Advertisment

ତିହାର ଜେଲ୍‌ରେ ଟିଲୁ ହତ୍ୟା ଘଟଣା: ୭ ତାମିଲ ଯବାନ ନିଲମ୍ବିତ

ଟିଲୁ ହତ୍ୟାକାଣ୍ଡ ପଛରେ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗୋଲ୍ଡି ବ୍ରାରର ହାତ ଥିବା ଜଣାଯାଇଛି।

Tillu Tajpuria

Tillu Tajpuria

Advertisment

ତିହାର ଜେଲ୍‌ର କଡ଼ା ସୁରକ୍ଷା ମଧ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଟିଲୁକୁ ଗତ ୨ ତାରିଖରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ତଦନ୍ତ କରି ଘଟଣାର ୬ ଦିନ ପରେ ତିହାର ଜେଲ୍‌ରେ ମୁତୟନ ଥିବା ତାମିଲନାଡ଼ୁ ସ୍ପେଶାଲ ପୁଲିସ୍‌ ଫୋର୍ସର ୭ ଯବାନଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ସେମାନଙ୍କୁ ନିଜ ରାଜ୍ୟକୁ ପଠାଇ ଦିଆଯାଇଛି।

Advertisment

ଯେଉଁ ସମୟରେ ଟିଲୁକୁ ଅପରପକ୍ଷ ବାରମ୍ବାର ଛୁରି ଭୁଶୁଥିଲେ, ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ଏହି ଯବାନମାନେ ଏହାକୁ ରୋକିବାକୁ ଚେଷ୍ଟା କରି ନ ଥିଲେ। ଫଳରେ ସବୁଠୁ ସୁରକ୍ଷିତ ତିହାର ଜେଲ୍‌ରେ ଏପରି ଏକ ନିର୍ମମ ହତ୍ୟାକାଣ୍ଡ ଘଟିଥିଲା। ତଦନ୍ତରୁ ଏହା ସ୍ପଷ୍ଟ ହେବା ପରେ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଏନେଇ ଦିଲ୍ଲୀ ଜେଲ୍‌ ଡିଜିପି ତାମିଲନାଡ଼ୁ ପୁଲିସ୍‌କୁ ଏକ ପତ୍ର ଲେଖି ଏହି ପୁଲିସ୍‌ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲେଖିଥିଲେ। ଏହାକୁ ନେଇ ଦିଲ୍ଲୀ ଓ ତାମିଲନାଡ଼ୁ ପୁଲିସ୍‌ର ଏକ ବୈଠକ ବସିଥିଲା। ଏହାପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ତିହାର ଜେଲ୍‌ରେ ପ୍ରାୟ ହଜାରେରୁ ଊର୍ଦ୍ଧ୍ୱ ତାମିଲନାଡ଼ୁ ପୁଲିସ୍‌ କର୍ମୀ ମୁତୟନ ହୋଇଛନ୍ତି। ଏହା ପଛରେ କିଛି କାରଣ ଅନ୍ତର୍ନିହିତ ଅଛି। ମୁଖ୍ୟତଃ ତିହାର ଜେଲ୍‌ରେ ବନ୍ଦୀ ରହୁଥିବା କଏଦୀ ହିନ୍ଦୀ ଭାଷାଭାଷୀ ହୋଇଥାନ୍ତି। ଫଳରେ ସେମାନେ ତାମିଲନାଡ଼ୁ ପୁଲିସ୍‌ କର୍ମୀଙ୍କ ଭାଷା ବୁଝି ପାରି ନ ଥାନ୍ତି। ଏପରି ଜେଲ୍‌ରେ ଦୁର୍ନୀତି ଓ ଘୋଟାଲା ହେବା ଆଶଙ୍କା କମ୍‌ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଯବାନମାନେ ତିହାର ଜେଲ୍‌ର ବିଭିନ୍ନ ସେଲ୍‌ରେ ଚଢ଼ାଉ କରି ନିଶା ସାମଗ୍ରୀ, ଫୋନ୍‌, ଟଙ୍କା ଆଦିକୁ ଜବତ କରିଥାନ୍ତି।

ତାମିଲନାଡ଼ୁ ପୁଲିସ୍‌ କର୍ମୀ ତିହାର ଜେଲ୍‌ରେ ମୁତୟନ ଥିବା ସତ୍ତ୍ୱେ ଦିଲ୍ଲୀ ପୁଲିସ୍‌ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରି ନଥାଏ। ଏହି ଅଧିକାର କେବଳ ତାମିଲନାଡ଼ୁ ପୁଲିସ୍‌ ପାଖରେ ରହିଛି। ତେଣୁ ଟିଲୁ ମର୍ଡର କେସ୍‌ରେ ଦିଲ୍ଲୀ ପୁଲିସ୍‌ ତାମିଲନାଡ଼ୁ ପୁଲିସ୍‌କୁ ଅବଗତ କରିବା ପରେ ୭ ଜଣଙ୍କୁ ନିଲମ୍ବନ କରାଯାଇଛି।

ଟିଲୁ ହତ୍ୟାକାଣ୍ଡ ପଛରେ ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଗୋଲ୍ଡି ବ୍ରାରର ହାତ ଥିବା ଜଣାଯାଇଛି। ଏନେଇ ଗୋଲ୍ଡି  ନିଜ ଫେସବୁକ୍‌ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ହତ୍ୟାକାଣ୍ଡ ପାଇଁ ନିଜ ଗୋଷ୍ଠିକୁ ଦାୟି କରିବା ସହ ଦୀପକ ତିତୋର ଓ ଯୋଗେଶ ଟୁଣ୍ଡା ଏହା କରିଥିବା ପୋଷ୍ଟ କରିଛନ୍ତି । 

ସୂଚନାଯୋଗ୍ୟ, ତିହାର ଜେଲ୍‌ ଭିତରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୂରିୟାକୁ ତା’ ବିରୋଧୀ ଗୋଷ୍ଠୀର କିଛି ସଦସ୍ୟ ପ୍ରାୟ ୧୦୦ ଥର ଧାରୁଆ ଅସ୍ତ୍ର ଭୁ‌ଶି ହତ୍ୟା କରିଥିଲେ। ଜେଲ୍‌ର ସିସିଟିଭି ଫୁଟେଜ ଅନୁଯାୟୀ, ଟିଲକୁ ୩ ଜଣ ବ୍ୟକ୍ତି ବାରମ୍ବାର ଆକ୍ରମଣ କରି ହତ୍ୟା କରିଥିଲେ।

Murder Tihar Jail
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe