Advertisment

ଲ୍ୟାବ ରିପୋର୍ଟରେ ସାଂଘାତିକ ତଥ୍ୟ - ତିରୁପତି ଲଡ଼ୁରେ ମିଶୁଛି ପଶୁ ଚର୍ବି, ମାଛ ତେଲ

ତିରୁପତି ମନ୍ଦିର ପ୍ରସାଦ ରୂପେ ପ୍ରସ୍ତୁତ ହେଉଥିବା ଲଡୁରେ ମିଶୁଛି ପଶୁ ଚର୍ବି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏପରି ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଲ୍ୟାବ ରିପୋର୍ଟ ବି ସମାନ କଥା କହୁଛି।

Tirupati ladu

Tirupati ladu

Advertisment

ତିରୁପତି ମନ୍ଦିର ପ୍ରସାଦ ରୂପେ ପ୍ରସ୍ତୁତ ହେଉଥିବା ଲଡୁରେ ମିଶୁଛି ପଶୁ ଚର୍ବି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ଏପରି ସାଂଘାତିକ ଅଭିଯୋଗ ଆଣିଥିବା ବେଳେ ଲ୍ୟାବ ରିପୋର୍ଟ ବି ସମାନ କଥା କହୁଛି। ଲ୍ୟାବ ରିପୋର୍ଟ ଅନୁଯାୟୀ, ତିରୁପତି ମନ୍ଦିର ପ୍ରସାଦରେ ପଶୁ ଚର୍ବି, ମାଛ ତେଲ ଆଦି ବ୍ୟବହାର କରାଯାଉଛି। ଏହି ଘଟଣା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହା କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ପ୍ରତି କୁଠାରଘାତ ବୋଲି ଅଭିଯୋଗ ହୋଇଛି।

Advertisment

NDDB CALF ନାମକ ଘରୋଇ ଲ୍ୟାବ୍‌ ପକ୍ଷରୁ ପ୍ରସ୍ତୁତ ଏହି ରିପୋର୍ଟରେ ଉଲ୍ଲେଖ ଅଛି ଯେ, ତିରୁପତି ଲଡ଼ୁରେ ତାଳ ତେଲ, ମାଛ ତେଲ,ଗୋ ମାଂସରୁ ବାହାରୁଥିବା ଚର୍ବି, ଘୁଷୁରି ଚର୍ବିର ମିଶ୍ରଣ କରାଯାଉଛି। ଲ୍ୟାବ୍‌ର ରିପୋର୍ଟକୁ ଶାସକ ତେଲଗୁ ଦେଶମ ପାର୍ଟି ପକ୍ଷରୁ ସୋଶାଲ ମିଡିଆରେ ଶେଆର କରାଯାଇଛି।

ୱାଇଏସ୍‌ଆର କଂଗ୍ରେସ ପକ୍ଷରୁ ଏପରି ଅଭିଯୋଗକୁ ଦୃଢ ଭାବେ ଖଣ୍ଡନ କରାଯାଇଥିବା ବେଳେ ଏନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ସେ କହିଛନ୍ତି, ଏପରି ଅନିୟମିତତାରେ ଲିପ୍ତ କୌଣସି ବି ଜଣେ ବ୍ୟକ୍ତିଙ୍କୁ ଛଡ଼ାଯିବନି। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋତେ ଯେଉଁ ଲ୍ୟାବ ରିପୋର୍ଟ ମିଳିଛି ସେଥିରେ ପ୍ରସାଦର ଗୁଣବତ୍ତାକୁ ଘୋଟାଲା କରାଯାଇଥିବା ସ୍ପଷ୍ଟ ହୋଇଛି। ଏପରିକି ପ୍ରସାଦରେ ଅପବିତ୍ର ବସ୍ତୁ ମିଶିଥିବା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି। ମାତ୍ର ଏବେଠୁ ପ୍ରସାଦରେ ଶୁଦ୍ଧ ଘିଅ ବ୍ୟବହାର କରାଯିବ । ଏହି ଘଟଣାର ମୂଳ ପର୍ଯ୍ୟନ୍ତ ଯାଞ୍ଚ କରାଯିବ । ଏହି ଘଟଣା ସହ ଜଡ଼ିତ ସମସ୍ତ ଦିଗକୁ ତର୍ଜମା କରାଯିବ ।

ଏଥିସହ ସେ କହିଛନ୍ତି, କୋଟି କୋଟି ଶ୍ରଦ୍ଧାଳୁ ଯେଉଁ ଭଗବାନଙ୍କ ପ୍ରତି ଆସ୍ଥା ପ୍ରକଟ କରୁଛନ୍ତି ତାଙ୍କ ପ୍ରସାଦକୁ ନିମ୍ନମାନର କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ଲୋକ ପଛଘୁଞ୍ଚା ଦେଉ ନାହାନ୍ତି। ଏପରି କରିବା ପରେ ସେ ସେମାନଙ୍କର କେହି କିଛି କରି ପାରିବେନି ବୋଲି ଭାବି ବସିଛନ୍ତି। ମାତ୍ର ଏପରି ସାଂଘାତିକ କାଣ୍ଡ ଘଟାଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଏହି ଜନ୍ମରେ କଠୋର ଶାସ୍ତି ମିଳିବ ।

ତିରୁପତି ମନ୍ଦିର ପ୍ରସାଦ ରୂପେ ପ୍ରସ୍ତୁତ ହେଉଥିବା ଲଡୁରେ ମିଶୁଛି ପଶୁ ଚର୍ବି ମିଶୁଥିବା ନେଇ ଅଭିଯୋଗ ହେବା ପରେ ଗତ ୯ ଜୁଲାଇରେ ଲ୍ୟାବ ପକ୍ଷରୁ ସାମ୍ପଲ ନିଆଯାଇଥିଲା। ଗତ ୧୬ ତାରିଖରେ ଏହାର ରିପୋର୍ଟ ଆସିଥିବା ଜଣାଯାଇଛି।

ଏହି ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ୱାଇଏସ୍‌ଆର କଂଗ୍ରେସ। ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ୱାଇବି ରେଡ୍ଡି ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିଯୋଗକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛନ୍ତି। ଏପରି କରି ମୁଖ୍ୟମନ୍ତ୍ରୀ ମନ୍ଦିରର ପବିତ୍ରତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଥିବା ସେ କହିଛନ୍ତି। ଏଥିସହ   ରାଜନୈତିକ ଲାଭ ନିମନ୍ତେ ସେ କୌଣସି ବି ସ୍ତରକୁ ଖସି ପାରନ୍ତି ବୋଲି କହିଛନ୍ତି। 

Andhra Pradesh Tirupati Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe