Advertisment

ପାକିସ୍ତାନ ସେନାର ହୀନ ପ୍ରୟାସ, ୩ ଆତଙ୍କବାଦୀ ନିହତ

ନିହତ ଆତଙ୍କବାଦୀଙ୍କ ଠାରୁ ଦୁଇଟି ଏକେ ରାଇଫଲ, ଗୋଟିଏ ପିସ୍ତଲ, ୭ଟି ଗ୍ରେନେଡ, ଗୋଟିଏ ଆଇଇଡି ଓ ଅନ୍ୟ କିଛି ହାତହତିଆର ସହିତ ପାକିସ୍ତାନୀ ନୋଟ୍ ଜବତ କରାଯାଇଛି।

Army

Army

Advertisment

ଜମ୍ମୁ-କଶ୍ମୀରର ବାରାମୂଲା ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନାର ଗୁଳିରେ ନିହତ ହୋଇଛନ୍ତି ତିନି ଜଣ ଆତଙ୍କବାଦୀ। ଏହି ତିନି ଜଣଙ୍କୁ ଭାରତ ସୀମାରେ ପ୍ରବେଶ କରାଇବାକୁ ପାକିସ୍ତାନ ସେନାର ଯବାନମାନେ ସାହାଯ୍ୟ କରିଥିଲେ। ସେମାନେ ଆତଙ୍କବାଦୀଙ୍କ ପାଇଁ କଭର ଫାୟାର କରିଥିଲେ ‍ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। 

Advertisment

ବ୍ରିଗେଡିୟର ପିଏମ୍‌ଏସ୍‌ ଢିଲୋନ କହିଛନ୍ତି, ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ କରିବାକୁ ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୁଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ତିନି ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ସେମାନେ ନିହତ ହୋଇଥିଲେ। ଦୁଇ ଜଣ ଆତଙ୍କବାଦୀଙ୍କ ମୃତଦେହକୁ ଜବତ କରାଯାଇଛି। ତୃତୀୟ ଆତଙ୍କବାଦୀର ମୃତଦେହକୁ ଜବତ କରାଯାଇପାରିନି। କାରଣ ସୀମା ଆରପଟୁ ପାକିସ୍ତାନୀ ସେନାର ପୋଷ୍ଟରୁ ପ୍ରବଳ ଗୁଳିମାଡ଼ କରାଯାଇଥିଲା।

ସେ ଆହୁରି କହିଛନ୍ତି, ନିହତ ଆତଙ୍କବାଦୀଙ୍କ ଠାରୁ ଦୁଇଟି ଏକେ ରାଇଫଲ, ଗୋଟିଏ ପିସ୍ତଲ, ୭ଟି ଗ୍ରେନେଡ, ଗୋଟିଏ ଆଇଇଡି ଓ ଅନ୍ୟ କିଛି ହାତହତିଆର ସହିତ ପାକିସ୍ତାନୀ ନୋଟ୍ ଜବତ କରାଯାଇଛି।

Advertisment

ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ଆତଙ୍କବାଦୀମାନଙ୍କୁ ବାହାର କରିବା ପାଇଁ ଅପରେସନ ଜାରି ରହିଥିବା ବେଳେ ଆଜି ଏହି ଅନୁପ୍ରବେଶ ଉଦ୍ୟମ ଘଟଣା ଘଟିଛି। ଅନନ୍ତନାଗ ଜିଲ୍ଲାରେ ଚାଲିଥିବା ଏନ୍‌କାଉଣ୍ଟର ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଏହି ଏନ୍‌କାଉଣ୍ଟରରେ ୪ ଜଣ ଯବାନ ସହିଦ ହୋଇସାରିଲେଣି। ସେମାନଙ୍କ ମଧ୍ୟରେ ଜମ୍ମୁ ଓ କଶ୍ମୀର ପୁଲିସର ଜଣେ ଡିଏସ୍‌ପି ଅଛନ୍ତି।

Pakistan Indian Army Infiltration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe