Advertisment

ଦୁଷ୍କର୍ମ ମାମଲାରେ କାଠଗଡ଼ାରେ ଟିଏମସି, ୩ ଚ୍ୟାନେଲକୁ କଲା ବୟକଟ୍‌

ବଙ୍ଗଳାବାସୀ ବଙ୍ଗଳା ବିରୋଧୀ ମେଣ୍ଟକୁ କ୍ରମାଗତ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସବୁବେଳେ ପ୍ରଚାର ଅପେକ୍ଷା ସତ୍ୟକୁ ବାଛିଛନ୍ତି ବୋଲି ଟିଏମସି କହିଛି।

ଅଦ୍ୟତନ ହୋଇଛି
Mamta Banerjee

Mamta Banerjee

Advertisment

ତିନି ଟିଭି ଚ୍ୟାନେଲକୁ ବୟକଟ କଲା ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ। ଏହି ତିନି ଚ୍ୟାନେଲ ବଙ୍ଗଳା ବିରୋଧୀ ବୋଲି କହି ବୟକଟ କରିଛ ଟିଏମସି। ଏହି ତିନି ଚ୍ୟାନେଲ ହେଲେ ଜାତୀୟ ଗଣମାଧ୍ୟମ ସଂସ୍ଥା ଏବିପି ଆନନ୍ଦ, ଟିଭି-୯ ଭାରତବର୍ଷ ଏବଂ ରିପବ୍ଲିକ। ଏହି ତିନି ଚ୍ୟାନେଲ ହିନ୍ଦୀ ସହିତ ବଙ୍ଗଳା ଭାଷାରେ ନିଜର ମିଡିଆ ସଂସ୍ଥା ରଖିଛନ୍ତି।

Advertisment

କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ସମାଲୋଚନାର ଶିକାର ହୋଇଛି ତୃଣମୂଳ କଂଗ୍ରେସ। ଏହାପରେ ଉପରୋକ୍ତ ୩ଟି ଚ୍ୟାନେଲକୁ 'ବେଙ୍ଗଲ ବିରୋଧୀ' କହି ବୟକଟ କରିଛି। ଏହି ଟିଭି ଚ୍ୟାନେଲ୍ ବିତର୍କକୁ ନିଜର ମୁଖପାତ୍ରଙ୍କୁ ନ ପଠାଇବାକୁ ଏବେ ଟିଏମସି ନିଷ୍ପତ୍ତି ନେଇଛି।

ବଙ୍ଗଳାବାସୀ ବଙ୍ଗଳା ବିରୋଧୀ ମେଣ୍ଟକୁ କ୍ରମାଗତ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ସବୁବେଳେ ପ୍ରଚାର ଅପେକ୍ଷା ସତ୍ୟକୁ ବାଛିଛନ୍ତି ବୋଲି ଟିଏମସି କହିଛି।

Advertisment

କିଛି ଦିନ ତଳେ ଏବିପି ଆନନ୍ଦଙ୍କୁ ନେଇ ଏକ ଟିଭି ବିତର୍କ ବେଳେ ବରିଷ୍ଠ ଟିଏମ୍‌ସି ନେତା ତଥା ସାଂସଦ କାକୋଲି ଘୋଷ ଦସ୍ତିଦାର ଏବଂ ବିଜେପି ବିଧାୟକ ଅଗ୍ନିମିତ୍ର ପାଲଙ୍କ ମଧ୍ୟରେ ବିବାଦ ହୋଇଥିଲା। ଲୋକସଭାରେ ଟିଏମ୍‌ସିର ଉପନେତା ଶ୍ରୀମତୀ ଦସ୍ତିଦାର ପ୍ରଖ୍ୟାତ ଫ୍ୟାସନ୍ ଡିଜାଇନର୍ ଶ୍ରୀମତୀ ପାଲଙ୍କୁ 'ଶାଢ଼ି ନିର୍ମାତା' ବୋଲି କହିଥିଲେ।

ଏହାପରେ ବିଜେପି ନେତ୍ରୀ ଶ୍ରୀମତୀ ପାଲ୍ ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ତାଙ୍କ ବୃତ୍ତି ପାଇଁ ଅତ୍ୟନ୍ତ ଗର୍ବିତ। ମମତା ବାନାର୍ଜୀ ସରକାର ଅପରାଧୀମାନଙ୍କୁ ଆଶ୍ରୟ ଦେଉଛନ୍ତି। ମହିଳାଙ୍କ ଦୁର୍ଦ୍ଦଶାକୁ ଅଣଦେଖା କରୁଛନ୍ତି ବୋଲି ବିଜେପି ବିଧାୟକ ଅଭିଯୋଗ କରିଛନ୍ତି।

ସେହି ଶୋ'ରେ ଶ୍ରୀମତୀ ଦସ୍ତିଦାରଙ୍କ ଆଉ ଏକ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେ କହିଥିଲେ ଯେ ପଶ୍ଚିମବଙ୍ଗରେ ସିପିଏମ୍ ଯୁଗରେ ପାସ୍ ମାର୍କ ପାଇଁ ଡାକ୍ତରୀ ଛାତ୍ରମାନଙ୍କୁ କୋଳରେ ବସାଇ ଦିଆଯାଉଥିଲା। ଏହି ମନ୍ତବ୍ୟକୁ ମହିଳା ଡାକ୍ତରମାନେ ତୀବ୍ର ସମାଲୋଚନା କରିବା ସହ ଟିଏମ୍‌ସି ସାଂସଦ କ୍ଷମା ମାଗିବାକୁ ବାଧ୍ୟ ହୋଇଥିଲେ।

ଏହାପରେ ନିଜ ବୟାନ ପାଇଁ ଦୁଃଖିତ କହିବା ସହିତ କ୍ଷମା ପ୍ରାର୍ଥନା କରିଥିଲେ। ମହିଳାଙ୍କ କଲ୍ୟାଣ ଓ ଅଧିକାର ପାଇଁ ମୋର ଉଦ୍ଦେଶ୍ୟ ସବୁବେଳେ ରହିଆସିଛି ଓ ରହିବ ବୋଲି ଟିଏମସି ନେତ୍ରୀ ଏକ୍ସରେ ପୋଷ୍ଟ କରିଥିଲେ।

TMC Kolkata Rape-Murder Case Boycott 3 TV Channels
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe