Advertisment

ମହିଳାଙ୍କୁ ଦୁର୍ବ୍ୟବହାର କରିଥିବା ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହିଲା ଟିଏମସି

ଟିଏମସିର ରାଜ୍ୟ ମୁଖ୍ୟ ସୁବ୍ରତ ବକ୍ସି ଏନେଇ ଗିରିଙ୍କ ସହ କଥା ହୋଇଛନ୍ତି ଓ ଦଳ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ଜଣାଇ ଦେଇଛନ୍ତି।

author-image
Hemant Lenka
Minister

Minister

ବେଙ୍ଗଲର କ୍ଷମତାସୀନ ଟିଏମସି ନିଜ ଦଳର ନେତା ତଥା ରାଜ୍ୟର ଜେଲ ମନ୍ତ୍ରୀ ଅଖିଲ ଗିରିଙ୍କୁ ତୀବ୍ର ସମାଲୋଚନା କରିଛି। ଏଥିସହ ତାଙ୍କୁ ମନ୍ତ୍ରୀ ପଦରୁ ତୁରନ୍ତ ଇସ୍ତଫା ଦେବାକୁ କହିଛି। ଏହାବାଦ ମହିଳା ଅଧିକାରୀଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ମଧ୍ୟ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ମନ୍ତ୍ରୀ ଗିରି ଜଣେ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରୁଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଦଳ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀ ଓ ଟିଏମସକୁ ସମସ୍ତେ ତୀବ୍ର ସମାଲୋଚନା କରିଥିଲେ। ଦିନକୁ ଦିନ ବିବାଦ ବଢ଼ୁଥିବାରୁ ଦଳ ଆଜି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଟିଏମସିର ରାଜ୍ୟ ମୁଖ୍ୟ ସୁବ୍ରତ ବକ୍ସି ଏନେଇ ଗିରିଙ୍କ ସହ କଥା ହୋଇଛନ୍ତି ଓ ଦଳ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ତାଙ୍କୁ ଜଣାଇ ଦେଇଛନ୍ତି।

Advertisment

ଦଳର ମୁଖପାତ୍ର ଡ. ସାନ୍ତନୁ ସେନ କହିଛନ୍ତି, “ଗତକାଲି ଆମର ମନ୍ତ୍ରୀ ଜଙ୍ଗଲ ବିଭାଗର ଜଣେ ମହିଳା ଅଧିକାରୀରଙ୍କୁ ଦୁର୍ବ୍ୟବହାର କରିଥିଲେ। ଆମେ ତୁରନ୍ତ ଏହା ଉପରେ ମତ ରଖି ଏହାକୁ ସମର୍ଥନ କରୁ ନଥିବା ସ୍ପଷ୍ଟ କରିଥିଲୁ। ଆମର ଜଙ୍ଗଲ ମନ୍ତ୍ରୀ ବୀରବାହ ହାଂସଦା ମଧ୍ୟ ଉକ୍ତ ମହିଳା ଅଧିକାରୀଙ୍କ ସହ କଥା ହୋଇଛନ୍ତି।

ଦଳର ନିର୍ଦ୍ଦେଶକ୍ରମେ ଆମର ରାଜ୍ୟ ସଭାପତି ସୁବ୍ରତ ବକ୍ସି ଆଜି ଅଖିଲ ଗିରିଙ୍କ ସହ ଫୋନରେ କଥା ହୋଇଛନ୍ତି। ମହିଳା ଅଧିକାରୀଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମନ୍ତ୍ରୀ ପଦରୁ ନିଜର ଇସ୍ତଫାପତ୍ର ପାର୍ଟି ନିକଟକୁ ପଠାଇ ଦେବାକୁ କହିଛନ୍ତି।

ଏଠାରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଟିଏମସି ସବୁବେଳେ ରାଜଧର୍ମକୁ ଅନୁସରଣ କରିଥାଏ। ଏପରି କାର୍ଯ୍ୟାନୁଷ୍ଠାନ ଦେଶର ଏକମାତ୍ର ଦଳ ଭାବେ ଟିଏମସି ନେବାକୁ ସକ୍ଷମ।

ମହିଳା ବିରୋଧୀ ବିଜେପି କେବେ ହେଲେ ଏମିତି ପଦକ୍ଷେପ ନେଇ ପାରିବ ନାହିଁ। ମହିଳା ବିରୋଧୀ କାର୍ଯ୍ୟରେ ପୂର୍ବରୁ ଲିପ୍ତ ଥିବା ସିପିଏମ ମଧ୍ୟ ଏପରି ରାଜଧର୍ମ ପାଳନ କରିପାରିବ ନାହିଁ।”

ପୂର୍ବରୁ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କ ସମ୍ପର୍କରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏଥିପାଇଁ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ପାଇଁ କ୍ଷମା ମାଗିବାକୁ ପଡ଼ିଥିଲା।

ଏଥର ଶ୍ରୀ ଗିରି ପୂର୍ବ ମେଦିନାପୁରେ ଥିବା ତାଜପୁର ଠାରେ ଚାଲିଥିବା ଜବରଦଖଲ ଉଚ୍ଛେଦ ସମୟରେ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଥିଲେ।

West Bengal TMC