Advertisment

ମୋହାଲିରେ ଭୁଶୁଡ଼ିଲା ତିନିତାଲା କୋଠା, ୭ରୁ ୮ ଜଣ ଫସିଥିବା ସନ୍ଦେହ

ଭୁଶୁଡ଼ି ଯାଇଥିବା କୋଠାର ସମସ୍ତ ମହଲାରେ ଚାଲିଥିଲା ଜିମ। ଜାରି ରହିଛି ଉଦ୍ଧାର କାର୍ଯ୍ୟ।

3-storey Building collapses in Mohali

3-storey Building collapses in Mohali

Advertisment

ପଞ୍ଜାବର ମୋହାଲି ସହରରେ ଏକ ବଡ଼ ଅଘଟଣ ଘଟିଛି। ଏକ ନିର୍ମାଣଧୀନ କୋଠାରେ କିଛି ଖନନ କାର୍ଯ୍ୟ ଚାଲିଥିବାବେଳେ ଏହାର ନିକଟରେ ଥିବା ଆଉ ଏକ  ତିନି ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ଏହି ଅଘଟଣରେ ଭୁଶୁଡ଼ିଥିବା କୋଠା ତଳେ ଅତି କମରେ ୭ରୁ ୮ଜଣ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ତେବେ ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ୍, ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କୋଠାର ଭଗ୍ନାଂଶକୁ ବାହାର କରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

Advertisment

ଜଣେ ଅଧିକାରୀଙ୍କ କହିବା ଅନୁସାରେ ଭାଙ୍ଗି ଯାଇଥିବା କୋଠାର ସମସ୍ତ ତିନି ମହଲାରେ ଏକ ଜିମ ଚାଲିଥିଲା। ତେଣୁ ଏହି କୋଠା ଭୁଶୁଡ଼ି ପଡ଼ିଥିବାରୁ ଏହା ତଳେ ୭ରୁ ୮ଜଣ ଲୋକ ଫସି ଥାଇପାରନ୍ତି। ଖବର ପାଇ ଘଟଣାସ୍ଥଳରେ ଏନଡିଆରଏଫ, ପୁଲିସ ଓ ଅଗ୍ନିଶମ ବାହିନୀ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଥିଲେ। ବର୍ତ୍ତମାନ ସେଠାରେ କୋଠାର ଭଗ୍ନାଂଶକୁ ଆଡ଼େଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଯଦି କେହି ଫସିଥିବା ବ୍ୟକ୍ତି ଉଦ୍ଧାର ହୁଅନ୍ତି, ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାକୁ ସେଠାରେ ଡାକ୍ତରୀ ଟିମଙ୍କୁ ମଧ୍ୟ ଉପସ୍ଥିତ ରଖାଯାଇଛି। 

ମୋହାଲି ଏସଏସପି ଦୀପକ ପାରିକ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ଚାଲିଛି। ସେଠାରେ କେତେ ଲୋକ ଫସିଥିବେ, ଏହାର ସଠିକ ଆକଳନ କରିହେବ ନାହିଁ। ଏନଡିଆରଏଫ୍, ପୁଲିସ ଓ ଅଗ୍ନିଶମ ବାହିନୀ ସେଠାରେ ନିୟୋଜିତ ଅଛନ୍ତି। ଦୁର୍ଘଟଣା ପଛର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ସେପଟେ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ସମସ୍ତ ଚେଷ୍ଟା କରାଯିବ ବୋଲି ସ୍ଥାନୀୟ ପୁଲିସ କହିଛି।

Advertisment
Building Collapse Mohali Building Collapse 3-storey Building Lapse In Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe