Advertisment

ସାମ୍ବାଦିକା ସାଗରିକା ଘୋଷ ଯିବେ ରାଜ୍ୟସଭା, ୪ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଟିଏମ୍‌ସି

୧୫ଟି ରାଜ୍ୟରୁ ରାଜ୍ୟସଭାର ୫୬ଟି ଆସନ ପାଇଁ ଆସନ୍ତା ଫେବ୍ରୁଆରୀ ୨୭ରେ ନିର୍ବାଚନ ହେବ।

rs-candidates

rs-candidates

Advertisment

ପଶ୍ଚିମବଙ୍ଗ ଶାସକ ଦଳ ତ୍ରୁଣମୂଳ କଂଗ୍ରେସ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ଏଥର ପୁଣି ଥରେ ସୁସ୍ମିତା ଦେବଙ୍କୁ ରାଜ୍ୟସଭା ଟିକେଟ୍‌ ଦେଇଛି। ଏଥିସହ ସାମ୍ବାଦିକା ସାଗରିକା ଘୋଷ, ମମତା ବାଲା ଠାକୁର ଓ ଏମ୍‌ ନଦିମ ଉଲ୍ଲ ହକ୍‌ଙ୍କୁ ଟିଏମ୍‌ସି ରାଜ୍ୟସଭା ପ୍ରାର୍ଥୀ କରିଛି।

Advertisment

ଟିଏମସି ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛି, 'ଆସନ୍ତା ରାଜ୍ୟସଭା ନିର୍ବାଚନ ପାଇଁ ସାଗରିକା ଘୋଷ, ସୁସ୍ମିତା ଦେବ, ସାଂସଦ ଏମ ନଦିମ ଉଲ୍ଲ ହକ୍‌ ଏବଂ ମମତା ବାଲା ଠାକୁରଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଆମେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛୁ ଏବଂ ଆଶା କରୁଛୁ ଯେ ସେ ଟିଏମ୍‌ସି ଚିରନ୍ତନ ପରମ୍ପରାକୁ ବଜାୟ ରଖିବା ଦିଗରେ କାର୍ଯ୍ୟ କରିବେ। ପ୍ରତ୍ୟେକ ଭାରତୀୟଙ୍କ ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିବେ।'

କହିରଖୁ ଯେ, ସୁସ୍ମିତା ଦେବ ମଧ୍ୟ ପୂର୍ବରୁ ଟିଏମସି ସାଂସଦ ଥିଲେ। ୨୦୨୧ରେ କଂଗ୍ରେସରୁ ଟିଏମସିରେ ଯୋଗଦେବା ପରେ ଦଳ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କର କାର୍ଯ୍ୟକାଳ କିଛି ଦିନ ପୂର୍ବରୁ ହିଁ ଶେଷ ହୋଇଛି। ନାଦିମ ଉଲ୍ଲ ହକ ମଧ୍ୟ ଦଳର ରାଜ୍ୟସଭା ସାଂସଦ ଅଛନ୍ତି। ମମତା ଠାକୁର ହେଉଛନ୍ତି ମାତୁଆ ସମ୍ପ୍ରଦାୟର ଧାର୍ମିକ ‘ମାତା’ ଯିଏକି ୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେ ବିଜେପିର ଶାନ୍ତନୁ ଠାକୁରଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ସେହିପରି ସାଗରିକା ଘୋଷ ହେଉଛନ୍ତି ଜଣେ ଜଣାଶୁଣା ବରିଷ୍ଠ ସାମ୍ବାଦିକ।

Advertisment

ଉଲ୍ଲେଖଯୋଗ୍ୟ, ୧୫ଟି ରାଜ୍ୟରୁ ରାଜ୍ୟସଭାର ୫୬ଟି ଆସନ ପାଇଁ ଆସନ୍ତା ଫେବ୍ରୁଆରୀ ୨୭ରେ ନିର୍ବାଚନ ହେବ। ନିର୍ବାଚନ ଆୟୋଗ କହିବା ମୁତାବକ ଏପ୍ରିଲ ୨ରେ ରାଜ୍ୟସଭାରୁ ୫୦ଜଣ ସଦସ୍ୟ ଅବସର ନେବେ। ଆଉ ୬ ଜଣ ସଦସ୍ୟ ଏପ୍ରିଲ ୩ରେ ଅବସର ନେବେ। ଯେଉଁ ରାଜ୍ୟରୁ ସଦସ୍ୟମାନେ ଅବସର ନେଉଛନ୍ତି ସେମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ରାଜସ୍ଥାନ ରହିଛି।

West Bengal TMC Rajya Sabha Election Sagarika Ghose
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe