Advertisment

ନକ୍ସଲଙ୍କ ଗୁଳିରେ ୩ ସୁରକ୍ଷାକର୍ମୀ ସହିଦ

ଗୁଳି ବିନିମୟ ସମୟରେ ଏଏସ୍‌ଆଇ ରାମୁରାମ ନାଗ, ଆସିଷ୍ଟାଣ୍ଟ କନଷ୍ଟେବଲ କୁନଜାମ ଜୋଗା ଓ ସୈନିକ ବନଜାମ ଭୀମା ସହିଦ ହୋଇଛନ୍ତି।

author-image
Hemant Lenka
police personnel

police personnel

କିଛି ଦିନର ବ୍ୟବଧାନ ପରେ ଛତିଶଗଡ଼ର ସୁକମାରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଓ ନକ୍ସଲ। ଆଜି ସକାଳେ ନକ୍ସଲଙ୍କ ହମଲାରେ ସହିଦ ହୋଇଛନ୍ତି ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ(ଡିଆରଜି)ର ୩ ଜଣ ଯବାନ। ସହିଦଙ୍କ ମଧ୍ୟରେ ଜଣେ ଏଏସ୍‌ଆଇ ରହିଛି। ଘଟଣା ପରେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

Advertisment

ବସ୍ତର ରେଞ୍ଜର ଆଇଜି ସୁନ୍ଦରାଜ ପି କହିଛନ୍ତି, ଆଜି ସକାଳେ ଡିଆରଜି ପକ୍ଷରୁ ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ୪୦୦ କିମି ଦୂର ଜାଗରଗୁଣ୍ଡା ପୁଲିସ୍‌ ଷ୍ଟେସନ ଅଧୀନରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସର୍ଚ୍ଚ ଅପରେସନ ବେଳେ ଘଟିଥିଲା ଗୁଳି ବିନିମୟ। ସକାଳ ପ୍ରାୟ ୯ଟା ବେଳେ ଯବାନମାନେ ଜାଗରଗୁଣ୍ଡା-କୁଣ୍ଡେଣ୍ଡ ଗାଁ ମଧ୍ୟରେ ଥିବା ବେଳେ ନକ୍ସଲମାନେ ହମଲା କରିଥିଲେ।

ଏହାର ଜବାବ ମଧ୍ୟ ଡିଆରଜି ପକ୍ଷରୁ ଦିଆଯାଇଥିଲା। ତେବେ ଗୁଳି ବିନିମୟ ସମୟରେ ଏଏସ୍‌ଆଇ ରାମୁରାମ ନାଗ, ଆସିଷ୍ଟାଣ୍ଟ କନଷ୍ଟେବଲ କୁନଜାମ ଜୋଗା ଓ ସୈନିକ ବନଜାମ ଭୀମା ସହିଦ ହୋଇଛନ୍ତି।

Advertisment

ଗୁଳିମାଡ଼ ପରେ ଅତିରିକ୍ତ ଯବାନଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ସେମାନେ ପୂରା ଅଞ୍ଚଳକୁ କର୍ଡନ କରି ଅପରେସନ କରୁଛି। ଏବେ ବି ସର୍ଚ୍ଚ ଅପରେସନ ସରି ନଥିବାରୁ ଆଇଜି ସୁନ୍ଦରାଜ ବିସ୍ତୃତ ସୂଚନା ଦେଇ ନାହାନ୍ତି।

Chhattisgarh Naxal Attack Naxal