Advertisment

ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ: ୯ମ ମହଲାରୁ ଡେଇଁ ବାପା ଓ ଦୁଇ ଛୁଆ ମୃତ

ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିବା ବେଳେ ଏନେଇ ଖୋଳତାଡ଼ ଜାରି ରହିଛି।

ଅଦ୍ୟତନ ହୋଇଛି
Fire breaks out at an apartment in Delhi

Fire breaks out at an apartment in Delhi

Advertisment

ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ଏକ ବହୁ ତଳ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଏଥିରୁ ବର୍ତ୍ତିବାକୁ ନବମ ମହଲାରୁ ଡେଇଁ ଜଣେ ବ୍ୟକ୍ତି ଓ ତାଙ୍କର ଦୁଇ ଛୁଆଙ୍କ ମୃତ୍ୟୁ ଘଟିଛି। ମୃତ ଛୁଆଙ୍କ ମଧ୍ୟରୁ ଜଣେ ପୁଅ ଓ ଜଣେ ଝିଅ। ଉଭୟଙ୍କ ବୟସ ୧୦ ବର୍ଷ ବୋଲି ଜଣାପଡ଼ିଛି।

Advertisment

ଦ୍ୱାରକାର ସେକ୍ଟର ୧୩ରେ ଏମ୍‌ଆରଭି ସ୍କୁଲ ନିକଟରେ ଥିବା ‘ଶପଥ ସୋସାଇଟି’ ନାମକ ଏହି ବହୁ ତଳ ଆବାସିକ କୋଠାର ଅଷ୍ଟମ ଓ ନବମ ମହଲାରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ସ୍କାଏ ଲିଫ୍ଟକୁ କାମରେ ଲଗାଯାଇଥିଲା।

ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ନବମ ମହଲାରେ ରହୁଥିବା ୩୫ ବର୍ଷୀୟ ଯଶ ଯାଦବ ନିଆଁ କବଳରୁ ବର୍ତ୍ତିବାକୁ ତାଙ୍କ ବାଲକୋନୀରୁ ତଳକୁ ଡେଇଁ ପଡ଼ିଥିଲେ। ତାଙ୍କ ସହିତ ତାଙ୍କର ଜଣେ ପୁଅ ଓ ଜଣେ ଝିଅ ମଧ୍ୟ ଡେଇଁ ପଡ଼ିଥିଲେ। ତେବେ ସେମାନଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କୁ ଆଇଜିଆଇ ହସ୍‌ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଯଶ ଯାଦବ ପ୍ଲେକ୍ସ ବୋର୍ଡ ବ୍ୟବସାୟ ସହିତ ଜଡ଼ିତ ଥିଲେ। ଅଗ୍ନିକାଣ୍ଡ ଘଟିବା ସମୟରେ ଘରେ ତାଙ୍କ ପତ୍ନୀ ଓ ବଡ଼ ପୁଅ ମଧ୍ୟ ଥିଲେ। ସେମାନେ ମଧ୍ୟ ନିଆଁରେ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଆଇଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ‘ଶପଥ ସୋସାଇଟି’ର ସମସ୍ତ ଘରଗୁଡ଼ିକରୁ ଲୋକଙ୍କୁ ବାହାର କରି ଦିଆଯାଇଛି। ବିଦ୍ୟୁତ୍ ଓ ଗ୍ୟାସ ସଂଯୋଗକୁ ବିଚ୍ଛିନ୍ନ କରି ଦିଆଯାଇଛି। ଏହି ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଘଟଣାର ତଦନ୍ତ କରାଯାଉଛି।

Fire Mishap
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe