Advertisment

ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ିଲା ବିଲ୍ଡିଂ, ୩ ମୃତ

ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନବସାରୀ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Madhupriya Mistry
Building Collapse

Building Collapse

ଉବୁଟୁବୁ ଗୁଜରାଟ। ପ୍ରବଳ ବର୍ଷାରେ ବେହାଲ ହୋଇପଡିଛି ଏଠାକାର ସ୍ଥିତି। ବର୍ଷା ଯୋଗୁ ଗୁଜରାଟ ଦ୍ୱାରକାରେ ଏକ ବିଲ୍ଡିଂ ଭୁଶୁଡ଼ି ପଡ଼ିଛି। ଏଥିରେ ୩ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି। ଘଟଣା ପରେ ଏନଡିଆରଏଫ୍ ଟିମ୍ ଗତ ରାତିରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା। ଭଗ୍ନାବଶେଷ ତଳୁ ଏନଡିଆରଏଫ୍ ଟିମ୍ ମୃତଦେହ ଉଦ୍ଧାର କରିବା ସହ ୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

Advertisment

ସେପଟେ ଗୁଜରାଟ ସୁରଟରେ ଏବେ ବି ସୁଧୁରିନି ବନ୍ୟା ସ୍ଥିତି। ବର୍ଷା ଛାଡିଛି, ଦୁର୍ଦ୍ଦଶା ବଢିଛି। ଏବେ ବି ପାଣି ଘେରରେ ରହିଛନ୍ତି ଶହ ଶହ ଲୋକ। ତଳିଆ ଅଞ୍ଚଳରେ ରାସ୍ତାଘାଟ, ଘରଦ୍ୱାର ବୁଡ଼ିଛି। ରାସ୍ତାରେ ଲହଡି ଭାଙ୍ଗୁଛି ବନ୍ୟା ପାଣି। କେଉଁଠି ଅଣ୍ଟାଏ ତ ଆୋଉ କେଉଁଠି ଆଣ୍ଠୁଏ ଉଚ୍ଚର ପାଣି ବହୁଛି। ତା'ଭିତରେ ପଶି ଯାଆ-ଆସ କରୁଛନ୍ତି ବିପନ୍ନ।

ଗୁଜରାଟର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ହୋଇ ଦୁର୍ଦ୍ଦଶା ଭିତରେ ଦାନ କାଟୁଛନ୍ତି ଲୋକ। ଗୁରୁତର ଭାବରେ ପ୍ରଭାବିତ ହୋଇଛି ସାଧାରଣ ଜୀବନଯାତ୍ରା। ଅନେକ ଅଞ୍ଚଳରେ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। କିଛି କିଛି ସ୍ଥାନରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଲଗାଣ ବର୍ଷା ପରେ ସୁରଟରେ ସ୍ଥିତି ସଙ୍ଗୀନ ହୋଇ ପଡିଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Advertisment

ସେହିପରି ନବସାରୀ, ଜୁନାଗଡ, ଦେବଭୂମି, ଦ୍ୱାରକା, କୁଚ୍, ଡାଙ୍ଗ ଏବଂ ତାପି ଜିଲ୍ଲା ସମେତ ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲୋକଙ୍କୁ ଘର ଭିତରେ ରହିବାକୁ ଏବଂ ଓଭରବ୍ରିଜ୍ ବ୍ରିଜ୍ ଅତିକ୍ରମ ନକରିବାକୁ ସ୍ଥାନୀୟ ପ୍ରଶାସନ ପରାମର୍ଶ ଜାରି କରିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନାବସାରୀ ଜିଲ୍ଲାପାଳ ବୁଧବାର ଦିନ ଜିଲ୍ଲାର ସମସ୍ତ ସ୍କୁଲ କଲେଜ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Heavy Rain Building Collapse Bihar Flood