Advertisment

ନକ୍ସଲଙ୍କ ଆକ୍ରମଣରେ ୩ ଯବାନ ସହିଦ, ୧୪ ଆହତ

ବିଜାପୁର ଓ ସୁକମା ଜିଲ୍ଲା ସୀମାରେ ଥିବା ଟେକୁଲଗୁଡେମ ଗାଁରେ ଏହି ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Army

Army

Advertisment

ଛତିଶଗଡ଼ର ବସ୍ତର ଅଞ୍ଚଳର ବିଜାପୁର ଓ ସୁକମା ଜିଲ୍ଲା ସୀମାରେ ଆଜି ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଏକ ନବନିର୍ମିତ କ୍ୟାମ୍ପ ଉପରେ ଆକ୍ରମଣ କରିବାରୁ ୩ ଜଣ ଯବାନ ସହିଦ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। 

Advertisment

ବିଜାପୁର ଓ ସୁକମା ଜିଲ୍ଲା ସୀମାରେ ଥିବା ଟେକୁଲଗୁଡେମ ଗାଁରେ ଏହି ଘଟଣା ଘଟିଛି। ଏବେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ଆହତ ଯବାନମାନଙ୍କୁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି। ଆହତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ଜଣାପଡ଼ିଛି।  

ପ୍ରାଥମିକ ସୂଚନା ଅନୁଯାୟୀ,ଟେକୁଲଗୁଡେମ ଗାଁ ନିକଟରେ ଥିବା ସୁରକ୍ଷାକର୍ମୀଙ୍କ ନୂଆ କ୍ୟାମ୍ପ ଉପରକୁ ନକ୍ସଲମାନେ ଗୁଳି କରିଥିଲେ। ସେତେବେଳେ କ୍ୟାମ୍ପ ନିକଟରେ ସିଆରପିଏଫ୍‌ର କୋବ୍ରା ବାହିନୀ ସହିତ ସ୍ପେଶାଲ ଟାସ୍କଫୋର୍ସ ଓ ଡିଷ୍ଟ୍ରିକ୍‌ଟ ରିଜର୍ଭ ଗାର୍ଡ (ଡିଆରଜି)ର ସୁରକ୍ଷାକର୍ମୀମାନେ ପାଟ୍ରୋଲିଂ କରୁଥିଲେ। ସେମାନେ ସଙ୍ଗେ ସଙ୍ଗେ ନକ୍ସଲଙ୍କୁ ଜବାବ ଦେଇଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟ ବେଳେ ନକ୍ସଲମାନେ ଆଇଇଡି ମଧ୍ୟ ବିସ୍ଫୋରଣ କରିଥିଲେ।  

Advertisment

ଟେକୁଲଗୁଡେମ ହେଉଛି ସେହି ସ୍ଥାନ ଯେଉଁଠାରେ ୨୦୨୧ ମସିହାରେ ନକ୍ସଲଙ୍କ ଆକ୍ରମଣରେ ୨୩ ଜଣ ଯବାନ ସହିଦ ହୋଇଥିଲେ ଓ ୩୩ ଜଣ ଆହତ ହୋଇଥିଲା। ସବୁ ଯବାନଙ୍କ ମୃତଦେହ ଉଦ୍ଧାର କରିବା ପାଇଁ ଦୁଇ ଦିନ ଲାଗି ଯାଇଥିଲା।   

ଏହି ଅଞ୍ଚଳଟି ଦୁର୍ଦ୍ଦାନ୍ତ ନକ୍ସଲ କମାଣ୍ଡର ମଦବି ହିଡମାର। ଏହି ଅଞ୍ଚଳରେ ନକ୍ସଲଙ୍କ ପ୍ରତ୍ୟେକ ବଡ଼ ଆକ୍ରମଣ ପରେ ତା’ ନାଁ ପ୍ରଥମେ ସାମ୍ନାକୁ ଆସେ।  ତା’ ମୁଣ୍ଡ ଉପରେ ୪୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଅଛି। ସେ ୨୬ଟି ନକ୍ସଲ ଆକ୍ରମଣରେ ସଂପୃକ୍ତ। ୨୦୧୩ ଜୁନ୍ ମାସରେ ଝିରାମ ଘାଟିରେ  ଆଗଧାଡ଼ିର କଂଗ୍ରେସ ନେତାଙ୍କୁ ନରସଂହାର ଘଟଣା (୪ ଜଣ ବଡ଼ ନେତାଙ୍କ ସମେତ ୨୭ ଜଣଙ୍କ ମୃତ୍ୟୁ ହୋଇଥିଲା) ହେଉ ଅବା ୨୦୧୭ ଏପ୍ରିଲ ମାସରେ ବୁର୍କାପାଲ ଆମ୍ବୁସ ଘଟଣା ହେଉ- ଏ ସବୁରେ ମଦବୀ ହିଡ଼ମାର ସଂପୃକ୍ତି ରହିଛି।  ବୁର୍କାପାଲ ଆମ୍ବୁସରେ ୨୪ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। 

Naxal Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe