Advertisment

ଦିଦିଙ୍କ ଲିଷ୍ଟରରେ ନାହିଁ ନୁସରତ୍‌ଙ୍କ ନାଁ

ବଶିରହାଟ ଲୋକସଭା ଆସନରୁ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ ଅଭିନେତ୍ରୀ ନୁସରତ ଜାହାଁ।

Nushrat Jahan

Nushrat Jahan

Advertisment

୨୦୧୯ରେ ନିର୍ବାଚନରେ ସବୁଠାରୁ ଚର୍ଚ୍ଚାରେ ଥିବା ନୁସରତ ଜାହାଁଙ୍କୁ ଏଥର ଆଉଟ୍‌ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତଥା ଦିଦି। ପ୍ରାର୍ଥୀ ତାଲିକାରୁ ତାଙ୍କ ନାଁ କାଟିଲା ଟିଏମ୍‌ସି। ତୃଣମୂଳ କଂଗ୍ରେସ ସୁପ୍ରିମୋ ଏଥର ଅଭିନେତ୍ରୀରୁ ନେତ୍ରୀ ପାଲଟିତିବା ନୁସରତ ଜାହାଁକୁ ଦେଇନି ଟିକେଟ୍‌।

Advertisment

ଆଜି ଏକ ମେଗା ରାଲି କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗର ସମସ୍ତ ୪୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହି ପ୍ରାର୍ଥୀ ଘୋଷଣା ସମୟରେ ବଶିରହାଟ ଲୋକସଭା ଆସନ ଉପରେ ସମସ୍ତଙ୍କ ନଜର ଥିଲା। କାରଣ ଯେଉଁ ସନ୍ଦେଶଖାଲି ଅଞ୍ଚଳରେ ହିଂସା ଲାଗି ରହିଛି, ତାହା ଏହି ଲୋକସଭା ଆସନରେ ଆସେ। ଏହି ଆସନରୁ ୨୦୧୯ରେ ନିର୍ବାଚନ ଲଢ଼ିଥିଲେ ଅଭିନେତ୍ରୀ ନୁସରତ ଜାହାଁ। ଏଠାରୁ ସେ ସାଂସଦ ଥିଲେ। ହେଲେ ଏଥର କିନ୍ତୁ ଟିଏମ୍‌ସି ତାଙ୍କ ଟିକେଟ୍‌ କାଟି ଦେଇଛି। ତାଙ୍କ ବଦଳରେ ଦଳ ହକଜି ନରୁଲ ଇସ୍‌ଲାମଙ୍କୁ ପ୍ରାର୍ଥୀ କରିଛି।

ସେହି ମିମି ଚକ୍ରବର୍ତ୍ତୀଙ୍କ ମଧ୍ୟ ଟିଏମ୍‌ସି ପ୍ରାର୍ଥୀ ତାଲିକାରୁ ବାଦ୍‌ ପଡିଛନ୍ତି। ପୂର୍ବରୁ ମିମି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ଯୋଗୁ ଦଳ ଏଥର ତାଙ୍କୁ ଟିକେଟ୍‌ ଦେଇନି। ସେ ଗତଥର ଯାଦବପୁର ଆସନରୁ ନିର୍ବାଚନ ଲଢ଼ି ବିପୁଳ ବିଜୟ ହାସଲ କରିଥିଲେ।

Advertisment

୨୦୨୪ ଲୋକସଭା ନିର୍ବାଚନ ପାଇଁ ଟିଏମ୍‌ସି ଯେଉଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଏଥିରେ ବର୍ତ୍ତମାନ ସାଂସଦ ଥିବା ୧୬ ଜଣଙ୍କ ନାଁ ସାମିଲ ଅଛି। ସେହିପରି ୧୨ ଜଣ ମହିଳାଙ୍କ ନାଁ ମଧ୍ୟ ଦିଦିଙ୍କ ଏହି ଲିଷ୍ଟରେ ସ୍ଥାନ ପାଇଛି।

Nushrat Jahan TMC Mamata Banerjee Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe