Advertisment

ବିଜେପି ଆଡ଼କୁ ଢଳିଲେଣି ମୁକୁଲ ରୟ; ପୁଅ କହିଲେ- ‍ବାପାଙ୍କ ମାନସିକ ସ୍ଥିତି ଠିକ୍‌ ନାହିଁ

‘ମୁଁ ଏବେ ବି ବିଜେପି ବିଧାୟକ ଓ ବିଜେପି ସହ ରହିବାକୁ ଇଚ୍ଛୁକ । ଖୁବ୍‌ ଶୀଘ୍ର ଅମିତ ଶାହ, ଜେପି ନଡ୍ଡାଙ୍କୁ ସାକ୍ଷାତ କରିବି।’

Mukul Roy

Mukul Roy

Advertisment

ହଠାତ୍‌ ଅନ୍ତର୍ଦ୍ଧାନ ହୋଇ ଯାଇଥିବା ଟିଏମସିର ବରିଷ୍ଠ ନେତା ମୁକୁଲ ରୟ ସର୍ବ ସମ୍ମୁଖକୁ ଆସିବା ପରେ ତାଙ୍କ ବୟାନକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି। ମୁକୁଲ ରୟ ନିଜକୁ ଜଣେ ବିଜେପି ବିଧାୟକ ବୋଲି କହିବା ସହ ଦଳକୁ ଫେରିବାକୁ ଆଗ୍ରହୀ ଥିବା କଥା ପ୍ରକାଶ କରିଛନ୍ତି। ବିଜେପି କିନ୍ତୁ ମୁକୁଲ ରୟଙ୍କ ଘର ବାହୁଡ଼ା ଆଗ୍ରହକୁ ବେଶ୍‌ ହାଲକା ଭାବେ ଗ୍ରହଣ କରିଛି। ଦଳରେ ତାଙ୍କର କିଛି ସ୍ଥାନ ନ ଥିବା ବିଜେପି ପକ୍ଷରୁ କୁହାଯାଇଥିବା ବେଳେ ବାପାଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବା କହିଛନ୍ତି ମୁକୁଲ ରୟଙ୍କ ପୁଅ ଶୁଭ୍ରାଶୁଂ ରୟ । ଏପରିକି ବାପା ରାଜନୀତିରୁ ସନ୍ୟାସୀ ନେଇଯିବା ଉଚିତ ବୋଲି ବି ସେ କହିଛନ୍ତି।

Advertisment

ଗତ ସୋମବାର ରାତିରେ ମୁକୁଲ ରୟ କୋଲକତାରୁ ଫ୍ଲାଇଟ୍‌ରେ ଦିଲ୍ଲୀ ଯାଇଥିବା ବେଳେ ତାଙ୍କ ପତ୍ତା ମିଳୁ ନ ଥିବା କହିଥିଲେ ପୁଅ ଶୁଭ୍ରାଂଶୁ। ଏହାପରେ ଗତକାଲି ମୁକୁଲ ରାୟ ସର୍ବ ସମ୍ମୁଖକୁ ଆସି ନିଜ ମନ କଥା ବ୍ୟକ୍ତ କରିଛନ୍ତି।

ମୁକୁଲ ରୟଙ୍କ କହିବାନୁଯାୟୀ, ମୁଁ ଏବେ ବି ବିଜେପି ବିଧାୟକ ଓ ବିଜେପି ସହ ରହିବାକୁ ଇଚ୍ଛୁକ । ପାର୍ଟି ହିଁ ମୋ’ ରହିବା ବ୍ୟବସ୍ଥା କରିଛି। ମୁଁ ଖୁବ୍‌ ଶୀଘ୍ର ଅମିତ ଶାହ, ଜେପି ନଡ୍ଡାଙ୍କୁ ସାକ୍ଷାତ କରିବି ।

Advertisment

ଏଥିସହ ସେ କହିଛନ୍ତି, ମୁଁ କିଛି ଦିନ ହେଲା ଅସୁସ୍ଥ ଥିଲି। ତେଣୁ ରାଜନୀତିରୁ ଦୂରରେ ଥିଲି। ହେଲେ ଏବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଓ ପୁଣି ଥରେ ରାଜନୀତିରେ ସକ୍ରିୟ ହେବାକୁ ଚାହୁଁଛି । ମୁଁ ଭବିଷ୍ୟତରେ କେବେବି ଟିଏମ୍‌ସି ସହ ଆଉ କୌଣସି ସମ୍ପର୍କ ରଖିବି ନାହିଁ ।

ହେଲେ ବିଜେପି ମୁକୁଲ ରୟଙ୍କୁ ହାଲକା ଭାବେ ନେଇଥିବା ବେଳେ ସେପରି ଗୁରୁତ୍ୱ ଦେଉ ନାହିଁ। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ କହିବା ମୁତାବକ ବଙ୍ଗଳା ବିଜେପିକୁ ମୁକୁଲ ରୟଙ୍କ ଆବଶ୍ୟକତା ନାହିଁ । ମୁକୁଲ ରୟ ନିଜ ରାଜନୈତିକ ବିଚାରଧାରା ପାଇଁ ବିଜେପି ଛାଡ଼ିଛନ୍ତି। ସେ ଏବେ ପୁଣି ଥରେ ଦଳରେ ସାମିଲ ହେବାକୁ ଚାହୁଁଥିବା ବେଳେ ବରିଷ୍ଠ ନେତାଙ୍କ ସହ କୌଣସି ଯୋଗାଯୋଗ କରି ନାହାନ୍ତି।

ନିଜେ ବିଜେପିରେ ସାମିଲ ହେବାକୁ ମନ ବଳାଇଥିବା ମୁକୁଲ ରୟ ନିଜ ପୁଅଙ୍କୁ ମଧ୍ୟ ଦଳ ଫେରିବାକୁ ପରାମର୍ଶ ଦେଇଛନ୍ତି। କାରଣ ଏହା ତାଙ୍କ ପାଇଁ ଉପଯୁକ୍ତ ସ୍ଥାନ ବୋଲି ସେ କହିଛନ୍ତି।

ହେଲେ ମୁକୁଲ ରୟ ଙ୍କ ପୁଅ ଶୁଭ୍ରାଂଶୁ ରୟ କିନ୍ତୁ ନିଜ ବାପାଙ୍କ ମାନସିକ ଅବସ୍ଥା ଭଲ ନ ଥିବା କହିଛନ୍ତି। ଏଥିସହ ଜଣେ ଅସୁସ୍ଥ ବ୍ୟକ୍ତିଙ୍କୁ ନେଇ କୌଣସି ରାଜନୀତି ନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଟିଏମ ନେତା ଅଭିଷେକ ବାନାର୍ଜୀଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଏହା ଏକ ପ୍ରୟାସ ବୋଲି ଶୁଭ୍ରାନୁ କହିଛନ୍ତି। ସେ କହିଛନ୍ତି କିଛି ଲୋକ ଏତେ ନିମ୍ନମାନର ହୋଇ ମୋ ବାପା ଦିଲ୍ଲୀ ଯିବା ନେଇ ରାଜନୀତି କରୁଛନ୍ତି। ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଭାବମୂର୍ତ୍ତିକୁ ବଦନାମ କରିବାର ଏହା ଏକ ପ୍ରୟାସ।

ଶୁଭ୍ରାଂଶୁ କହିଛନ୍ତି, ବାପାଙ୍କୁ ଡାର୍ଟି ପଲଟିକ୍ସ ଭିତରକୁ ଟଣା ଯାଉଛି। ସେ ରାଜନୀତିରୁ ସନ୍ୟାସୀ ନେଇଯିବା ଉଚିତ । ଏବେ ଯଦି ସେ ମୋ’ ବିଜେପିରେ ସାମିଲ ହୁଅନ୍ତି ତେବେ ମାନସିକ ଅସ୍ଥିରତା ମଧ୍ୟରେ ସେ ଏପରି କରିବେ ବୋଲି ଧରି ନିଆଯିବ ।

Bjp TMC Mukul Roy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe