Advertisment

ଜିରି ନଦୀରୁ ମିଳିଲା ୩ ମହିଳାଙ୍କ ମୃତଦେହ, ୫ ଦିନ ତଳେ ନିଖୋଜ ହୋଇଥିଲେ

ମୃତଦେହଗୁଡ଼ିକ ଆସାମ- ମଣିପୁର ସୀମାର ଜିରିମୁଖରୁ ମିଳିଛି। ସେମାନଙ୍କୁ ଜିରିବାମ କ୍ୟାମ୍ପ ସମ୍ମୁଖରୁ ଅପହରଣ କରି ନିଆଯାଇଥିଲା।

author-image
Niharika Rout
Dead Body

Dead Body

ଗତ ସୋମବାରଠାରୁ ମଣିପୁରର ଜିରିବାମରୁ ୬ ଜଣ ନିଖୋଜ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି। ମୃତଦେହଗୁଡ଼ିକ ଆସାମ- ମଣିପୁର ସୀମାର ଜିରିମୁଖରୁ ମିଳିଛି। ସେମାନଙ୍କୁ ଜିରିବାମ କ୍ୟାମ୍ପ ସମ୍ମୁଖରୁ ଅପହରଣ କରି ନିଆଯାଇଥିଲା। ଏହି ମୃତଦେହଗୁଡ଼ିକ ଜିରି ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ପୁଲିସ୍‌ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

କିଛି ଦିନ ପୂର୍ବେ ମଣିପୁରର ଜିରିବାମରେ ସୁରକ୍ଷାକର୍ମୀ ଓ ଉଗ୍ରବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୧୧ ଜଣ କୁକି ସଂପ୍ରଦାୟର ସନ୍ଦିଗ୍ଧ ଉଗ୍ରବାଦୀ ନିହତ ହୋଇଥିଲେ। ଉଗ୍ରବାଦୀମାନେ ସ୍ଥାନୀୟ ପୁଲିସ୍‌ ଷ୍ଟେସନ ଉପରେ ଆକ୍ରମଣ କରିବାରୁ ଏହାର ଜବାବରେ ସୁରକ୍ଷାକର୍ମୀମାନେ ବଡ଼ ଧରଣର ହାମଲା କରିଥିଲେ।  

ଏହି ଆକ୍ରମଣର ଦିନକ ପରେ ଉକ୍ତ ଅଞ୍ଚଳରୁ ୩ ମହିଳା ଓ ୩ ଛୁଆ ନିଖୋଜ ହୋଇ ଯାଇଥିଲେ। ସେମାନେ ମୈତୀ ସମ୍ପ୍ରଦାୟର ବୋଲି ଜଣାଯାଇଛି।  କୁକୀ ଉଗ୍ରବାଦୀ ଏହି ୬ ଜଣଙ୍କୁ ଅପହରଣ କରିଥିବା ଚର୍ଚ୍ଚା ହେଉଥିଲା। ଏବେ ସେମାନଙ୍କ ମଧ୍ୟରୁ ୩ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରିବାର ଲୋକେ ସେମାନଙ୍କୁ ଚିହ୍ନଟ କରି ନାହାନ୍ତି।

Advertisment

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ଯୋଗୁ ପୁଣିଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ଏଥିପାଇଁ ୬ ପୁଲିସ୍‌ ଷ୍ଟେସନରେ ଥିବା ୫ ଜିଲ୍ଲାରେ ଆର୍ମଡ ଫୋର୍ସ ସ୍ପେଶାଲ ପାୱାର ଆକ୍ଟ ବା AFSPA ଲାଗୁ କରାଯାଇଛି । ମଣିପୁରର ପଶ୍ଚିମ ଇମ୍ଫାଲ, ପୂର୍ବ ଇମ୍ଫାଲ, ଜିରିବାମ, କାଙ୍ଗପୋକପାଇ ଓ ବିଷ୍ଣୁପୁର ଅଞ୍ଚଳରେ ଆଫସା ଲାଗୁ କରାଯାଇଛି। 

 ୨୦୨୩ ମେ’ ମାସରୁ ଦୁଇ ଗୋଷ୍ଠୀର ସଂଘର୍ଷ ଯୋଗୁ ମଣିପୁରରେ ଆରମ୍ଭ ହୋଇଥିବା ହିଂସାତ୍ମକ ଘଟଣା ଥମିବା ନାଁ ଧରୁନି ।  ଏଥିଯୋଗୁ ୨୩୭ ଜଣଙ୍କ ଜୀବନ ଯାଇଥିବା ବେଳେ ୬୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ତେବେ କିଛି ଦିନ ପୂର୍ବରୁ ସ୍ଥିତିରେ ସୁଧାର ଆସିଥିଲା। ଏବେ ପୁଣି ମଣିପୁର ଅଶାନ୍ତ ହୋଇ ଉଠିଛି। 

Manipur