Advertisment

ବିମାନର ଖାଦ୍ୟକୁ ନେଇ ରାଗିଗଲେ ଟିଏମ୍‌ସି ସାଂସଦ ମିମି

ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ନିକଟରେ ଏମିରେଟ୍ସ ଏୟାରଲାଇନ୍ସରେ ଯାତ୍ରା କରିଥିଲେ।

ଅଦ୍ୟତନ ହୋଇଛି
Mimi Chakraborty

Mimi Chakraborty

Advertisment

ରାଗିଗଲେ ବଙ୍ଗୀୟ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀ। ବିମାନରେ ପରସା ଯାଇଥିବା ଖାଦ୍ୟକୁ ଦେଖି ଚିହିଁକି ଉଠିଲେ। ବିମାନ କମ୍ପାନୀରେ ଆଣିଲେ ବଡ଼ ଅଭିଯୋଗ। 

Advertisment

ଟିଏମ୍‌ସି ସାଂସଦ ମିମି ଚକ୍ରବର୍ତ୍ତୀ ନିକଟରେ ଏମିରେଟ୍ସ ଏୟାରଲାଇନ୍ସରେ ଯାତ୍ରା କରିଥିଲେ। ଏହି ସମୟରେ ତାଙ୍କୁ ବିମାନରେ ଯେଉଁ ଖାଦ୍ୟ ଦିଆଯାଇଥିଲା ତାହା ନିମ୍ନମାନର ଥିଲା । ସେଥିରୁ ଏକ ଚୁଟି ବା କେଶ ବାହାରିଥିଲା। ଏହା ଦେଖି ରାଗିଯାଇଥିଲେ ଅଭିନେତ୍ରୀ ତଥା ସାଂସଦ। ସେ ଏନେଇ ଏମିରେଟ୍ସ ଏୟାରଲାଇନ୍ସକୁ ମେଲ୍ ପଠାଇଥିଲେ। କିନ୍ତୁ ଏହାର କୌଣସି ଜବାବ ନସିବା ପରେ ସେ ଏବେ ଏକ ଟ୍ୱିଟ୍ କରିଛନ୍ତି। 

ଏହି ପ୍ରସଙ୍ଗରେ ଏମିରେଟ୍ସ ଏୟାରଲାଇନ୍ସର ଅଧିକାରୀଙ୍କ ନିକଟରେ ମିମି ଚକ୍ରବର୍ତ୍ତୀ ଅଭିଯୋଗ କରିଛନ୍ତି। ମିମି ଚକ୍ରବର୍ତ୍ତୀ ସୋଶାଲ ମିଡିଆ ପୋଷ୍ଟରେ ମଧ୍ୟ ଉକ୍ତ ଖାଦ୍ୟର ଫଟୋ ଶେଆର କରିଛନ୍ତି। ଫଟୋ ଟ୍ୱିଟ୍ କରି ମିମି ଲେଖିଛନ୍ତି, ‘ପ୍ରିୟ ଏମିରେଟ୍ସ, ମୁଁ ଭାବୁଛି ତୁମ ନିଜକୁ ବେଶ୍ ବଡ଼ ବୋଲି ଭାବୁଛ, ଯାତ୍ରା କରୁଥିବା ଲୋକଙ୍କ ବିଷୟରେ ଚିନ୍ତା ମଧ୍ୟ କରୁନ। ଖାଦ୍ୟରୁ ଚୁଟି ବାହାରିବା ଭଲ କଥା ନୁହେଁ ମୋର ବିଶ୍ୱାସ। ମୁଁ ତୁମକୁ ଏବଂ ତୁମ ଟିମ୍‌କୁ ମେଲ୍ କରିଛି, କିନ୍ତୁ ତୁମେ ଉତ୍ତର ଦେବାକୁ କିମ୍ବା କ୍ଷମା ମାଗିବା ଆବଶ୍ୟକ ବୋଲି ମଧ୍ୟ ଭାବିଲ ନାହଁ।  ମୁଁ ଖାଉଥିବା ରୁଟିରେ ଚୁଟି ବାହାରିଥିଲା। ଯଦି ତୁମେ ଯାତ୍ରୀଙ୍କ ପ୍ରତି ଯତ୍ନବାନ ତେବେ ମୋର ମେଲର ସମସ୍ତ ବିବରଣୀ ସହିତ ଯାଞ୍ଚ କରିପାର।’

Advertisment

ଉଲ୍ଲେଖଯୋଗ୍ୟ, ଏମିରେଟ୍ସ ଏୟାରଲାଇନ୍ସ ହେଉଛି ଦୁବାଇର ଏକ ଆନ୍ତର୍ଜାତୀୟ ବିମାନ ସେବା । ଯାହା ଏହାର ଉତ୍କୃଷ୍ଟ ସେବା ପାଇଁ ବେଶ୍ ଜଣାଶୁଣା । ଏହି ବିମାନର ଟିକେଟ୍ ବହୁତ ମହଙ୍ଗା, ତେଣୁ ଯାତ୍ରୀମାନେ ଭଲ ସେବା ଆଶା କରନ୍ତି । ତେବେ ସାଂସଦ ମିମିଙ୍କ ସହ ଏହି ଘଟଣା ପରେ ବିମାନରେ ଦିଆଯାଉଥିବା ସେବା ତଥା ଯାତ୍ରୀଙ୍କ ସହ ସେମାନଙ୍କ ଆଚରଣ ଉପରେ ପ୍ରଶ୍ନ ଉଠିଛି ।

TMC Emirates Airlines Mimi Chakraborty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe