Advertisment

ପ୍ରାର୍ଥୀ ଘୋଷଣା କଲା ଟିଏମ୍‌ସି: ଆସନସୋଲରୁ ଶତ୍ରୁଘ୍ନ ଓ କୃଷ୍ଣନଗରୁ ମହୁଆ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

Strughan Sinha and Mahua Moitra

Strughan Sinha and Mahua Moitra

Advertisment

ଆଗାମୀ ଲୋକସଭା ନିର୍ବଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ତ୍ରୁଣମୂଳ କଂଗ୍ରେସ। ଟିଏମ୍‌ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏଥର ପୁଣି ଥରେ ଦଳ ବଲିଉଡର ବର୍ଷିଆନ୍‌ ଅଭିନେତା ତଥା ଶଟ୍‌ଗନ ଶତ୍ରୁଘ୍ନ ସିହ୍ନାଙ୍କୁ ଆସନସୋଲରୁ ଟିକେଟ୍‌ ଦେଇଛି। ସେ ପୁଣି ଥରେ ଏହି ଆସନରୁ ନିର୍ବାଚନ ଲଢ଼ିବେ। 

Advertisment

ସେହିରପି ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଛନ୍ଦି ହୋଇଥିବା ଟିଏମ୍‌ସି ନେତ୍ରୀ ମହୁଆ ମୋଇତ୍ରାଙ୍କୁ ମଧ୍ୟ ଦଳ ଟିକେଟ୍‌ ଦେଇଛି।  କୃଷ୍ଣନଗର ଆସନରୁ ଟିଏମ୍‌ସି ତାଙ୍କୁ ପୁଣି ଥରେ ତାଙ୍କୁ ମୈଦାନକୁ ଓହ୍ଲାଇଛି। ସେହିପରି ଡାଇମଣ୍ଡ ହାର୍ବର ରୋଡ୍‌ରୁ ଦଳ ଅଭିଷେକ ବାନାର୍ଜୀଙ୍କୁ ପ୍ରାର୍ଥୀ କରିଛି।

ଟିଏମସି ପଶ୍ଚିମବଙ୍ଗରେ ଏକାକୀ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ଆଜି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏକ ମେଗା ରାଲି କରି ଦିଦି ପରେଡ୍‌ ଗ୍ରାଉଣ୍ଡରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ରାଲି ପୂର୍ବରୁ ମମତା ବାନାର୍ଜୀ ସୋଶାଲ ମିଡିଆ ପ୍ଲାଟଫର୍ମ Xରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓ ଜରିଆରେ ସେ ଲୋକଙ୍କୁ ଏହି ରାଲିରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।  

Advertisment

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ଦଳ ଠିକ୍‌ ଏହି ଭଳି ରାଲିର ଆୟୋଜନ କରିଥିଲା। ତେବେ ସେହି ସମୟରେ ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିୱାଲ, ଟିଡିପିର ଚନ୍ଦ୍ରବାବୁ ନାଇଡୁ, ଜେଡିଏସର ଏଚଡି କୁମାରସ୍ୱାମୀଙ୍କ ସମେତ ପ୍ରାୟ ୨୦ ଜଣ ବିରୋଧୀଦଳ ନେତା ଏହି ରାଲିରେ ଯୋଗ ଦେଇଥିଲେ। 

West Bengal TMC Satrughan Sinha Mahua Moitra Loksabha Election 2024 TMC Candidate List
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe