Advertisment

ତିରୁପତିରେ ପୁଣି ଅଘଟଣ, ଲଡୁ କାଉଣ୍ଟର ନିକଟରେ ଲାଗିଲା ନିଆଁ

୧୦ ନିଦିଆ ବୈକୁଣ୍ଠ ଦ୍ୱାର ଦର୍ଶନମ ଉତ୍ସବ ବେଳେ ଏହି ଅଘଟଣ ଘଟିଛି।

Tirupati Temple Fire

Tirupati Temple Fire

Advertisment

ତିରୁପତି ମନ୍ଦିରରେ ପୁଣି ଅଘଟଣ। କିଛି ଦିନର ବ୍ୟବଧାନ ପରେ ପୁଣି ଆଉ ଏକ ଦୁର୍ଘଟଣା ଘଟିଛି। ସୋମବାର ତିରୁପତି ତିରୁମାଳା ଦେବସ୍ଥାନମ ମନ୍ଦିରରେ ଥିବା ଲଡୁ ବିତରଣ କାଉଣ୍ଟର ନିକଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

Advertisment

ଲଡୁ କାଉଣ୍ଟରରେ ଆଜି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏତିକି ବେଳେ ଏହା ନିକଟରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଫଳରେ ଶ୍ରଦ୍ଧାଳୁମାନେ ଭୟଭୀତ ହୋଇପଡିଥିଲେ। ତେବେ ଏଥିରେ କେହି ମୃତାହତ ହୋନଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ।

ପ୍ରଶାସନ ପକ୍ଷରୁ ନିଆଁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି। ଅଗ୍ନିଶମ ବିଭାଗର ଗାଡ଼ି ଏବଂ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ୧୦ ନିଦିଆ ବୈକୁଣ୍ଠ ଦ୍ୱାର ଦର୍ଶନମ ଉତ୍ସବ ବେଳେ ଏହି ଅଘଟଣ ଘଟିଛି। ବୈକୁଣ୍ଠ ଦ୍ୱାର ଦର୍ଶନମ ପାଇଁ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ସମାଗମ ହୋଇଛି।

Advertisment

କହିରଖୁ ଯେ ଏହା ପୂର୍ବରୁ ଜାନୁଆରୀ ୮ ତାରିଖରେ ମନ୍ଦିର ବାହାରେ ଦଳାଚକଟା ହୋଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିଲେ। ବୈକୁଣ୍ଠ ଦ୍ୱାର ଦର୍ଶନମଙ୍କ ପାଇଁ ଆଗୁଆ ଟିକଟ ବୁକ୍‌ କରିବା ପାଇଁ ଭକ୍ତଙ୍କ ଗହଳି ଜମିଥିଲା। ଯେଉଁଥିପାଇଁ ସେଠାରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ପରଠୁ ମନ୍ଦିରରେ ହାଇ ଆଲର୍ଟ ଜାରି କରାଯିବା ସହ ମନ୍ଦିରରେ ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥା ଅହୁରି କଡ଼ାକଡ଼ି କରାଯାଇଛି।

Tirupati Temple Tirupati Temple Fire Ladu Distribution Centre
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe