Mahua Moitra Ethics Hearing
କାନ୍ଧରେ ଝୁଲୁଛି ତିନୋଟି ହ୍ୟାଣ୍ଡ ବ୍ୟାଗ୍। ଆଉ ମୁହଁରେ କଳା ଚଷମା। ଏଭଳି କିଛି ଅନ୍ଦାଜରେ ଆଜି ଲୋକସଭା ଏଥିକ୍ସି କମିଟିରେ ହାଜର ହୋଇଛନ୍ତି ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା। ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ଫସିଥିବା ଟିଏମ୍ସି ସାଂସଦ ମହୁଆ ସଂସଦ ଭବନରେ ପହଞ୍ଚିଛନ୍ତି। ତାଙ୍କ ସହ ଗିରିଧାରୀ ଯାଦବ ଓ ଦିନେଶ ଅଲି ମଧ୍ୟ ପହଞ୍ଚିଛନ୍ତି।
ଆଜି ମହୁଆ ମୋଇତ୍ରାଙ୍କୁ କ୍ୟାସ୍ ଫର କ୍ୱେରୀ ମାମଲାରେ ଏଥିକ୍ସ କମିଟି ପଚରାଉଚରା କରିବ। ଏଥିପାଇଁ ସେ ତିନୋଟି ହ୍ୟାଣ୍ଡବ୍ୟଗ୍ ଧରି କମିଟି ଆଗରେ ହାଜର ହୋଇଛନ୍ତି। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ଉପରେ କମିଟି ସଦସ୍ୟମାନେ ମହହୁଙ୍କୁ ପଚରାଉଚରା କରୁଛନ୍ତି। ଟିଏମସି ସାଂସଦ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଛି।
ଏପର୍ଯ୍ୟନ୍ତ ମିଳିଥିବା ପ୍ରମାଣ ଏବଂ ଦଲିଲ ଆଧାରରେ ମହୁଆଙ୍କୁ ପଚରାଉଚରା କରାଯିବ। ଗୃହ, ଆଇଟି ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଏଥିକ୍ସ କମିଟି ମହୁଆଙ୍କ ବାବନରେ ସୂଚନା ମାଗିଥିଲା। ସେମାନେ ନିଜ ନିଜର ଡାଟା ଏଥିକ୍ସ କମିଟିକୁ ପୂର୍ବରୁ ପଠାଇ ସାରିଛନ୍ତି। ସୂଚନାନୁସାରେ, ମହୁଆ ମୋଇତ୍ରା ପ୍ରଥମେ ନିଜ ବୟାନ ରେକର୍ଡ କରିବେ ଏବଂ ଏହା ପରେ ତାଙ୍କୁ ପ୍ରଶ୍ନ ପଚରାଯିବ।
ଗତକାଲି ମହୁଆ ମୋଇତ୍ରା ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ ସୋନକରଙ୍କୁ ଚିଠି ଲେଖି ଅନେକ ପ୍ରଶ୍ନ ଉଠାଇଥିଲେ। ଏଭଳି ମାମଲା ଉପରେ ଯାଞ୍ଚ କରିବା ଅଧିକାର ଏଥିକ୍ସ କମିଟର ଅଛି କି ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ଅପରାଧିକ ମାମଲାର ତଦନ୍ତ କରିବାର ଅଧିକାର ସଂସଦ କମିଟିର ନାହିଁ ବୋଲି ସେ ଚିଠି ଲେଖି ଜଣାଇଥିଲେ। ଏଥିସହ ଜୟ ଅନନ୍ତ ଦାହାଦ୍ରୋଇ ଓ ଦର୍ଶନ ହିରାନନ୍ଦାନୀଙ୍କୁ ଏଥିକ୍ସ କମିଟି ଆଗରେ କ୍ରସ୍ ଏଗ୍ଜାମିନ୍ କରିବାକୁ ତାଙ୍କୁ ମଉକା ଦେବାକୁ ସେ ଦାବି କରିଥିଲେ।
ଏହାପୂର୍ବରୁ ମହହୁଙ୍କ ସଂସଦ ଆକାଉଣ୍ଟକୁ ନେଇ ଏକ ବଡ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ମାମଲା ସହ ଜଡିତ ସୂତ୍ର ଅନୁଯାୟୀ, ଦୁବାଇରୁ ମହୁଆ ମୋଇତ୍ରାଙ୍କ ଲୋକସଭା ଆକାଉଣ୍ଟ ୪୭ ଥର ଲଗ୍ଇନ୍ ହୋଇଥିଲା। ମହୁଆ ଧ୍ୟ ହିରାନନ୍ଦାନୀଙ୍କ ସହ ତାଙ୍କର ଲଗ୍ ଇନ୍ ପାସଓ୍ୱାର୍ଡ ସେୟାର କରିଥିବା ସ୍ୱୀକାର କରିଛନ୍ତି। ଦର୍ଶନ ହିରାନନ୍ଦାନୀ ହେଉଛନ୍ତି ତାଙ୍କର ପୁରୁଣା ବନ୍ଧୁ ବୋଲି କହିଛନ୍ତି ମହୁଆ। କିନ୍ତୁ ସେ ତାଙ୍କ ଠାରୁ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା କଥାକୁ ଖଣ୍ଡନ କରିଛନ୍ତି। ସଂସଦରେ ପଚରାଯାଇଥିବା ପ୍ରଶ୍ନ ସବୁବେଳେ ତାଙ୍କର ନିଜସ୍ୱ ବୋଲି ଟିଏମସି ସାଂସଦ ଜୋର ଦେଇ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1698908519.jpg)