Advertisment

ବିଜେପିର କର୍ଣ୍ଣାଟକା ମୁଖ୍ୟଙ୍କ ବିବାଦୀୟ ବୟାନ: ଟିପୁ ସୁଲତାନଙ୍କ ଅନୁଗାମୀମାନଙ୍କୁ ହତ୍ୟା କରିବାକୁ ଆହ୍ୱାନ

କର୍ଣ୍ଣାଟକାରେ ରହୁଥିବା ଦକ୍ଷିଣପନ୍ଥୀ ସଂଗଠନ ମତରେ ଟିପୁ ସୁଲତାନ ଏମିତି ଜଣେ ଶାସକ ଥିଲେ ଯିଏ ବଳପୂର୍ବକ ହଜାର ହଜାର ଲୋକଙ୍କ ଧର୍ମ ପରିବର୍ତ୍ତନ କରିଥିଲେ।

Tipu Sultan

Tipu Sultan

Advertisment

ନିଜର ବିବାଦୀୟ ତୁଣ୍ଡ ପାଇଁ ଜଣାଶୁଣା ବିଜେପିର କର୍ଣ୍ଣାଟକା ମୁଖ୍ୟ ନଳୀନ କୁମାର କାତୀଲ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ୧୮ତମ ଶତାବ୍ବୀର ମହୀଶୂର ଶାସକ ଟିପୁ ସୁଲତାନଙ୍କ ଅନୁଗାମୀ ଓ ଉତ୍ତରାଧିକାରୀଙ୍କୁ ହତ୍ୟା କରିବା ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଟିପୁ ସୁଲତାନଙ୍କ ଉତ୍ତରାଧିକାରୀଙ୍କୁ ସମସ୍ତେ ଖୋଜି ଖୋଜି ବାହାର କରିବା ଦରକାର ଓ ସେମାନଙ୍କୁ ଜଙ୍ଗଲକୁ ପଠାଇବାକୁ ମଧ୍ୟ ନଳୀନ କୁମାର କହିଛନ୍ତି।

Advertisment

କର୍ଣ୍ଣାଟକାରେ ରହୁଥିବା ଦକ୍ଷିଣପନ୍ଥୀ ସଂଗଠନ ମତରେ ଟିପୁ ସୁଲତାନ ଏମିତି ଜଣେ ଶାସକ ଥିଲେ ଯିଏ ବଳପୂର୍ବକ ହଜାର ହଜାର ଲୋକଙ୍କ ଧର୍ମ ପରିବର୍ତ୍ତନ କରିଥିଲେ। କିନ୍ତୁ ରାଜ୍ୟରେ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ସରକାର ଟିପୁ ସୁଲତାନଙ୍କ ଜନ୍ମ ଉତ୍ସବକୁ କ୍ରମାଗତ ଦୁଇ ବର୍ଷ ଧରି ପାଳନ କରିଥିଲା। କଂଗ୍ରେସ ମତରେ ଟିପୁ ସୁଲତାନ ସ୍ୱାଧୀନତା ସଂଗ୍ରାମୀ।

ଏବେ ବିଜେପିର କର୍ଣ୍ଣାଟକା ମୁଖ୍ୟ ନଳୀନ କୁମାର ସିଧାସଳଖ ଟିପୁ ସୁଲତାନଙ୍କୁ ଅନୁସରଣ ଓ ତାଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ହତ୍ୟା କରିବାକୁ କହିଛନ୍ତି। କୋପ୍ପାଲ ଜିଲ୍ଲାର ୟେଲାବର୍ଗରେ ଥିବା ପଞ୍ଚାୟତ ଟାଉନରେ ସେ ବିଜେପି ସମର୍ଥକମାନଙ୍କୁ ସମ୍ବୋଧନ କରି କହିଛନ୍ତି ଯେ “ଆମେ ଭଗବାନ ରାମ ଓ ହନୁମାନଙ୍କ ଭକ୍ତ। ଆମେ ଭଗବାନ ହନୁମାନଙ୍କୁ ପ୍ରାର୍ଥନା କରୁ ଓ ପୂଜା କରିଥାଉ।

Advertisment

ଆମେ ଟିପୁ ସୁଲତାନଙ୍କ ବଂଶଧର ନୁହଁ। ଏବେ ଟିପୁଙ୍କ ବଂଶଧରଙ୍କୁ ଘରକୁ ପଠାଇବାର ସମୟ ଆସି ଯାଇଛି। ମୁଁ ଏଠାରେ ପ୍ରଚାରିବାକୁ ଚାହେଁ ଯେ ଆମେ ଭଗବାନ ହନୁମାନଙ୍କୁ ପୂଜା କରିବା ନା ଟିପୁଙ୍କୁ? ଆମେ କ’ଣ ଟିପୁଙ୍କ ଅନ୍ଧ ଅନୁଗାମୀମାନଙ୍କୁ ଜଙ୍ଗଲକୁ ପଠାଇ ପାରିବା ନାହିଁ? ଏ ସମ୍ପର୍କରେ ଥରେ ଭାବନ୍ତୁ। ଏହି ରାଜ୍ୟ ଭଗବାନ ହନୁମାନ ଭକ୍ତଙ୍କୁ ଚାହୁଁଛି ନା ଟିପୁଙ୍କ ବଂଶଧରଙ୍କୁ? ଯେଉଁମାନେ ଟିପୁଙ୍କ ଅନୁଗାମୀ ସେମାନେ କେବେ ହେଲେ ଏହି ପବିତ୍ର ମାଟିରେ ଜୀବିତ ରହିପାରିବେ ନାହିଁ। ମୁଁ ସେମାନଙ୍କୁ ଏନେଇ ଖୋଲା ଚ୍ୟାଲେଞ୍ଜ ଦେଉଛି।”

କର୍ଣ୍ଣାଟକାରେ ମହୂଶୀର ଶାସକ ଧ୍ରୁବୀକରଣର ମାଧ୍ୟମ ପାଲଟିଥିବା ବେଳେ ଟିପୁ ସୁଲତାନ ବନାମ ହନୁମାନ ବିତର୍କ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୮ରେ ଆରମ୍ଭ କରିଥିଲେ। ସେ କଂଗ୍ରେସକୁ ଟାର୍ଗେଟ କରି ଏହି ପ୍ରସଙ୍ଗ ଉଠାଇଥିଲେ।

Bjp Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe