OP1
ଭାରତର ଅପରେସନ ସିନ୍ଦୂର ପରେ ରାଗରେ ରକ୍ତ ଚାଉଳ ଚୋବାଉଥିବାପାକିସ୍ତାନ ନୂଆଦିଲ୍ଲୀ ବିରୋଧରେ ମିଥ୍ୟାର ପ୍ରଚାର ଆରମ୍ଭ କରି ଦେଇଛି। ପାକିସ୍ତାନ କରୁଥିବା ମିଛ ପ୍ରଚାରର ଗୁମର ପ୍ରଥମେ ଫ୍ୟାକ୍ଟ ଚେକର ମହମ୍ମଦ ଜୁବେର ଓ ପରେ ପିଆଇବି ପକ୍ଷରୁ ପର୍ଦ୍ଦାଫାସ କରାଯାଇଥିଲା। ତଥାପି ପାକିସ୍ତାନ ପ୍ରାୟୋଜିତ ଟ୍ୱିଟର ହ୍ୟାଣ୍ଡେଲରୁ ଭାରତ ବିରୋଧୀ ପ୍ରଚାର ଚାଲିଛି।
ଭାରତୀୟଙ୍କ ନାଁରେ କିମ୍ବା ବିଭିନ୍ନ ଚଦ୍ମ ବେଶରେ ପାକିସ୍ତାନୀମାନେ ଆକାଉଣ୍ଟ ଖୋଲି ଭାରତକୁ କ୍ଷତି ପହଞ୍ଚାଇଲା ଭଳି ଖବର ପ୍ରସାର କରୁଛନ୍ତି। ଏଥିପ୍ରତି ସତର୍କ ରହିବାକୁ ସରକାର କହିଥିବା ବେଳେ ପାକିସ୍ତାନ ପ୍ରାୟୋଜିତ ଖବର ସମ୍ପର୍କରେ ପିଆଇବିକୁ ଜଣାଇବାକୁ କୁହାଯାଇଛି। ପାକିସ୍ତାନ ବାରମ୍ବାର ମିଛର ପ୍ରଚାର କରି ଅପଦସ୍ତ ହେଉଥିବା ବେଳେ ଇସଲାମାବାଦର ମୁହଁ ଫୁଟାଣି ଭାଙ୍ଗି ନାହିଁ।
ଆଜି ପୁଣିଥରେ ପାକିସ୍ତାନର ନେତା, ମନ୍ତ୍ରୀ ଓ ସେନା ପକ୍ଷରୁ ମିଛର ପ୍ରଚାର ଆରମ୍ଭ ହୋଇଯାଇଛି। ଆଜି ସକାଳୁ ଲାହୋରରେ ବାରମ୍ବାର ବିସ୍ଫୋରଣ ହେବାରେ ଲାଗିଛି। କିଛି ଘଣ୍ଟା ମଧ୍ୟରେ ୩ଟି ବିସ୍ଫୋରଣ ପୂରା ଲାହୋରକୁ ଦୋହଲାଇ ଦେଇଛି। ଅପରେସନ ସିନ୍ଦୂରର ସଫଳତା ପରେ ଲାହୋରରେ ଏପରି ବିସ୍ଫୋରଣ ହେବାର ଗୁରୁତ୍ୱ ବେଶ ଅଧିକ ରହିଛି।
ପାକିସ୍ତାନର ଲାହୋରର ଅନ୍ତର୍ଗତ ୱାଲଟନ ରୋଡରେ ୩ଟି ବିସ୍ଫୋରଣ ହେବାକୁ ଲୋକମାନେ ଭୟରେ ସେମାନଙ୍କ ଘର ଛାଡ଼ି ରାସ୍ତାକୁ ଚାଲି ଆସିଥିଲେ। ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। କୁହାଯାଉଛି ଯେ ବିସ୍ଫୋରଣ ଲାହୋରର ସବୁଠାରୁ ସମ୍ବେଦଶୀଳ ଜିଲ୍ଲାର ଗୁଲବର୍ଗ ଅଞ୍ଚଳରେ ହୋଇଛି। ଲାହୋର ପୁଲିସ୍ କହିଛି ଯେ ମାତ୍ର କିଛି ମିନିଟ ମଧ୍ୟରେ ୩ଟି ବଡ଼ ବିସ୍ଫୋରଣ ହୋଇଛି।
ବିସ୍ଫୋରଣର ଶବ୍ଦ ଏବେ ପ୍ରଚଣ୍ଡ ଥିଲା ଯେ ଏହା କିଛି କିମି ଯାଏ ଶୁଣା ଯାଇଥିଲା। ପ୍ରଚଣ୍ଡ ଶବ୍ଦ ହେବାରୁ ଲୋକମାନେ ଦ୍ୱନ୍ଦ୍ୱ ଓ ଭୟରେ ରାସ୍ତାକୁ ଚାଲି ଆସିଥିଲେ। ବିସ୍ଫୋରଣ ସ୍ଥଳକୁ ଜରୁରୀ ସେବାରେ ନିୟୋଜିତ ଟିମ ଯାଇଛନ୍ତି। ପୁଲିସ୍ ପୂରା ଅଞ୍ଚଳକୁ କର୍ଡନ କରି ନେଇଛି। ଏବେ ବିସ୍ଫୋରଣ କାରଣ ଖୋଜା ଚାଲିଛି। ପ୍ରଶାସନ ପକ୍ଷରୁ ପୂରା ଅଞ୍ଚଳକୁ ସିଲ କରାଯାଇଛି ଓ ସାଧାରଣ ଲୋକଙ୍କ ଯାତାୟାତ ଉପରେ ରୋକ ଲଗା ଯାଇଛି। ସେହିପରି ପାକିସ୍ତାନ ଏୟାରପୋର୍ଟ ଅଥୋରିଟି(ପିଏଏ) ଅସ୍ଥାୟୀ ଭାବେ କରାଚି, ଲାହୋର ଓ ସିଆଲକୋଟରେ ବିମାନ ସେବାକୁ ବନ୍ଦ କରିଛି। ଯାତ୍ରୀମାନଙ୍କୁ ସେମାନଙ୍କ ବିମାନ ସେବା ପ୍ରଦାନକାରୀ ସଂସ୍ଥା ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛି।
ଅନ୍ୟପକ୍ଷରେ ଅପରେସନ ସିନ୍ଦୂର ପରେ ଭୟରେ ଥରୁ ଥିବା ପାକିସ୍ତାନ ଏବେ ଭାରତ ବିରୋଧରେ ଅପପ୍ରଚାରକୁ ଜୋରଦାର କରିବାରେ ଲାଗିଛି। ପାକିସ୍ତାନର ଆଇଏସପିଆର ଡିଜି ଲେଫ୍ଟନାଣ୍ଟ ଜେନେରାଲ ଅହମଦ ଶରିଫ ଚୌଧୁରୀ ଦାବି କରିଛନ୍ତି ଯେ ସୀମା ଉଲ୍ଲଙ୍ଘନ କରି ପାକିସ୍ତାନରେ ପ୍ରବେଶ କରିଥିବା ଭାରତର ୧୨ଟି ଡ୍ରୋନକୁ ଇସଲାମାବାଦ ସଫଳତାର ସହ ଖସାଇ ଦେଇଛି।
ଲାହୋର, ଗୁଜରନୱାଲା, ଚାକୱାଲ, ବାହାବଲପୁର, ମିଆନୋ, କରାଚି, ଚୋର, ରାୱଲପିଣ୍ଡି ଓ ଅଟ୍ଟୋକରେ ଭାରତୀୟ ଡ୍ରୋନକୁ ଖସାଇ ଦିଆଯାଇଥିବା ସେ ଦାବି କରିଛନ୍ତି। ଖସି ପଡ଼ିଥିବା ତଥାକଥିତ ଡ୍ରୋନର ଫୋଟ ମଧ୍ୟ ପାକିସ୍ତାନ ସେନା ଜାରି କରିଛି।
ଡିଜି ଆଇଏସ୍ପିଆରଙ୍କ କହିବା କଥା ଯେ ଲାହୋର ନିକଟରେ ଗୋଟିଏ ଡ୍ରୋନ କ୍ରାଶ ହୋଇଥିବା ବେଳେ ଏଥିରେ ୪ ଜଣ ପାକିସ୍ତାନୀ ଯବାନ ଆହତ ହୋଇଛନ୍ତି। ସେହିପରି ସିନ୍ଧ ପ୍ରଦେଶର ମିଆନୋରେ ଭାରତ କରିଥିବା ଡ୍ରୋନ ଆଟାକରେ ଜଣେ ସାଧାରଣ ଲୋକଙ୍କ ଜୀବନ ଯାଇଛି। କିନ୍ତୁ ରାୱଲପିଣ୍ଡି, ଚକୱାଲ ଓ କରାଚିରେ ଭାରତୀୟ ଡ୍ରୋନ କ୍ଷତି ପହଞ୍ଚାଇବା ପୂର୍ବରୁ ଏହାକୁ ଖସାଇ ଦିଆଯାଇଛି।
ସେ କହିଛନ୍ତି ଯେ ପାକିସ୍ତାନ ପୂରା ଆଲର୍ଟରେ ରହିଛି। ସୀମା ବିବାଦ ସମୟରେ ଭାରତ ମସଜିଦ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛି। ଏହାର ପରିଣାମ ଭାରତକୁ ଭୋଗିବାକୁ ପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/OP1_1746693370.jpg)