲା ଓ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ।

ଏହି ମାମଲାରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୧ ଜାନୁଆରୀ ୨୦୦୮ରେ ସମସ୍ତ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ଏହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ଏକମତ ହୋଇଥିଲେ। 

Supreme Court Bilkis Bano Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe