Advertisment

ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ମହାଠକ ସୁକେଶ ଲେଖିଲା ଚିଠି

ଧମକ ଓ ମାନସିକ ନିର୍ଯାତନା ଦେଉଥିବା ଚିଠି ଜରିଆରେ ଅଭିଯୋଗ କରିଛି ସୁକେଶ।

ଅଦ୍ୟତନ ହୋଇଛି
Sukesh Chandra Sekhar

Sukesh Chandra Sekhar

Advertisment

ଦିଲ୍ଲୀ ଉପ ରାଜ୍ୟପାଳଙ୍କୁ ଚିଠି ଲେଖିଲା ମହାଠକ ସୁକେଶ ଚନ୍ଦ୍ରଶେଖର। ସିସିଟିଭି ଫୁଟେଜ ଲିକ ହୋଇବାକୁ ନେଇ ସୁକେଶ ଚନ୍ଦ୍ରଶେଖର ଏଲ୍‌ଜିଙ୍କ ନିକଟରେ ଅଭିଯୋଗ କରିଛି ଓ ଏ ସମ୍ପର୍କରେ ସେ ତଦନ୍ତ ଦାବି କରିଛି। ଜେଲର ସିସିଟିଭି ଫୁଟେଜ ଲିକ ହେବା ସୁରକ୍ଷାରେ ବଡ଼ ତ୍ରୁଟି ସୁକେଶ ଚନ୍ଦ୍ରଶେଖର ଏଲଜିଙ୍କୁ ଲେଖିଥିବା ଚିଠିରେ କହିଛି। 

Advertisment

ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଦୀପକ ଶର୍ମା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଜୟ ସିଂହ ଜେଲ୍‌ର ସିସିଟିଭି ଫୁଟେଜ ଲିକ୍ କରିଥିବା ନେଇ ମହାଠକ ସୁକେଶ ଅଭିଯୋଗ କରିଛି। ଏଥିସହ ଦୀପକ ଶର୍ମା ଏବଂ ଜୟ ସିଂଙ୍କ ବିରୋଧରେ ଧମକ ଓ ମାନସିକ ନିର୍ଯାତନା ଦେଉଥିବା ଚିଠି ଜରିଆରେ ଅଭିଯୋଗ କରିଛି ସୁକେଶ। ଇଓଡବ୍ଲୁ ସାମ୍ନାରେ ଦେଇଥିବା ବୟାନକୁ ପ୍ରତ୍ୟାହାର କରିବାକୁ ଜୟ ସିଂହ ଓ ଦୀପକ ଶର୍ମା ତାକୁ ଧମକ ଦେଇଥିବା ସୁକେଶ କହିଛି।

କେବଳ ସେତିକି ନୁହେଁ ‘ତୁମେ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ଏକ୍ସପୋଜ କଲ, ବର୍ତ୍ତମାନ ତୁମ ପାଳି। ତୁମ ସହ କିଭଳି ବ୍ୟବହାର କରାଯାଉଛି ତାହା ଦୁନିଆ ଦେଖିବ।’ ଚଢ଼ାଉର ଗୋଟିଏ ଦିନ ପରେ ଦୀପକ ଶର୍ମା ଓ ଜୟ ସିଂହ ତାକୁ ଡାକି ଏଭଳି କହିଥିବା ସୁକେଶ ଚିଠିରେ ଅଭିଯୋଗ କରିଛି।   

Advertisment

୨୦୦ କୋଟି ଟଙ୍କା ଠକେଇ ମାମଲାରେ ମହାଠକ ସୁକେଶ ଚନ୍ଦ୍ର ଶେଖର ବର୍ତ୍ତମାନ ଦିଲ୍ଲୀର ମଣ୍ଡୋଲି ଜେଲ୍‌ରେ ବନ୍ଦ ଅଛି। କିଛି ଦିନ ପୂର୍ବେ ଜେଲ୍ ଭିତରେ ସେ ଦେଢ଼ ଲକ୍ଷର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ପିନ୍ଧୁଥିବା ନେଇ ଚଢ଼ାଉ ବେଳେ ଧରାପଡିଥିଲା। କେବଳ ସେତିକି ନୁହେଁ ସେ ରହୁଥିବା ଜେଲ୍ ସେଲ୍‌ରୁ ଅନେକ ଲଗ୍‌ଜୁରୀ ସାମାନ ମଧ୍ୟ ଜବତ ହୋଇଥିଲା। 

Delhi Police Sukesh Chandrasekhar Delhi LG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe