ଦିଲ୍ଲୀର ଗ୍ରେଟର ନୋଏଡାର ଏକ ସୋଫା କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। କାରଖାନାରେ ନିଆଁ ଲାଗିଯିବାରୁ ତିନି ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି।ଶ୍ରମିକମାନେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।
ମୃତକମାନେ ହେଉଛନ୍ତି ୨୩ ବର୍ଷୀୟ ଗୁଲଫାମ (ମଥୁରା ବାସିନ୍ଦା), ୨୯ ବର୍ଷୀୟ ମଜହର ଆଲାମ (ବିହାର ବାସିନ୍ଦା) ଏବଂ ୨୪ ବର୍ଷୀୟ ଦିଲଶାଦ (ବିହାରର ଆରାରିଆ ବାସିନ୍ଦା)।
Also Read
ଅଗ୍ନିକାଣ୍ଡ ବାବଦରେ ଖବର ପାଇ ସ୍ଥାନୀୟ ପୁଲିସ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିଛି ଘଣ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିବା ପରେ ତିନି ଜଣଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେମାନଙ୍କର ମୃତ୍ୟୁ ଘଟି ସାରିଥିଲା।
ତେବେ କେଉଁ କାରଣରୁ ସୋଫା ଫ୍ୟାକ୍ଟ୍ରିରେ ନିଆଁ ଲାଗିଲା କାରଣ ଜଣାପଡ଼ିନାହିଁ। କାରଖାନାରେ ଅନ୍ୟ ଶ୍ରମିକ ଥିଲେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତିର ଅନୁଧ୍ୟାନ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ସିଏମ୍ ହାଉସ୍କୁ ନେଇ ବିବାଦ, ଆପ୍ ନେତାଙ୍କୁ ଅଟକାଇଲା ପୁଲିସ
ଆମ୍ ଆଦମୀ ପାର୍ଟିର ନେତା ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି।
National
ବର୍ଷିଲେ ସୁପ୍ରିମକୋର୍ଟ, କହିଲେ- ମାଗଣା ଯୋଜନା ଲାଗି ଟଙ୍କା ଅଛି, ହେଲେ ଜଜ୍ଙ୍କ ଦରମା ପାଇଁ…
ସମସ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ମାଗଣାରେ ବଣ୍ଟା ଯାଉଥିବା ଟଙ୍କା ଓ ମାଗଣା ଯୋଜନାକୁ ଦର୍ଶାଇ କୋର୍ଟ କହିଛନ୍ତି, ଯେଉଁମାନେ କିଛି କାମ କରୁ ନାହାନ୍ତି ସେମାନଙ୍କ ପାଇଁ ସରକାରଙ୍କ ଟଙ୍କା ଅଛି। ହେଲେ ବିଚାରପତିଙ୍କ ଦରମା ଏବଂ ପେନସନ କଥା ଉଠିଲେ ଆର୍ଥିକ ସମସ୍ୟା ଦେଖାଦେଉଛି।
National
କୋଇଲା ଖଣିରେ ଏବେବି ଫସିଛନ୍ତି ୬ ଶ୍ରମିକ, ବାହାରିଲାଣି ୩ ମୃତଦେହ
୧୫ ଜଣ ଶ୍ରମିକ ଫସିଥିବା ପ୍ରଥମେ କୁହାଯାଉଥିବା ବେଳେ, ଖଣି କର୍ମଚାରୀମାନେ ଫସିଥିବା ୯ ଶ୍ରମିକଙ୍କ ନାଁ ଦେଇଥିଲେ।
National
ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ
୨ ବର୍ଷ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଭି. ନାରାୟଣନଙ୍କ ପଖରେ ପ୍ରାୟ ୪ ଦଶନ୍ଧିର ଅନୁଭବ ରହିଛି।
National
ଅଜିତ କୁମାରଙ୍କ ଭୟଙ୍କର କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ
ଦୁବାଇ ଗ୍ରାଣ୍ଡ ଫିକ୍ସରେ ଅଭ୍ୟାସ ବେଳେ ନିୟନ୍ତ୍ରଣ ହରାଇ ରେସିଂ ଟ୍ରାକ୍ କଡ଼ରେ ଥିବା କାନ୍ଥରେ ପିଟି ହୋଇଥିଲା ଅଜିତଙ୍କ କାର। ଦୁର୍ଘଟଣାରେ ଅଭିନେତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।