Advertisment

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଟଳିଲେ ୩ କୁଖ୍ୟାତ ମାଓବାଦୀ

ନିହତ ମାଓବାଦୀଙ୍କ ମଧ୍ୟରେ ରହିଛି ସିପିଆଇ(ମାଓବାଦୀ)ର କେନ୍ଦ୍ରୀୟ କମିଟି ସଦସ୍ୟ ସହଦେବ ସୋରେନ ଓରଫ ପରବେଶ।

author-image
Hemant Lenka
Naxal

Naxal

ନକ୍ସଲ ବିରୋଧୀ ଅଭିଯାନକୁ ଆଉ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଜଣ କୁଖ୍ୟାତ ମାଓବାଦୀ। ଗୁଇନ୍ଦା ବିଭାଗ ସୂଚନା ଆଧାରରେ ଝାରଖଣ୍ଡର ହଜାରିବାଗ ଅନ୍ତର୍ଗତ କାରାଣ୍ଡି ଗାଁରେ ହୋଇଥିବା ସର୍ଚ୍ଚ ଅପରେସନ ଓ ପରେ ହୋଇଥିବା ଗୁଳି ବିନିମୟ ପରେ ଏପରି ସଫଳତା ମିଳିଛି।

Advertisment

ନିହତ ମାଓବାଦୀଙ୍କ ମଧ୍ୟରେ ରହିଛି ସିପିଆଇ(ମାଓବାଦୀ)ର କେନ୍ଦ୍ରୀୟ କମିଟି ସଦସ୍ୟ ସହଦେବ ସୋରେନ ଓରଫ ପରବେଶ। ଏକାଧିକ ହିଂସକାଣ୍ଡ ଓ ହମଲାରେ ସାମିଲ ଥିବା ସହଦେବକୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ଦୀର୍ଘ ଦିନ ହେଲା ପ୍ରୟାସ ଚାଲିଥିଲା। ତା’ ମୁଣ୍ଡ ଉପରେ ମଧ୍ୟ ୧ କୋଟିର ପୁରସ୍କାର ରାଶି ରହିଥିଲା। ଏବେ ସେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି।

ବିହାର-ଝାରଖଣ୍ଡ ସ୍ପେଶାଲ ଏରିଆ କମିଟି ସଦସ୍ୟ ରଘୁନାଥ ହେମ୍ବ୍ରୋମ ଓରଫ ଚଞ୍ଚଲର ଖେଳ ମଧ୍ୟ ଖତମ କରିଛନ୍ତି ସୁରକ୍ଷାକର୍ମୀ। ତା’ ମୁଣ୍ଡ ଉପରେ ୨୫ ଲକ୍ଷର ପୁରସ୍କାର ରହିଥିଲା। ନିହତ ତୃତୀୟ ମାଓବାଦୀ ଜଣକ ହେଲେ ବୀରସେନ ଗାନଝୁ ଓରଫ ରାମଖେଲାୱନ। ସେ ଜୋନାଲ କମିଟି ସଦସ୍ୟ ଭାବେ କାମ କରୁଥିଲା ଓ ତା’କୁ ଧରିବା ପାଇଁ ପୁଲିସ୍‌ ପକ୍ଷରୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

Advertisment

ସୁରକ୍ଷାକର୍ମୀ ଏହି ୩ କୁଖ୍ୟାତ ମାଓବାଦୀଙ୍କ ମୃତଦେହକୁ ଜବତ କରିଛି। ଘଟଣା ସ୍ଥଳରୁ ଏକେ-୪୭ ରାଫଲ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ହଜାରିବାଗ ପୁଲିସ୍‌ ଓ ସିଆରପିଏଫ ୨୦୯ କୋବ୍ରା ବାଟାଲିୟନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଥିବା ବରିଷ୍ଠ ଅଧିକାରର ସୂଚନା ଦେଇଛନ୍ତି।

ଏହାପୂର୍ବରୁ ଗତକାଲି ମାନାଟୁ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ମୁକେଶ ଯାଦବ ନାମକ ଜଣେ ମାଓବାଦୀର ମୁଣ୍ଡ ଗଡ଼ିଥିଲା। ତା’କୁ ଧରିବା ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

Naxal Jharkhand