Advertisment

ସ୍କୁଲରେ ଭୁଶୁଡ଼ିଲା ପାଣି ଟାଙ୍କି; ୩ ଛାତ୍ର ମୃତ

ଘରୋଇ ସ୍କୁଲରେ ପିଲାମାନେ ଖେଳୁଥିବାବେଳେ ଧସିଲା ପାଣି ଟାଙ୍କି। ଏହି ଘଟଣାରେ ଅନ୍ୟ ତିନିଜଣ ଛାତ୍ର ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି।

Overhead Water Tank

Overhead Water Tank

Advertisment

ସ୍କୁଲରେ ଖେଳୁଥିବାବେଳେ ପାଣି ଟାଙ୍କି ଧସିଯିବାରୁ ତିନିଜଣ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ଅରୁଣାଚଳ ପ୍ରଦେଶର ନାହରଲାଗୁନରେ ଘଟିଛି। ଏହି ଘଟଣାରେ ଅନ୍ୟ ତିନିଜଣ ଛାତ୍ର ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି। ସମସ୍ତ ଆହତଙ୍କୁ ନାହରଲାଗୁନସ୍ଥିତ ଟୋମୋ ରିବା ସ୍ୱାସ୍ଥ୍ୟ ଏବଂ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (TRIHMS)ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ପୁଲିସ କହିଛି।

Advertisment

ନାହରଲାଗୁନ ପୁଲିସ ଅଧିକ୍ଷକ ମିହିନ ଗାମ୍ବୋଙ୍କ କହିବା ଅନୁସାରେ ଏଠାରେ ମଡେଲ ଗାଁରେ ଥିବା ସେଣ୍ଟ ଆଲଫୋନ୍ସା ନାମକ ଏକ ଘରୋଇ ସ୍କୁଲରେ ଛାତ୍ରମାନେ ଖେଳୁଥିଲେ। ଏହି ସମୟରେ ପାଖରେ ଥିବା ପାଣି ଟାଙ୍କି ଭୁଶୁଡ଼ି ପଡ଼ିଥିଲା। ଏଥିରେ ୬ ଜଣ ଛାତ୍ର ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତଙ୍କୁ ସ୍ଥାନୀୟ ଟୋମୋ ରିବା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ହେଲେ ଏଠାରେ ତିନି ଜଣ ଛାତ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଏସପି କହିଛନ୍ତି। ମୃତକମାନେ ନବମ ଶ୍ରେଣୀର ଛାତ୍ର ଥିବାବେଳେ ଆହତମାନେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ର ବୋଲି ପୁଲିସ କହିଛି। ଏହି ମାମଲାରେ ପୁଲିସ ଘରୋଇ ବିଦ୍ୟାଳୟର ପ୍ରଧାନଶିକ୍ଷକ, ମାଲିକ ଏବଂ ଚାରିଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏସପି କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ପାଣି ଟାଙ୍କିରେ ଏହାର କ୍ଷମତାଠାରୁ ଅଧିକ ପାଣି ଭର୍ତ୍ତି ହୋଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡ଼ିବ।

Advertisment
Arunachal Pradesh Accident In School Overhead Water Tank Collapse School Students Die
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe