Advertisment

ରାଜ୍ୟସଭାରେ ‘ପଠାନ’ର ପ୍ରଶଂସା

‘ଆପଣମାନେ ବଲିଉଡ୍‌କୁ ବୟକଟ କରିବା ପାଇଁ ଆହ୍ୱାନ ଦେଲେ। ଆଉ ସେମାନେ ଗୋଟିଏ ଫିଲ୍ମ ମାଧ୍ୟମରେ ଏକ ସୁନ୍ଦର ବାର୍ତ୍ତା ଦେଲେ।’

undefined

Pathan Poster

Advertisment

ଶାହରୁଖ ଖାନ୍ ଅଭିନୀତ ଫିଲ୍ମ ‘ପଠାନ’ ଦର୍ଶକଙ୍କୁ ପସନ୍ଦ ଆସିଛି। ପୂରା ବିଶ୍ୱରେ ଏହା ୮୦୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିସାରିଲାଣି। ରିଲିଜ୍ ହେବା ପୂର୍ବରୁ ଫିଲ୍ମଟି ବିବାଦରେ ରହିଥିଲା। ଫିଲ୍ମଟିକୁ ବୟକଟ କରିବାକୁ ଦର୍ଶକଙ୍କୁ କୁହାଯାଇଥିଲା। ତେବେ ଏ ସବୁ ସତ୍ତ୍ୱେ ଫିଲ୍ମଟି ରିଲିଜ୍ ହୋଇଥିଲା ଓ ସିନେ ପ୍ରେମୀଙ୍କ ମନକୁ ଛୁଇଁଛି। ମଙ୍ଗଳବାର ରାଜ୍ୟସଭାରେ ମଧ୍ୟ ‘ପଠାନ’କୁ ପ୍ରଶଂସା କରାଯାଇଥିଲା। ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦ ଡେରେକ ଓ’ବ୍ରାଇନ୍ ରାଜ୍ୟସଭାରେ ଫିଲ୍ମଟିକୁ ପ୍ରଶଂସା କରି ଏହା ଏକ ସୁନ୍ଦର ବାର୍ତ୍ତା ଦେଇଛି ବୋଲି କହିଥିଲେ। ଏହା ସହିତ ଏହି ଫିଲ୍ମର କଳାକାର, ନିର୍ଦ୍ଦେଶକ ଓ ଏହା ସହିତ ଜଡ଼ିତ ସମସ୍ତ ଲୋକଙ୍କୁ ପ୍ରଶଂସା କରିଥିଲେ।

Advertisment

ଡେରେକ କହିଥିଲେ, ଆପଣମାନେ ବଲିଉଡ୍‌କୁ ବୟକଟ କରିବା ପାଇଁ ଆହ୍ୱାନ ଦେଲେ। ଆଉ ସେମାନେ ଗୋଟିଏ ଫିଲ୍ମ ମାଧ୍ୟମରେ ଏକ ସୁନ୍ଦର ବାର୍ତ୍ତା ଦେଲେ। ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ବହୁତ ବଢ଼ିଆ କାମ କରିଛନ୍ତି। ଯାହା ଆମେ କରିପାରିଲେ ନାହିଁ, ତାହା ଶାହରୁଖ ଖାନ, ଡିମ୍ପଲ କପାଡ଼ିଆ ଓ ଜନ୍ ଆବ୍ରାହମ ପ୍ରମୁଖ ଏ ଦେଶକୁ ଦେଖାଇଛନ୍ତି। ଆମକୁ ସେମାନଙ୍କଠାରୁ ଶିଖିବାକୁ ପଡ଼ିବ।

‘ପଠାନ’ ଜରିଆରେ ପ୍ରାୟ ୪ ବର୍ଷ ପରେ ଶାହରୁଖ ଖାନ୍ ବଡ଼ ପରଦାକୁ ଫେରିଛନ୍ତି। ଏହି ଫିଲ୍ମରେ ଦୀପିକା ପାଦୁକୋନ ମଧ୍ୟ ଅଛନ୍ତି।

Advertisment
TMC Pathaan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe