Advertisment

ତିହାର ଜେଲରେ ନକଲି କର୍ମଚାରୀ! ବରଖାସ୍ତ ହେଲେ ୫୦

ବରଖାସ୍ତ ୫୦ ଜଣ କର୍ମଚାରୀଙ୍କ ମଧ୍ୟରେ ୩୯ ଜଣ ୱାର୍ଡେନ, ୯ ଜଣ ଆସିସଷ୍ଟାଣ୍ଟ ସୁପରିନଟେଡେଣ୍ଟ ଓ ୨ ଜଣ ପ୍ରମୁଖ ନର୍ସ ରହିଛନ୍ତି।

Tihar

Tihar

Advertisment

ଦିଲ୍ଲୀର ତିହାର ଜେଲରେ ନକଲି କର୍ମଚାରୀ। ଦୀର୍ଘଦିନରୁ ନକଲି କର୍ମଚାରୀମାନେ କାମ କରୁଥିଲେ ହେଁ କାହା ପାଖରେ ଖବର ନଥିଲେ। କିନ୍ତୁ ନିକଟରେ ହୋଇଥିବା ଭେରିଫିକେସନ ଡ୍ରାଇଭ ସମୟରେ ୫୦ ଜଣ କର୍ମଚାରୀଙ୍କ ବାୟୋମେଟ୍ରିକ ପୂର୍ବରୁ ପଞ୍ଜିକୃତ ତଥ୍ୟ ସହ ମେଳ ଖାଇ ନଥିଲା। ଏଥିପାଇଁ ତିହାର ଜେଲ ପ୍ରଶାସନ ୫୦ ଜଣଙ୍କୁ ବରଖାସ୍ତ ନୋଟିସ ପଠାଇଛି।

Advertisment

ବରଖାସ୍ତ ୫୦ ଜଣ କର୍ମଚାରୀଙ୍କ ମଧ୍ୟରେ ୩୯ ଜଣ ୱାର୍ଡେନ, ୯ ଜଣ ଆସିସଷ୍ଟାଣ୍ଟ ସୁପରିନଟେଡେଣ୍ଟ ଓ ୨ ଜଣ ପ୍ରମୁଖ ନର୍ସ ରହିଛନ୍ତି। ଏମାନଙ୍କୁ Delhi Subordinate Services Selection Board (DSSB)ର ନିର୍ଦ୍ଦେଶକ୍ରମେ ବରଖାସ୍ତ ନୋଟିସ ପଠାଯାଇଛି। ଡିଏସଏସବି ତିହାର ଜେଲରେ ନିଯୁକ୍ତି ପାଇଁ ପରୀକ୍ଷା କରିଥିଲା ଓ ୪୫୦ ଜଣ ଆଶାୟୀଙ୍କୁ ୩ଟି ପଦବୀରେ ନିଯୁକ୍ତି ଦେଇଥିଲା।

ଏହି ୪୫୦ ଜଣ କର୍ମଚାରୀଙ୍କ ମଧ୍ୟରୁ ୫୦ ଜଣଙ୍କ ପରିଚୟ ବାୟୋମେଟ୍ରିକ ତଥ୍ୟରେ ମେଳ ଖାଇନାହିଁ। ତେଣୁ ସେମାନଙ୍କୁ ବରଖାସ୍ତ ନୋଟିସ ପଠାଯାଇଛି। ୫୦ ଜଣ ନକଲି କର୍ମଚାରୀ କାମ କରିବା ଅର୍ଥ, ଏମାନଙ୍କ ପରୀକ୍ଷା ବୋର୍ଡ ନାଁରେ ଆଉ କେହି ନେଇଛି। ଏହାପରେ ସେମାନଙ୍କୁ ତିହାର ଜେଲରେ ନିଯୁକ୍ତି ଦେଇଛି।

Advertisment

ଏବେ ସମସ୍ତ ୫୦ ଜଣଙ୍କ ଉପରେ ୨ ବର୍ଷର ବ୍ୟାନ ଲାଗିଛି। ସେମାନଙ୍କୁ ବରଖାସ୍ତ ନୋଟିସ ପଠାଯାଇ ଗୋଟିଏ ମାସ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି।

Tihar Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe