Advertisment

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ; ଚାଲିଗଲା ୩ ଜଣଙ୍କ ଜୀବନ, ଜଣେ ଆହତ

ବାଣ ପ୍ରସ୍ତୁତି ଚାଲିଥିବା ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।

ଅଦ୍ୟତନ ହୋଇଛି
Cracker Factory

Cracker Factory

Advertisment

ତାମିଲନାଡ଼ୁର ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ଜଣେ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିବାବେଳେ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମ ବାହିନୀ।

Advertisment

ସୂଚନା ଅନୁସାରେ, ତାମିଲନାଡୁର ବିରୁଧୁନଗର ଜିଲ୍ଲାର ସତ୍ତୁର ଅଞ୍ଚଳ ନିକଟରେ ଏହି ବାଣ ଗୋଦାମ ଥିଲା। ବାଣ ପ୍ରସ୍ତୁତି ଚାଲିଥିବା ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ଏକାଧିକ ବାଣରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘିଟିଛି।  

ଏନେଇ ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।

Advertisment

ଆଉ କିଛି ଶ୍ରମିକ ଗୋଦାମ ମଧ୍ୟରେ ଫସି ରହିଥିବା ସନ୍ଦେହ କରାଯାଉଛି। ଉଦ୍ଧାରକାରୀ ଟିମ୍ ସେମାନଙ୍କୁ ଗୋଦାମରୁ ବାହାର କରିବାକୁ ଉଦ୍ୟମ କରୁଛନ୍ତି। ଏନେଇ ବିରୁଧୁନଗର ଜିଲ୍ଲାପାଳ ସୂଚନା ଦେବା ସହ ସରକାରୀ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଥିବା କହିଛନ୍ତି। 

Firecracker Factory Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe