Advertisment

ଭାଲୁ ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍‌ ତାର, ଛନ୍ଦି ହୋଇଗଲା ବାଘ

ଭାଲୁକୁ ଧରିବା ପାଇଁ ବିଛା ଯାଇଥିଲା ବିଦ୍ୟୁତ୍‌ ତାର । ମାତ୍ର ଉକ୍ତ ଜାଲରେ ପଡ଼ିଗଲା ବାଘ । ଆଉ ଘଟଣାସ୍ଥଳରେ ହିଁ ଆଖି ବୁଜିଦେଲା।

author-image
Niharika Rout
ଅଦ୍ୟତନ ହୋଇଛି
Tiger

Tiger

ଭାଲୁକୁ ଧରିବା ପାଇଁ ବିଛା ଯାଇଥିଲା ବିଦ୍ୟୁତ୍‌ ତାର । ମାତ୍ର ଉକ୍ତ ଜାଲରେ ପଡ଼ିଗଲା ବାଘ । ଆଉ ଘଟଣାସ୍ଥଳରେ ହିଁ ଆଖି ବୁଜିଦେଲା। ଅଭିଯୁକ୍ତମାନେ ବାଘ ମୃତଦେହକୁ ଏକ ନଦୀ କୂଳରେ ପୋତି ଦେଇଥିବା ବେଳେ ତାହାକୁ ବାହାର କରିବା ପରେ କଥା ସାମନାକୁ ଆସିଛି।

Advertisment

ଏପରି ଏକ ସାଂଘାତିକ ଘଟଣା ଛତିଶଗଡ଼ର ଗୋମର୍ଡା ଅଭୟାରଣ୍ୟରେ ଘଟିଥିବା ବେଳେ ୫ ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଜଣେ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ୨ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ବନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଡିସେମ୍ବରରେ ଅଭୟାରଣ୍ୟରେ ଏକ ବାଘ ବିଚରଣ କରୁଥିବା ଦେଖିବାକୁ ମିଳିଥିଲା। ଉକ୍ତ ବାଘ ଉପରେ ନଜର ରଖିବା ନିମନ୍ତେ ଏକ ଟିମ୍‌ ଗଠନ କରାଯାଇଥିଲା। ମାତ୍ର ଗତ ୧୨ ତାରିଖ ପରେ ଆଉ ବାଘର ପାଦ ଚିହ୍ନ ଦେଖିବାକୁ ମିଳି ନ ଥିଲା।

Advertisment

ଏହାପରେ ଅଭୟାରଣ୍ୟ ଭିତରେ ଥିବା ଘୋରଘଣ୍ଟି ଗାଁରେ ଏକ ନଦୀ ପଠାରେ ବାଘର ମୃତଦେହ ପୋତାଯାଇଥିବା ବିଶେଷ ସୂତ୍ରରୁ ଖବର ପାଇଥିଲୁ । ଗତ ୨୪ ତାରିଖରେ ଏହି ଘଟଣାରେ ୩ ଜଣଙ୍କୁ କାବୁ କରି ପଚରାଉଚରା କରାଯାଇଥିଲା। ପଚରାଉଚରା ପରେ ଉକ୍ତ ୩ ଜଣ ସତ ଉଗାରିଥିଲେ। ଏକ ଭାଲୁକୁ କାବୁ କରିବାକୁ ସେମାନେ ଜଙ୍ଗଲରେ ବିଦ୍ୟୁତ୍‌ ତାର ବିଛାଇଥିବା କହିଥିଲେ। ମାତ୍ର ଉକ୍ତ ତାର ସଂସ୍ପର୍ଶରେ ଆସି ବାଘଟିର ମୃତ୍ୟୁ ହୋଇଥିବା ସେମାନେ କହିଥିଲେ।

ଏହାପରେ ସେମାନେ ବାଘର ମୃତଦେହକୁ ଏକ ନଦୀ ପାଖରେ ପୋତି ଦେଇଥିବା କହିଥିଲେ। ମାତ୍ର ବନ ବିଭାଗ ଅଧିକାରୀ ଉକ୍ତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏହି ଘଟଣାରେ ସମୁଦାୟ ୫ ଜଣଙ୍କୁ ଗିରଫ କରାଯାଇଛି।

ଏଥିସହ ଦାୟିତ୍ୱରେ ଅବହେଳା ଅଭିଯୋଗରେ ଜଣେ ବନ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ୨ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

Chhatisgarh Tiger