Advertisment

‘ଟିଏମସି କ୍ଷମତାକୁ ଆସିଲେ ବେକାରୀଙ୍କୁ ୧୦୦୦ ଟଙ୍କା ଭତ୍ତା ଦେବ ’

ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ରବିବାର ତୃଣମୂଳ କଂଗ୍ରେସ (ଟିଏମସି) ଇସ୍ତାହାର ଜାରି କରିଛି ।

Mamata Banerjee

Mamata Banerjee

Advertisment

ତ୍ରିପୁରାରେ ଟିଏସି କ୍ଷମତାକୁ ଆସିଲେ ଦୁଇ ଲକ୍ଷ ଚାକିରି ଏବଂ ବେକାରୀ ଯୁବକମାନଙ୍କ ପାଇଁ ମାସିକ ୧୦୦୦ ଟଙ୍କା ଭତ୍ତା ଦେବ। କ୍ଷମତାକୁ ଆସିଲେ ପ୍ରଥମ ବର୍ଷରେ ୫୦,୦୦୦ ନୂତନ ନିଯୁକ୍ତି ଦେବ। ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ରବିବାର ତୃଣମୂଳ କଂଗ୍ରେସ (ଟିଏମସି) ଇସ୍ତାହାର ଜାରି କରିଛି । ନିର୍ବାଚନରେ ଜିତିଲେ ଟିଏମସି ଦୁଇ ଲକ୍ଷ ଚାକିରି ଏବଂ ବେରୋଜଗାର ଯୁବକମାନଙ୍କ ପାଇଁ ମାସିକ ୧୦୦୦ ଟଙ୍କା ଭତ୍ତା ଦେବାକୁ ପ୍ରତିଶ୍ରୁତି ଦେଇଛି ଟିଏମସି। ଏହା ସହିତ ପଶ୍ଚିମବଙ୍ଗ ରାଜ୍ୟ ଭଳି ତ୍ରିପୁରାରେ ସାମାଜିକ କଲ୍ୟାଣ ଯୋଜନା ଆରମ୍ଭ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି। ଅଗରତାଲାଠାରେ ଘୋଷଣାପତ୍ର ପ୍ରକାଶ କରି ପଶ୍ଚିମବଙ୍ଗର ଶିକ୍ଷା ମନ୍ତ୍ରୀ ବ୍ରତ୍ୟ ବସୁ କହିଛନ୍ତି, ଯଦି ଟିଏମସି ରାଜ୍ୟରେ କ୍ଷମତାକୁ ଆସେ ତେବେ ପ୍ରଥମ ବର୍ଷରେ ୫୦,୦୦୦ ନୂତନ ନିଯୁକ୍ତି ଦେବ। ସରକାରୀ ବିଭାଗରେ ଥିବା ସମସ୍ତ ଖାଲି ପଦବୀକୁ ପ୍ରାଥମିକତା ଭିତ୍ତିରେ ପୂରଣ କରାଯିବ। ସେହିପରି ବେକାରୀ ଯୁବକମାନଙ୍କୁ ଟିଏମସି ମାସକୁ ୧୦୦୦ ଟଙ୍କା ଭତ୍ତା ଦେବ।
ଟିଏମସି ମୁଖ୍ୟ ତଥା ବେଙ୍ଗଲ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତ୍ରିପୁରା ଗସ୍ତର ଗୋଟିଏ ଦିନ ପୂର୍ବରୁ ଦଳ ଏହି ଘୋଷଣାପତ୍ର ପ୍ରକାଶ କରିଛି। ତ୍ରିପୁରାରାରେ ମୋଟ ୬୦ଟି ଆସନରୁ ୨୮ଟି ବିଧାନସଭା ଆସନ ପାଇଁ ପ୍ରା ର୍ଥୀ ଘୋଷଣା କରିଛି ଟିଏମସି। ଆସନ୍ତା ଫେବୃଆରୀ ୧୬ରେ ତ୍ରିପୁରାରେ ୬୦ଟି ଆସନରେ ନିର୍ବାଚନ ଅନୁଷ୍ଠିତ ହେବ।

Advertisment

ଦେଖିବାକୁ ଗଲେ ତ୍ରିପୁରା ନିର୍ବାଚନ ୨୦୨୩ ପାଇଁ ବିଜେପି ଆଇପିଏଫଟି ସହ ମିଳିତ ଭାବେ ତ୍ରିପୁରାରେ ନିର୍ବାଚନ ଲଢ଼ୁଛି। ଦଳ ନିଜର ସହଯୋଗୀ ଆଇପିଏଫଟି ପାଇଁ ପାଞ୍ଚଟି ସିଟ୍ ଛାଡିଥିବା ବେଳେ ୫୫ ଟି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଗଣମାଧ୍ୟମ ଦାୟିତ୍ୱରେ ଥିବା ଗଣମାଧ୍ୟମ ପ୍ରଭାରୀ କହିଛନ୍ତି ଯେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ସ୍ମୃତି ଇରାନୀ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା , ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ, ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧୀ, ମୁକୁଲ ୱାସନିକ ପ୍ରମୁଖ ତ୍ରିପୁରାରେ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିପାରନ୍ତି।

TMC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe