Advertisment

ତିରୁପତି ମନ୍ଦିରରେ ଦଳାଚକଟା, ସାମ୍ନାକୁ ଆସିଲା ପ୍ରକୃତ କାରଣ

ଟିକେଟ୍ କାଉଣ୍ଟରରେ ଟୋକେନ୍ ପାଇଁ ପ୍ରବଳ ଭିଡ଼ ଜମିଥିଲା। ଗେଟ୍ ଖୋଲିବା ମାତ୍ରେ ଦଳାଚକଟା ପରସ୍ଥିତି ଉପୁଜିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।

author-image
Madhupriya Mistry
Tirupati Stampded

Tirupati Stampded

ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଗତକାଲି ଅଘଟଣ ଘଟିଥିଲା। ଦଳାଚକଟାରେ ପ୍ରାଣ ହରାଇଥିଲେ। ୬ ଜଣ। ତେବେ କିଭଳି ହୋଇଥିଲା ଏହି ଦଳାଚକଟାର ତା'ର ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି।

Advertisment

ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ବୈକୁଣ୍ଠ ଏକାଦଶୀ ପର୍ବ ଆରମ୍ଭ ହେବାକୁ ଯାଉଛି। ୧୦ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ପାଇଁ ଦର୍ଶନ ଟୋକେନ୍ ଗୁରୁବାର ସକାଳ ୫ ଟାରୁ ବଣ୍ଟନ କରାଯିବାରଥିଲା। ତେବେ ବୁଧବାର ରାତିରୁ ହିଁ ହଜାର ହଜାର ଶ୍ରଦ୍ଧାଳୁ ଟିକେଟ୍ କାଉଣ୍ଟରରେ ଭିଡ ଜମାଇଥିଲେ। ଉତ୍ସବ ପାଇଁ ସ୍ଥାପିତ ୯୦ରୁ ଅଧିକ ଟିକେଟ୍ କାଉଣ୍ଟରରେ ଟୋକେନ୍ ପାଇଁ ପ୍ରବଳ ଭିଡ଼ ଜମିଥିଲା।

ତିରୁପତି ମନ୍ଦିର ଅଧ୍ୟକ୍ଷ ବିଆର୍‌ ନାଇଡୁଙ୍କ କହିବା ମୁତାବକ, ବୁଧବାର ସକାଳୁ ହିଁ ଟିକେଟ୍‌ କାଉଣ୍ଟର ବାହାରେ ୩ରୁ ୪ ହଜାର ଲୋକ ଏକାଠି ହୋଇଥିଲେ। ସନ୍ଧ୍ୟା ସୁଦ୍ଧା ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ବିଷ୍ଣୁ ନିବାସମ ମନ୍ଦିର ନିକଟ ବାଇରାଗିପାଟ୍ଟେଡାର ଏମଜିଏମ ହାଇସ୍କୁଲର କାଉଣ୍ଟରରେ ସ୍ଥିତି ବେକାବୁ ହୋଇପଡିଥିଲା।

Advertisment

ଟିଟିଡିର ଅଧ୍ୟକ୍ଷଙ୍କ କହିବା ମୁତାବକ, ଭିଡ ଭତରେ ଜଣେ ମହିଳା ଅସୁସ୍ଥ ଅନୁଭବ କରୁଥିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ଫାଟକ ଖୋଲିବା ମାତ୍ରେ ଲୋକମାନେ ଗେଟ୍‌ ଡେଇଁ ଆଗକୁ ବଢ଼ି ଯାଇଥିଲେ। ଫଲରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥାର ଅଭାବ ହେତୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଏଥିରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଥିଲେ। ତିରୁପତି କଲେକ୍ଟର ଏସ୍ ଭେଙ୍କଟେଶ୍ୱରା କହିଛନ୍ତି ଯେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପ୍ରାୟ ୧୫ ମିନିଟ୍ ସମୟ ଲାଗିଥିଲା।

Andhra Pradesh Tirupati Stampede