Advertisment

ଛତିଶଗଡ଼ରେ ଏନକାଉଣ୍ଟର, ୩ ମାଓବାଦୀ ନିପାତ

ବିଜାପୁର କରିଗୁଟା ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟର କରାଯାଇଥିବା ସୂଚନା...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଛତିଶଗଡ଼ରେ ଜାରିରହିଛି ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ। ଆଜି ପୁଣି ଏନକାଉଣ୍ଟରରେ ୩ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ। ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିପାତ ହୋଇଥିବା ସୂଚନା ମିଳିଛି। ଏନେଇ ବିଜାପୁର ଜିଲ୍ଲା ଏସ୍‌ପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।

Advertisment

ଏସପି ଯାଦବଙ୍କ ସୂଚନା ଅନୁସାରେ, ଆଜି ବିଜାପୁର କରିଗୁଟା ଜଙ୍ଗଲରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିରେ। ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୩ ମାଓବାଦୀ ନିପାତ ହୋଇଛନ୍ତି। ଏଥିସହ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି।

ଲୋକସଭା ନିର୍ବାଚନ ଘୋଷଣା ହେବା ପରଠାରୁ ବିଜାପୁର ଜିଲ୍ଲାରେ ଅପରେସନ ଜାରି ରଖିଛନ୍ତି ସୁରକ୍ଷାକର୍ମୀ। ଏପ୍ରିଲ ୨ରେ ଉକ୍ତ ଅଞ୍ଚଳରେ ଏନକାଉଣ୍ଟର କରିଥିଲେ ସୁରକ୍ଷାକର୍ମୀ। ଏଥିରେ ୪ ଜଣ ମାଓବାଦୀ ନିପାତ ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସର୍ଚ୍ଚ ଅପରେସନରେ ବେଳେ ୬ ଜଣ ନକ୍ସଲ ନିପାତ ହୋଇଥିଲେ। 

Advertisment
Chhattisgarh Encounter Maoist Killed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe