Advertisment

ସାପକୁ ଚୋବାଇ ଦେଲା ୩ ବର୍ଷର ଶିଶୁ

ଏକ ତିନି ବର୍ଷର ପୁଅ ଗୋଟିଏ ସାପକୁ ଚୋବାଇ ଦେବାରୁ ତାହା ମରିଯାଇଥିବା ବେଳେ ସେ ସୁସ୍ଥ ଅଛି।

Snake

Snake

Advertisment

ଉତ୍ତର ପ୍ରଦେଶର ଫରୁଖାବାଦ ଜିଲ୍ଲା ମଦନପୁର ଗାଁରେ ଏକ ତିନି ବର୍ଷର ଶିଶୁପୁତ୍ର ଗୋଟିଏ ସାପକୁ ଚୋବାଇ ଦେବାରୁ ତାହା ମରିଯାଇଥିବା ବେଳେ ସେ ସୁସ୍ଥ ଅଛି।

Advertisment

ଗତ ଶନିବାର ଏହି ଘଟଣାଟି ଘଟିଥିଲା। ଦୀନେଶ କୁମାରଙ୍କ ପୁଅ ଅକ୍ଷୟ ଘର ପାଖରେ ଖେଳୁଥିବା ବେଳେ ଏକ ଛୋଟ ସାପକୁ ଦେଖିଥିଲା। ସେ ସାପଟି ଧରି ପାଟିରେ ଭର୍ତ୍ତି କରି ଦେଇଥିଲା ଓ ତାକୁ ଚୋବାଇ ଦେଇଥିଲା। ସାପଟି ତା’ ଦାନ୍ତରେ ଲାଗି ରହିବାରୁ ସେ ଜୋରରେ କାନ୍ଦିଥିଲା। ପିଲାଟିର କାନ୍ଦ ଶୁଣି ତା’ ଜେଜେ ମା’ ଧାଇଁ ଆସିଥିଲେ। ନାତି ପାଟିରେ ସାପ ଦେଖି ସେ ଡରି ଯାଇଥିଲେ।

ସେ ସଙ୍ଗେ ସଙ୍ଗେ ସାପଟିକୁ ନାତିର ପାଟିରୁ କାଢ଼ି ଦେଇଥିଲେ। ସାପଟି ସେତେବେଳକୁ ମରି ଯାଇଥିଲା। ତା’ପରେ ସେ ନାତିର ପାଟିକୁ ଧୋଇ ତା’ ବାପାମା’କୁ ଖବର ଦେଇଥିଲେ। ବାପାମା’ ଆସି ପିଲାଟିକୁ ଡାକ୍ତରଖାନା ନେଇଥିଲେ। ସେମାନେ ସାଙ୍ଗରେ ମୃତ ସାପଟିକୁ ମଧ୍ୟ ଡାକ୍ତରଖାନା ନେଇଥିଲେ।

Advertisment

ଡାକ୍ତର ଛୁଆଟିକୁ ଭଲ ଭାବେ ଯାଞ୍ଚ କରିବା ପରେ ଆବଶ୍ୟକ ଔଷଧ ଦେଇଥିଲେ। ୨୪ ଘଣ୍ଟା ନିରୀକ୍ଷଣରେ ରଖିବା ପରେ ଡାକ୍ତର ତାକୁ ଡିସଚାର୍ଜ କରି ଦେଇଥିଲେ। ଛୁଆଟି ପୂରା ସୁସ୍ଥ ଅଛି ବୋଲି ଡାକ୍ତର କହିଥିଲେ। ଛୁଆଟି ଯେଉଁ ସାପକୁ ଚୋବାଇ ଦେଇଥିଲା, ତାହା ବିଷଧର ନଥିଲା ବୋଲି ଡାକ୍ତର କହିଥିଲେ।

Uttar Pradesh Snake Bite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe