Advertisment

ବିଜେପି ଲୋକସଭା ପ୍ରାର୍ଥୀଙ୍କ ଗାଡ଼ିକୁ ଅଟକାଇଲେ ଟିଏମସି କର୍ମୀ, ଉଭୟ ପକ୍ଷ ମୁହାଁମୁହିଁ

ଦିନହାଟାରେ କେନ୍ଦ୍ରମନ୍ତ୍ରୀ ତଥା କୁଚବିହାରରୁ ବିଜେପିର ଲୋକସଭା ପ୍ରାର୍ଥୀ ନିଶିଥ ପ୍ରମାଣିକଙ୍କ ଗାଡ଼ିକୁ ଅଟକାଇ ଟିଏମ୍‌ସି କର୍ମୀ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି ।

author-image
Niharika Rout
ଅଦ୍ୟତନ ହୋଇଛି
Tension Situation

Tension Situation

ପଶ୍ଚିମବଙ୍ଗ କୁଚବିହାରରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମସି କର୍ମୀ । ଦିନହାଟାରେ କେନ୍ଦ୍ରମନ୍ତ୍ରୀ ତଥା କୁଚବିହାରରୁ ବିଜେପିର ଲୋକସଭା ପ୍ରାର୍ଥୀ ନିଶିଥ ପ୍ରମାଣିକଙ୍କ ଗାଡ଼ିକୁ ଅଟକାଇ, ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି ।

Advertisment

ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଟିଏମସି ନେତା ଉଦୟନ ଗୁହର ଦିନହାଟା ପୌରାଧ୍ୟକ୍ଷ ଗୌରୀଶଙ୍କର ମାହେଶ୍ୱରୀଙ୍କ ଘରୁ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେଇ ଗତକାଲି ଫେରୁଥିଲେ। ଉକ୍ତ ସମୟରେ ବିପରୀତ ଦିଗରୁ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ଆସୁଥିଲା। ଏହି ସମୟରେ କୌଣସି କାରଣରୁ ଉଭୟ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଟିଏମ୍‌ସି କର୍ମୀ ନିଶିଥ ପ୍ରମାଣିକଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରିଥିଲେ। ଏଥିଯୋଗୁ ଘଟଣା ସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। 

ଖବର ପାଇ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାର୍ଜ କରିଥିଲା। ସଂଘର୍ଷରେ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ କିଛି ଜଣ ଦଳୀୟ କର୍ମୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ତେବେ ଏନେଇ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ସେପଟେ ଏହି ଘଟଣାକୁ ନେଇ ଆଜି ଦିନହାଟାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛି ତୃଣମୂଳ କଂଗ୍ରେସ । 

Bjp West Bengal TMC