ମିଳିଳା ଛିଣ୍ଡା ହାତ
ଲାଲକିଲ୍ଲା ଆତ୍ମଘାତୀ କାର ବିସ୍ଫୋରଣ(Blast In Delhi)ର ୩ ଦିନ ପରେ ମିଳିଛି ଛିଣ୍ଡା ହାତ। ବିସ୍ଫୋରଣ ହୋଇଥିବା ସ୍ଥାନରୁ ୧୦୦୦ ଫୁଟ ବା ୩୦୦ ମିଟର ଦୂରରେ ଥିବା ଗୋଟିଏ ଦୋକାନର ଛାତ ଉପରୁ ଛିନ୍ନ ହୋଇଥିବା ହାତକୁ ପୁଲିସ ଆଜି ଜବତ କରିଛି। ବାହୁ ପାଖରୁ ଛିଣ୍ଡି ଯାଇଥିବା ହାତକୁ ନୂଆ ଲଜପତ ରାୟ ମାର୍କେଟରେ ଥିବା ଗୋଟିଏ ଦୋକାନ ଘରର ଛାତ ଉପରୁ ଠାବ କରାଯାଇଛି।
ଜବତ ପରେ ଏହାକୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯାଇଛି। ସେହିପରି ପୁଲିସ୍ ଏବେ ବି ନିଖୋଜ ପୀଡ଼ିତ/ପୀଡ଼ିତାଙ୍କୁ ଖୋଜିବାରେ ଲାଗିଛି। ସୋମବାର ହୋଇଥିବା ବିସ୍ଫୋରଣରେ ଆତ୍ମଘାତୀ ଆତଙ୍କବାଦୀ ଉମରକୁ ମିଶାଇ ୧୩ ଜଣ ପ୍ରାଣ ହରାଇଥିଲେ। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ। ସମ୍ଭବତଃ କୌଣସି ମୃତକର ହାତ ବିସ୍ଫୋରଣ ପରେ ଶରୀରରୁ ଅଲଗା ହୋଇ ଛାତ ଉପରେ ପଡ଼ିଥିବା ସନ୍ଦେହ କରାଯାଉଛି।
ତଦନ୍ତକାରୀ ଅଧିକାରୀଙ୍କ କହିବା କଥା ଯେ ଉଚ୍ଚ କ୍ଷମତା ସମ୍ପନ୍ନ ବିସ୍ଫୋରକ ଦିଲ୍ଲୀ ଲାଲକିଲ୍ଲା ହମଲାରେ ବ୍ୟବହାର ହୋଇଥିଲା। ଘଟଣା ସ୍ଥଳରୁ ମିଳିଥିବା ନମୁନାରୁ ସ୍ପଷ୍ଟ ହୋଇଛି ଯେ ବିସ୍ଫୋଣରେ ଆମୋନିୟମ ନାଇଟ୍ରେଟ ଠାରୁ ଅଧିକ ଶକ୍ତିଶାଳୀ ବିସ୍ଫୋରକ ବ୍ୟବହୃତ କରାଯାଇଥିଲା।
ଘଟଣା ସ୍ଥଳରୁ ଫରେନ୍ସିକ ଟିମ ମୋଟ ୪୦ଟି ସାମ୍ପୁଲ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ୨ଟି କ୍ୟାଟ୍ରିଜ, ଗୋଟିଏ ଜୀବନ୍ତ ଗୁଳି ଓ ବିସ୍ଫୋରକର କିଛି ଅଂଶ ରହିଛି। ପ୍ରାଥମିକ ପରୀକ୍ଷାରୁ ଅତିକମରେ ଗୋଟିଏ ନମୁନାରେ ଅମୋନିୟମ ନାଇଟ୍ରେଟ ରହିଥିବା ସ୍ପଷ୍ଟ ହୋଇଛି।
ମୃତକଙ୍କ ଶବ ବ୍ୟବଚ୍ଛେଦରୁ ଜଣାପଡ଼ିଛି ଯେ ଅଧିକାଂଶ ଲୋକଙ୍କ ଫୁସଫୁସ ଫାଟି ଯିବା ସହ କାନର ପରଦା ଉଡ଼ି ଯାଇଛି। ସେହିପରି କିଛି ଲୋକଙ୍କ ଇଟେଷ୍ଟାଇନ୍ସରେ ଭୟଙ୍କର ଆଘାତ ରହିଛି। ସେହିପରି ବିସ୍ଫୋରଣ ଅତ୍ୟନ୍ତ ବଡ଼ ଥିବାରୁ ଶରୀରର ବିଭିନ୍ନ ଅଂଶ ଖଣ୍ଡଖଣ୍ଡ ମଧ୍ୟ ହୋଇଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।
ଅଧିକାଂଶ ମୃତ୍ୟୁ ଅତ୍ୟନ୍ତ ରକ୍ତସ୍ରାବ ଯୋଗୁ ହୋଇଛି। ଘଟଣା ପରେ ୩୫ ବର୍ଷୀୟ ବିଲାଲ ହାସନ ଭେଣ୍ଟିଲେଟରରେ ରହିଥିଲେ। କିନ୍ତୁ ଆଜି ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ବିସ୍ଫୋରଣ ଯୋଗୁ ବିଲାଲଙ୍କ ଫୁସଫୁସରେ ଏକାଧିକ କ୍ଷତଚିହ୍ନ ରହିଥିଲା। ଏବେ ବି ଆଉ ୩ ଜଣ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/13/delhi-2025-11-13-14-21-51.jpg)