Advertisment

ତିରୁପତି ଲଡୁ ବିବାଦ; SITକୁ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ତିରୁପତି ଲଡୁ ବିବାଦ ମାମଲାର ତଦନ୍ତ କରିବ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (SIT)।

author-image
Debibandita Barick
Supreme Court

Supreme Court

ତିରୁପତି ଲଡୁ ବିବାଦ ମାମଲାର ତଦନ୍ତ କରିବ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍ (SIT)। ଆଜି ସୁପ୍ରିମକୋର୍ଟ ତଦନ୍ତ ପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI)ର ଦୁଇଜଣ ବରିଷ୍ଠ ଅଧିକାରୀ ଏବଂ ସିବିଆଇର ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ଏସଆଇଟି ଗଠିତ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ପ୍ରସିଦ୍ଧ ତିରୁପତି ମନ୍ଦିର ଲଡୁ ପ୍ରସ୍ତୁତ ହେଉଥିବା ଘିଅରେ ପଶୁ ଚର୍ବି ଅପମିଶ୍ରିତ ହେଉଥିବା ଅଭିଯୋଗ ଆଣିଥିଲେ। ଏହାପରେ ଗୁଜରାଟର ଏକ ଘରୋଇ ସଂସ୍ଥାରେ ତିରୁପତି ମନ୍ଦିରରେ ବ୍ୟବହୃତ ହେଉଥିବା ଘିଅର ମାନକ ପରୀକ୍ଷଣ କରାଯାଇଥିଲା। ଏଥିରେ ମାଛ ତେଲ, ଘୁଷୁରି ଏବଂ ଗୋ-ଚର୍ବି ମିଶ୍ରିତ ହେଉଥିବା କୁହାଯାଇଥିଲା।

ଏହାପରେ ସତ୍ୟତା ଯାଞ୍ଚ ପାଇଁ ଏସଆଇଟିକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଆନ୍ଧ୍ରପ୍ରଦେଶ ସରକାର ନିଜେ ଏହି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ। ଚନ୍ଦ୍ରବାବୁ ନାଇଡୁ ମିଛ କହୁଛନ୍ତି, ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ଜଗନ ମୋହନ ରେଡ୍ଡୀ। ଏହାପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା।

Advertisment

ନିକଟରେ ସୁପ୍ରିମକୋର୍ଟ ଏ ଉପରେ ଶୁଣାଣି କରି ତଦନ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ କାହିଁକି ତଦନ୍ତ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଏପରି ଅଭିଯୋଗ ଆଣିଥିଲେ ବୋଲି ପ୍ରଶ୍ନ କରିଥିଲେ ସୁପ୍ରିମକୋର୍ଟ। ମୁଖ୍ୟମନ୍ତ୍ରୀ ଏକ ସାମ୍ବିଧାନିକ ପୋଷ୍ଟରେ ଥାଇ କିପରି ପ୍ରମାଣ ପୂର୍ବରୁ ଅଭିଯୋଗ ଆଣିପାରିଲେ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏପରିକି ଭଗବାନଙ୍କୁ ରାଜନୀତିଠୁ ଦୂରେଇ ରଖିବାକୁ ଅପିଲ୍ କରିଥିଲେ ସର୍ବୋଚ୍ଚ ଅଦାଲତ।

ଏହାର ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ନାଇଡୁ ଏସଆଇଟି ତଦନ୍ତକୁ ସ୍ଥଗିତ ରଖିଥିଲେ। ସୁପ୍ରିମକୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ଏସଆଇଟି ଲଡୁ ବିବାଦର ତଦନ୍ତ କରିପାରିବ ନାହିଁ ବୋଲି ଆନ୍ଧ୍ରପ୍ରଦେଶ ସରକାର କହିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଆଜି ଏ ଉପରେ ଶୁଣାଣି କରି ଏସଆଇଟି ତଦନ୍ତକୁ ନିର୍ଦ୍ଦେଶ ଦେଇଛି।

ଏସଆଇଟି ସହ FSSAI ଏବଂ CBIର ଦୁଇ ଜଣ ଲେଖାଏଁ ବରିଷ୍ଠ ଅଧିକାରୀ ଯାଞ୍ଚ ଦଳରେ ରହିବେ ବୋଲି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବିଆର ଗଭାଇ ଏବଂ କେ.ଭି ବିଶ୍ୱନାଥନ କହିଛନ୍ତି।

ଖଣ୍ଡପୀଠ ମାମଲାର ଶୁଣାଣି କରି ଆହୁରି କହିଛନ୍ତି, ଏ ପ୍ରସଙ୍ଗ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ୱାସର, ତେଣୁ ଏ ଉପରେ ରାଜନୈତିକ ଡ୍ରାମା ହେଉ ତାହା ଆମେ ଚାହୁଁନା। ତେଣୁ ଅଭିଯୋଗ ଏବଂ ପ୍ରତି-ଅଭିଯୋଗ ଭିତରକୁ ନ ଯାଇ, ନିରପକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଉଛୁ।  

Supreme Court SIT Tirupati Laddu Row LAddu Row