Advertisment

ମମତାଙ୍କ ଗଡ଼ରେ ବର୍ଷିଲେ ମୋଦି, କହିଲେ TMC ଅର୍ଥ 'ତୁ, ମେ ଓ କରପ୍‌ସନ୍‌'

ଏଠାକାର କୃଷ୍ଣ ନଗରରେ ଏକ ରାଲିକୁ ସମ୍ବୋଧିତ କରି ସେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି।

author-image
Madhupriya Mistry
PM Modi

PM Modi

ବର୍ତ୍ତମାନ ରାଜନୀତିର କେନ୍ଦ୍ର ବିନ୍ଦୁ ପାଲଟିଛି ପଶ୍ଚିମବଙ୍ଗ। ଏଠାକାର ସନ୍ଦେଶଖାଲିକୁ ନେଇ ରାଜନୀତି ଜୋର ଧରିଛି। ଏହାରି ଭିତରେ ଲୋକସଭା ନିର୍ବାଚନ ପୂର୍ବରୁ ମମତାଙ୍କ ଗଡରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଠାକାର କୃଷ୍ଣ ନଗରରେ ଏକ ରାଲିକୁ ସମ୍ବୋଧିତ କରି ସେ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ବର୍ଷିଛନ୍ତି।

Advertisment

ରାଲିକୁ ସମ୍ବୋଧିତ କରି ଟିଏମ୍‌ସି ଅର୍ଥ ଲୋକଙ୍କୁ ବୁଝାଇଛନ୍ତି ମୋଦି। ସେ କହିଛନ୍ତି, 'ଟିଏମ୍‌ସିର ଅନ୍ୟ ନାଁ ହେଉଛି ଅତ୍ୟାଚାର। ଟିଏମ୍‌ସି ଅର୍ଥ 'ତୁ, ମେ ଓ କରପ୍‌ସନ୍‌'। ମମତା ବାନାର୍ଜୀ ସରକାର ପଶ୍ଚିମବଙ୍ଗର ନାଁକୁ ଖରାପ କରିଦେଇଛି। ଚାରିଆଡେ ଏଠି ଯୋଜନା ନାଁରେ ଦୁର୍ନୀତି ଦେଖିବାକୁ ମିଳୁଛୁ। ଆମ ଯୋଜନାରେ ତାଙ୍କ ଷ୍ଟିକର୍‌ ଲଗାଇ ଲୋକଙ୍କୁ ସେ ଭୂଆଁ ବୁଲାଉଛନ୍ତି। ସେ ଗରିବଙ୍କ ଅଧିକାର ଛଡାଇ ତାଙ୍କୁ ଲୁଟୁଛନ୍ତି। ମମତା ବାନାର୍ଜୀଙ୍କ ଟିଏମସି ଲୋକଙ୍କୁ ଗରିବ ରଖିବାକୁ ଚାହୁଁଛି। ମା', ମାଟି ଆଉ ମଣିଷ ସମସ୍ତେ ଟିଏମ୍‌ସିର କୁଶାସନ ଯୋଗୁ ଆଜି ଏଠି କାନ୍ଦୁଛନ୍ତି।'

କେବଳ ସେତିକି ନୁହେଁ ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ନେଇ ମଧ୍ୟ ମୋଦି ମମତା ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆଜି ପଶ୍ଚିମବଙ୍ଗରେ ଏଭଳି ସ୍ଥିତି ରହିଛି, ଯେଉଁଠି ପୁଲିସ ନୁହେଁ ଅପରାଧୀ ନିଜେ ସୁନିଶ୍ଚିତ କରୁଛି ଯେ, ସେ କେବେ ଆତ୍ମସମର୍ପଣ କରିବ। ରାଜ୍ୟ ସରକାର ଚାହୁଁନଥିଲେ ଯେ, ସନ୍ଦେଶଖାଲି ଅଭିଯୁକ୍ତ ଗିରଫ ହେଉ ବୋଲି। କିନ୍ତୁ ଏଠାକାର ମହିଳାମନେ ଦୁର୍ଗା ରୂପ ଧାରଣ କିରବା ଓ ବିଜେପି କର୍ମୀମାନେ ତାଙ୍କ ସହ ଛିଡା ହେବା ପରେ ରାଜ୍ୟ ସରକାରଙ୍କୁ ବାଧ୍ୟ ହୋଇ ନଇଁବାକୁ ପଡିଲା।

Advertisment

ପଶ୍ଚିମବଙ୍ଗରେ ଆଜି ହେଉଛି ମୋଦିଙ୍କ ଦ୍ୱିତୀୟ ଦିନ। ଆଜି ଦ୍ୱିତୀୟ ଦିନରେ କୃଷ୍ଣ ନଗରରେ ମୋଦି ୧୫ ହଜାର କୋଟି ଟଙ୍କାର ଏକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, 'ପଶ୍ଚିମବଙ୍ଗରେ ଏହା ମୋର ଦ୍ୱିତୀୟ ଦିନ। ଗତ ୨ ଦିନରେ ମୋତେ ବଙ୍ଗଳା ପାଇଁ ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବା ଏବଂ ସ୍ଥାପନ କରିବାର ସୁଯୋଗ ମିଳିଲା। ଏହା ପୁଞ୍ଜି ବିନିଯୋଗ ଆଣିବ, ରୋଜଗାରର ସୁଯୋଗ ସୃଷ୍ଟି କରିବ ଏବଂ ପଡୋଶୀ ଅଞ୍ଚଳରେ ଏହାର ପ୍ରଭାବ ପକାଇବ। ତେବେ ଆମକୁ ସ୍ୱୀକାର କରିବାକୁ ହେବ ଯେ ଟିଏମସି ସରକାର ପଶ୍ଚିମବଙ୍ଗବାସୀଙ୍କୁ ନିରାଶ କରିଛନ୍ତି। ସେମାନେ ଲୋକଙ୍କ ସହ ବିଶ୍ୱାସଘାତକତା କରନ୍ତି।'

West Bengal Mamata Banerjee PM Modi TMC Bjp Modi Target Mamata