Tina Ambani with husband
ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀ ଗତକାଲି ଇଡି ସମ୍ମୁଖରେ ହାଜର ହୋଇଥିବା ବେଳେ ଆଜି ତାଙ୍କ ପତ୍ନୀ ଟିନା ଅମ୍ବାନୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ବିଦେଶୀ ମୁଦ୍ରା ବିନିୟନ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ଟିନା ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।
ଗତକାଲି ଅନୀଲ ଅମ୍ବାନୀ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସମ୍ମୁଖରେ ହାଜର ହୋଇ ନିଜ ବୟାନ ରେକର୍ଡ କରିଥିଲେ। ଏହାପରେ ଆଜି ଟିନା ଯାଇ ପହଞ୍ଚିବା ଘଟଣାକୁ ରହସ୍ୟ ଘେରକୁ ଟାଣି ନେଉଛି। କିନ୍ତୁ ଏନେଇ ଇଡି ପକ୍ଷରୁ କିଛି ସୂଚନା ଦିଆଯାଇନି।
ଏହା ପୂର୍ବରୁ ଅନୀଲ ଅମ୍ବାନୀ ୨୦୨୦ ମସିହାରେ ୟେଶ ବ୍ୟାଙ୍କ ଲୋନ୍ ଘୋଟାଲା ମାମଲାରେ ଇଡି ନିକଟରେ ହାଜର ହୋଇଥିଲେ। ଉକ୍ତ ଘଟଣାରେ ବ୍ୟାଙ୍କର ତତ୍କାଳୀନ କୋ- ଫାଉଣ୍ଡର ରାଣା କପରୁ ଗିରଫ ହୋଇଥିଲେ।
ଗତ ବର୍ଷ ଅଗଷ୍ଟରେ କଳା ବିରୋଧୀ ଟଙ୍କା ଆଇନ ଅନୁଯାୟୀ ଆୟକର ବିଭାଗ ଅନିଲ ଅମ୍ବାନୀଙ୍କୁ ଏକ ବିଜ୍ଞପ୍ତି ଜାରି କରିଥିଲା। ସ୍ୱିଜରଲ୍ୟାଣ୍ଡର ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ସେ ୮୧୪ କୋଟି ଟଙ୍କା ରଖିଥିବା ଇନକମ୍ ଟ୍ୟାକ୍ସ ବିଭାଗ ଅଭିଯୋଗ କରିଥିଲା। ସେ ସ୍ୱିସ ବ୍ୟାଙ୍କରେ ଏତେ ପରିମାଣର କଳା ଟଙ୍କା ଜମା ରଖି ଭାରତରେ ୪୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା କହିଥିଲା ଆୟକର ବିଭାଗ। ଏପରିକି ଜାଣିଶୁଣି ଅନୀଲ ଅମ୍ବାନୀ ତଦନ୍ତରେ ସହଯୋଗ କରୁ ନଥିବା ଓ ବିଦେଶରେ ଥିବା ନିଜ ଆକାଉଣ୍ଟ ସମ୍ପର୍କରେ ସବିଶେଷ ତଥ୍ୟ ଦେଉ ନ ଥିବା ଆୟକର ବିଭାଗ ଅଭିଯୋଗ କରିଥିଲା।
ଏହା ବିରୋଧରେ ଅନୀଲ ଅମ୍ବାନୀ ବମ୍ବେ ହାଇକୋର୍ଟ ଯାଇଥିବା ବେଳେ ସେଠାରେ ତାଙ୍କୁ ଆଶ୍ୱସ୍ତି ମିଳିଥିଲା। ଅନୀଲ ଅମ୍ବାନୀଙ୍କ ବିରୋଧରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
