Advertisment

କିଭଳି ଅଛି କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା? ଜବାବ ରଖିଲା ଜେଲ୍‌ ପ୍ରଶାସନ

କେଜ୍ରିଓ୍ୱାଲଙ୍କୁ ଇନ୍‌ସୁଲିନ୍‌ ଦିଆଯାଉନଥିବା ଆପ୍‌ ଆଣିଥିବା ଅଭିଯୋଗକୁ ଜେଲ୍‌ ପ୍ରଶାସନ ଖଣ୍ଡନ କରିଛି।

author-image
Madhupriya Mistry
Arvind Kejriwal

Arvind Kejriwal

ମଦ ଦୁର୍ନୀତି ମାମଲାରେ ତିହାର ଜେଲ୍‌ରେ ବନ୍ଦ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଏହାକୁ ନେଇ ଜେଲ୍‌ ପ୍ରଶାସନ ଓ ଆପ୍‌ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି। ଜେଲ୍‌ ଭିତରେ କେଜ୍ରିଓ୍ୱାଲଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଉଥିବା ଆମ୍‌ ଆଦମୀ ପାର୍ଟି ଅଭିଯୋଗ ଆଣିଛି। ଏପରିକି ଡାଇବେଟିସ୍‌ ରୋଗୀ ହୋଇଥିବା ସତ୍ତ୍ୱେ ତାଙ୍କ ଇନ୍‌ସୁଲିନ୍‌ ଦିଆଯାଉନଥିବା ଅଭିଯୋଗ ହେବା ପରେ ଏବେ ଜେଲ୍‌ ପ୍ରଶାସନ ଏହାର ଜବାବ ରଖିଛି। ଏଥିସହ ଆପ୍‌ ଆଣିଥିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛି।

Advertisment

ତିହାର ଜେଲ୍‌ ପ୍ରଶାସନ ପକ୍ଷରୁ ଜାରି ଏକ ବୟାନ୍‌ରେ କୁହାଯାଇଛି ଯେ, ଶନିବାର AIIMSର ବରିଷ୍ଠ ଡାକ୍ତରମାନେ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ଅରବିନ୍ଦ କେଜ୍ରିୱାଲଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରାୟ ୪୦ମିନିଟର କଥାବାର୍ତ୍ତା ପରେ କେଜ୍ରିୱାଲଙ୍କୁ ଆଶ୍ୱସନା ଦିଆଯାଇଛି ଯେ, ତାଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ଗୁରୁତ୍ୱପୂର୍ଣ୍ଣ ଚିନ୍ତାର କାରଣ ନାହିଁ ଏବଂ ତାଙ୍କୁ ଦିଆଯାଇଥିବା ଔଷଧ ଜାରି ରଖିବାକୁ କୁହାଯାଇଛି। ନିୟମିତ ଭାବରେ ମୂଲ୍ୟାଙ୍କନ କରାଯିବ ଏବଂ ସମୀକ୍ଷା କରାଯିବ ବୋଲି ଏମ୍ସ ଡାକ୍ତରମାନେ କହିଛନ୍ତି।

ସୁନୀତା କେଜ୍ରିଓ୍ୱାଲଙ୍କ କହିବା ମୁତାବକ, ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଡାକ୍ତରଙ୍କ ପରାମର୍ଶ ନିଆଯାଇଥିଲା। ଏହି ସମୟରେ AIIMS ଡାକ୍ତରଙ୍କ ବ୍ୟତୀତ ଉଭୟ ଆରଏମଓ ତିହାର ଜେଲ ଏବଂ ମେଡିକାଲ ଅଫିସର ତିହାର ଉଭୟ ଉପସ୍ଥିତ ଥିଲେ। AIIMS ର ବରିଷ୍ଠ ବିଶେଷଜ୍ଞ ସମସ୍ତ ପାରାମିଟର ଯାଞ୍ଚ କରିଥିଲେ। କେଜ୍ରିୱାଲଙ୍କ ଗ୍ଲୁକୋଜ୍ ମନିଟରିଂ ସହିତ ସେନ୍ସର, ଡାଏଟ୍ ଏବଂ ଔଷଧ ବିଷୟରେ ସେ ପଚାରି ବୁଝିଥିଲେ। ଏହି ସମୟରେ କେଜ୍ରିୱାଲଙ୍କ ତରଫରୁ ଇନସୁଲିନର କୌଣସି ପ୍ରସଙ୍ଗ ଉଠାଯାଇ ନଥିଲା କିମ୍ବା ଡାକ୍ତରମାନେ ଇନସୁଲିନ ଦେବାକୁ ପରାମର୍ଶ ଦେଇ ନଥିଲେ ବୋଲି ଜେଲ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି।

Advertisment

ନିକଟରେ ଆପ୍‌ ନେତା ତଥା ଦିଲ୍ଲୀ ସରକାର ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭରଦ୍ୱାଜ ଜେଲ୍‌ ଭିତରେ କେଜ୍ରିଓ୍ୱାଲଙ୍କୁ ମାରିବାକୁ ଷଡଯନ୍ତ୍ର କରାଯାଉଥିବା ନେଇ ଅଭିଯୋଗ ଆଣିଥିଲେ। ସେ ଜଣେ ମଧୁମେହ ରୋଗୀ। ସେ ପ୍ରତିଦିନ ଇନ୍‌ସୁଲିନ୍‌ ନିଅନ୍ତି। କେଜ୍ରିଓ୍ୱାଲ ବାରମ୍ବାର ଇନ୍‌ସୁଲିନ୍‌ ମାଗୁଥିଲେ ମଧ୍ୟ ତାଙ୍କୁ ଜେଲ୍‌ ପ୍ରଶାସନ ଦେଉନଥିବା ନେଇ ଅଭିଯୋଗ ଆଣିଥିଲେ। ତେବେ ଏହି ଅଭିଯୋଗକୁ ଏବେ ତିହାର ଜେଲ୍‌ ପ୍ରଶାସନ ଖଣ୍ଡନ କରିଛନ୍ତି।

Arvind Kejriwal AAP Tihar Jail Insulin Controversy