Advertisment

ଛାତ ପଡ଼ିବା ବେଳେ ଭୁଶୁଡ଼ିଗଲା ତିନି ମହଲା କୋଠା, ଦବିଗଲେ ୫ ଶ୍ରମିକ

ଗତକାଲି ସନ୍ଧ୍ୟାରେ କାମ ସରିବା ପରେ ବହୁ ଶ୍ରମିକ ତଳକୁ ଚାଲି ଆସିଥିଲେ। ପ୍ରାୟ ୫ ଜଣ ଛାତରେ ଥିବା ବେଳେ ସେମାନେ ଜିନିଷପତ୍ର ସଜାଡ଼ିବା କାମ କରୁଥିଲେ।

author-image
Niharika Rout
Accident Spot

Accident Spot

ଛାତ ପଡ଼ିବା ବେଳେ ଭୁଶୁଡ଼ିଗଲା ତିନି ମହଲା କୋଠା । ଏହା ତଳେ ଚାପି ହୋଇଗଲେ ୫ ଶ୍ରମିକ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ରାଜଗଡ଼ ଜିଲ୍ଲାରେ ଘଟିଛି।

Advertisment

ରାଜଗଡ଼ ଜିଲ୍ଲାର ଶିବଧାମ କଲୋନୀରେ ଗତକାଲି ଏକ ତିନି ମହଲା କୋଠାର ଛାତ ପଡ଼ୁଥିଲା। ଉକ୍ତ କାର୍ଯ୍ୟରେ ୧୯ ଶ୍ରମିକ ନିୟୋଜିତ ଥିଲେ। ଗତକାଲି ସନ୍ଧ୍ୟାରେ କାମ ସରିବା ପରେ ବହୁ ଶ୍ରମିକ ତଳକୁ ଚାଲି ଆସିଥିଲେ। ପ୍ରାୟ ୫ ଜଣ ଛାତରେ ଥିବା ବେଳେ ସେମାନେ ଜିନିଷପତ୍ର ସଜାଡ଼ିବା କାମ କରୁଥିଲେ।

ଉକ୍ତ ସମୟରେ ହଠାତ୍‌ କୋଠାଟି ଭୁଶୁଡ଼ି ପଡ଼ିଥିଲା ଓ ତା’ ତଳେ ସମସ୍ତ ୫ ଶ୍ରମିକ ରହି ଯାଇଥିଲେ। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ବହୁ ପରିଶ୍ରମ ପରେ ୫ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ଅନ୍ୟ ୪ ଜଣଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଏଥିସହ ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Madhya Pradesh