Advertisment

ସୁପ୍ରିମକୋର୍ଟରେ ଶୁଣାଣି ପର୍ଯ୍ୟନ୍ତ ଲଡୁ ବିବାଦର SIT ତଦନ୍ତ ସ୍ଥଗିତ

ତିରୁପତି ଲଡୁ ବିବାଦର SIT ତଦନ୍ତ ସ୍ଥଗିତ ରଖିଛନ୍ତି ଆନ୍ଧ୍ରପ୍ରଦେଶ ସରକାର।

ଅଦ୍ୟତନ ହୋଇଛି
Chandrababu Naidu

Chandrababu Naidu

Advertisment

ଆନ୍ଧ୍ରପ୍ରଦେଶ ତିରୁପତି ବାଲାଜୀ ମନ୍ଦିରର ଲଡୁ ବିବାଦକୁ ନେଇ ଚାଲିଥିବା SIT ତଦନ୍ତ ସ୍ଥଗିତ ରଖାଯାଇଛି। ଏହି ପ୍ରସଙ୍ଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ନ ହେବା ପର୍ଯ୍ୟନ୍ତ SIT ତଦନ୍ତ ହୋଇପାରିବ ନାହିଁ। ଆଜି ଆନ୍ଧ୍ରପ୍ରଦେଶ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Advertisment

ଲଡୁ ପ୍ରସ୍ତୁତ ପ୍ରଣାଳୀ ଉପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଆଣିଥିବା ଅଭିଯୋଗ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନବାଚୀ ସୃଷ୍ଟି କରିବାର ଦିନକ ପରେ ସରକାର SIT ତଦନ୍ତକୁ ସ୍ଥଗିତ ରଖିଛନ୍ତି। ଆସନ୍ତା ୩ରେ ସୁପ୍ରିମକୋର୍ଟ ତିରୁପତି ଲଡୁ ବିବାଦର ପରବର୍ତ୍ତୀ ଶୁଣାଣି କରିବେ।

ସେପ୍ଟେମ୍ବର 30ରେ ଏ ଉପରେ ଶୁଣାଣି କରି ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ସାମ୍ବାଦିକ ସମ୍ମିଳନୀ ଉପରେ ପ୍ରଶ୍ନ ଉଠାଇଥିଲେ ସର୍ବୋଚ୍ଚ ଅଦାଲତ। ତଦନ୍ତ ଶେଷ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରିବାର କଣ ଆବଶ୍ୟକ ଥିଲା ବୋଲି ସୁପ୍ରିମକୋର୍ଟ କହିଥିଲେ। ଏଥିସହ ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖିବାକୁ ଅପିଲ୍ କରିଥିଲେ। 

Advertisment

ପ୍ରକାଶ ଥାଉକି, ସେପ୍ଟେମ୍ବରରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବ ନାଇଡୁ ତିରୁପତି ମନ୍ଦିର ଲଡୁକୁ ନେଇ ବଡ଼ ଧରଣର ଅଭିଯୋଗ ଆଣିଥିଲେ। ମନ୍ଦିର ଲଡୁ ପ୍ରସ୍ତୁତ ହେଉଥିବା ଘିଅରେ ପଶୁ ଚର୍ବି ଅପମିଶ୍ରିତ ହେଉଥିବା ସେ ଅଭିଯୋଗ କରିଥିଲେ। ପୂର୍ବରୁ ଜଗନ ମୋହନ ରେଡ୍ଡୀଙ୍କ ସରକାର ସମୟରୁ ଏପରି ହୋଇ ଆସୁଥିବା ସେ ଅଭିଯୋଗ କରିଥିଲେ।

ଏହାପରେ ଗୁଜରାଟର ଏକ ଘରୋଇ ଲାବରେ ପରୀକ୍ଷଣ କରାଯାଇ ଘିଅରେ ମାଛ ତେଲ, ଘୁଷୁରି ଓ ଗୋରୁ-ଚର୍ବି ମିଶ୍ରିତ ହେଉଥିବା କୁହାଯାଇଥିଲା। ସ୍ୱାଶାଲ ଇନଭେଷ୍ଟିଗେସନ ଟିମ୍ (SIT)କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ବର୍ତ୍ତମାନ ସରକାର ତଦନ୍ତକୁ ସ୍ଥଗିତ ରଖିଛନ୍ତି। 

Tirupati Laddu Row LAddu Row AP Govt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe