Advertisment

ଗାଁ ଦାଣ୍ଡରୁ ଗାଏବ ହୋଇଗଲେ ୩ ଭଉଣୀ, ଆଉ ମିଳୁନି ପତ୍ତା

ବାପାମା’ ବିଲକୁ କାମ କରିବାକୁ ଯାଇଥିଲେ ଘର ବାହାରେ ଖେଳୁଥିଲେ ୩ ଭଉଣୀ। ମାତ୍ର କାମରୁ ଫେରିବା ପରେ ଆଉ ୩ ଝିଅଙ୍କ ପତ୍ତା ପାଉ ନାହାନ୍ତି ବାପାମା’ ।

author-image
Niharika Rout
Missing Case

Missing Case

ବାପାମା’ ବିଲକୁ କାମ କରିବାକୁ ଯାଇଥିଲେ ଘର ବାହାରେ ଖେଳୁଥିଲେ ୩ ଭଉଣୀ। ମାତ୍ର କାମରୁ ଫେରିବା ପରେ ଆଉ ୩ ଝିଅଙ୍କ ପତ୍ତା ପାଉ ନାହାନ୍ତି ବାପାମା’ । ଚାରିଆଡ଼େ ଖୋଜାଖୋଜି କରି ବି ୩ ଝିଅଙ୍କୁ ଠାବ କରି ପାରୁ ନାହାନ୍ତି। ପୁଲିସ୍‌ ବି ସେମାନଙ୍କ ଲାପତ୍ତା ହେବାର କାରଣ ଜାଣି ପାରୁନି।

Advertisment

ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରସେଶର କୌଶାମ୍ବିର ରସିଦମଇ ଗାଁରେ ଘଟିଛି। ନିଖୋଜ ନାବାଳିକାମାନଙ୍କ ବୟସ ଯଥାକ୍ରମେ ୧୨, ୧୦ ଓ ୬ ବର୍ଷ ବୋଲି ଜଣାପଡ଼ିଛି

ଅଭିଯୋଗକାରୀଙ୍କ ସୂଚନା ଅନୁଯାୟୀ, ଗତ ୩୧ ତାରିଖରେ ମୁଁ ଓ ମୋ ପତ୍ନୀ ବିଲକୁ କାମ କରିବାକୁ ଯାଇଥିଲୁ। ପିଲାମାନେ ଘରେ ଥିବା ବେଳେ ସ୍କୁଲ ବି ଯାଇ ନ ଥିଲେ। ସେମାନେ ବାହାରେ ଖେଳୁଥିଲେ । ମାତ୍ର ଫେରିବା ପରେ ଆମେ ଆଉ ପିଲାମାନଙ୍କୁ ପାଇ ନ ଥିଲୁ। ଗାଁ ସାରା ଖୋଜାଖୋଜି କରି ନ ପାଇବାରୁ ଏ ନେଇ ଥାନାରେ ଜଣାଇଥିଲୁ। ପୁଲିସ୍‌ ବି ଆସି ଖୋଜାଖୋଜି କରି କୌଣସି ସନ୍ଧାନ ପାଇ ପାରୁନି।

Advertisment

ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି। ପିଲାମାନେ କୁଆଡ଼େ ଗଲେ ନା କିଏ ଅପହରଣ କରି ନେଇଛି ନା କୌଣସି ଦୁର୍ଘଟଣାର ଶିକାର ହୋଇଛନ୍ତି ସେ ନେଇ କିଛି ସୂଚନା ମିଳି ପାରିନି।

ଏହି ଘଟଣାର ତଦନ୍ତ ପାଇଁ ପୁଲିସ୍‌ ବହୁ ଟିମ୍‌ ଗଠନ କରିଛି। ଏଥିସହ ଆଖପାଖରେ ଥିବା ସିସିଟିଭି ଫୁଟେଜକୁ ବି ଯାଞ୍ଚ କରୁଛି।

Uttar Pradesh